ତାଲିବାନୀ ନଜର ତଳେ ବଞ୍ଚିବା ପାଇଁ ୧୦ ବର୍ଷ ପୁଅ ହୋଇ ରହିଥିଲେ ଏହି ଯୁବତୀ

ତାଲିବାନୀ ନଜର ତଳେ ବଞ୍ଚିବା ପାଇଁ ୧୦ ବର୍ଷ ପୁଅ ହୋଇ ରହିଥିଲେ ଏହି ଯୁବତୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ଫେରିବା ପରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପୁରୁଣା କାହାଣୀଗୁଡ଼ିକ ଜୀବନ୍ତ ହୋଇ ଉଠିଛି। ଏହି କାହାଣୀଗୁଡିକ ମଧ୍ୟରେ ନାଦିଆ ଗୁଲାମଙ୍କ ଜୀବନ କାହାଣୀ ସତରେ ଅତ୍ୟନ୍ତ ନିଆରା। ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ନାଦିଆ ୧୦ ବର୍ଷ ପର୍ଯ୍ୟନ୍ତ ପୁଅ ହୋଇ ତାଲିବାନୀମାନଙ୍କୁ ଚକମା ଦେଇଥିଲେ ଏବଂ ଜଣେ ମହିଳା ହୋଇଥିଲେ ହେଁ ସେ ବିନା ବୁର୍ଖା ଏବଂ ହିଜାବରେ ବୁଲୁଥିଲେ।
ତାଲିବାନର ଆଖିରେ ଧୂଳି ଦେଇ ନାଦିଆ ଗୁଲାମ ତାଙ୍କ ଜୀବନର ୧୦ ବର୍ଷ ଅତ୍ୟନ୍ତ ସାହସର ସହିତ କଟାଇଥିଲେ। ସେ ଆଫଗାନିସ୍ତାନର ନାଗରିକ ଥିଲେ ଏବଂ ତାଲିବାନ କ୍ଷମତାକୁ ଆସିବା ପରେ ତାଙ୍କୁ ପଢିବାକୁ କିମ୍ବା କାମ କରିବାକୁ ଦିଆଯାଇନଥିଲା। ଅଳ୍ପ ବୟସରେ ନାଦିଆଙ୍କୁ ତାଙ୍କ ଘରର ଯତ୍ନ ନେବାକୁ ମିଛ କହିବାକୁ ପଡୁଥିଲା, ଯାହା ପ୍ରତି ମୁହୂର୍ତ୍ତରେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ନାଦିଆଙ୍କ କାହାଣୀ ଅତ୍ୟନ୍ତ ହୃଦୟ ଥରା ଥିଲା। ଯେତେବେଳେ ତାଙ୍କୁ ମାତ୍ର ୮ ବର୍ଷ ହୋଇଥିଲା, ତାଙ୍କ ଘରେ ବୋମାମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ନାଦିଆଙ୍କ ଭାଇଙ୍କର ମୃତ୍ୟୁ ହେବା ସହ ସେ ନିଜେ ଆହତ ହୋଇଥିଲେ। ନାଦିଆ କହିଛନ୍ତି ଯେ ଡାକ୍ତରଖାନାରେ ତାଙ୍କ ଆଖପାଖର ଲୋକଙ୍କୁ ଦେଖି ଯୁଦ୍ଧ କିପରି ଲୋକଙ୍କ ଜୀବନକୁ ନଷ୍ଟ କରିଦେଲା ସେ ଆଶ୍ଚର୍ଯ୍ୟ ହୋଇଥିଲେ। ତାଙ୍କ ଆଖପାଖର ପରିସ୍ଥିତି ଦେଖି ନାଦିଆ ଏପରି ନିଷ୍ପତ୍ତି ନେଇଥିଲେ, ଯାହା କେବଳ କଷ୍ଟସାଧ୍ୟ ନୁହେଁ ବରଂ ପ୍ରତ୍ୟେକ ପାଦେ ପାଦେ ବିପଦ ମଧ୍ୟ ରହିଥିଲା। ୧୧ ବର୍ଷ ବୟସରେ ନାଦିଆ ନିଜର ପରିଚୟ ଲୁଚାଇ ଗୋଟିଏ ଝିଅରୁ ପୁଅ ହୋଇଥିଲେ। ସେ ନିଷ୍ପତ୍ତି ନେଇଥିଲେ ଯେ ତାଙ୍କୁ ତାଙ୍କ ଅଧିକାର ପାଇଁ ଲଢ଼ିବାକୁ ପଡିବ ଏବଂ ସେ ପଛକୁ ଫେରିବେ ନାହିଁ।
ନାଦିଆ ଅତ୍ୟନ୍ତ ଛୋଟ ବୟସରେ ଏକ ବଡ଼ ବିପଦକୁ ମୁଣ୍ଡକୁ ନେଇଥିଲେ। ସେ ନିଜ ସାନଭାଇର ପରିଚୟ ନେଇ ଦୁନିଆ ସାମ୍ନାରେ ଥିଲେ। ତାଲିବାନ ପରି କ୍ରୁରୁ ଶାସନ କାଳରେ ମଧ୍ୟ ନଦିଆ ତାଙ୍କ ଅଧିକାର ପାଇଁ ସବୁକିଛି ସହିଥିଲେ।ବେଳେବେଳେ ତାଙ୍କ ସତ୍ୟ ସମ୍ନାକୁ ଆସିବା ଆସିବା ହେଉଥିଲେ ମଧ୍ୟ ନିଜ ଭାଗ୍ୟ ହେତୁ ବର୍ତ୍ତି ଯାଇଛନ୍ତି ବୋଲି କୁହନ୍ତି। ସେ ରୋଜଗାର କରିବା ପାଇଁ ପୁଅମାନଙ୍କ ପୋଷାକ ପିନ୍ଧି କାମକୁ ଯାଉଥିଲେ। ନାଦିଆ କୁହନ୍ତି ଯେ ବେଳେବେଳେ ସେ ନିଜେ ଝିଅ ବୋଲି ଭୁଲି ଯାଇଥିଲେ। ୧୦ ବର୍ଷ ଧରି ସେ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ ସଂଘର୍ଷ କରିଥିଲେ। ଶେଷରେ, ୧୫ ବର୍ଷ ପରେ, ନାଦିଆ ଏକ ଏନଜିଓ ସାହାଯ୍ୟରେ ଦେଶ ବାହାରକୁ ଯିବାରେ ସଫଳ ହୋଇଥିଲେ।
ଏବେ ସେ ସ୍ପେନରେ ଆଫଗାନିସ୍ତାନ ଶରଣାର୍ଥୀ ଭାବରେ ଜୀବନ ବିତାଉଛନ୍ତି। ସାମ୍ବାଦିକ ଆଗ୍ନେସ୍ ରୋଟର୍ଙ୍କ ସହ ମିଶି ସେ ତାଙ୍କ ଜୀବନ ଉପରେ ଆଧାରିତ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ନାଦିଆ ଅନେକ ବର୍ଷ ଧରି କହିଆସୁଛି ଯେ ତାଲିବାନ ଆଫଗାନିସ୍ତାନରୁ କୌଣସି ସ୍ଥାନକୁ ଯାଇ ନାହାନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଆମେରିକା ଏବଂ ଅନ୍ୟ ଦେଶ ଆଫଗାନିସ୍ତାନବାସୀଙ୍କୁ ଅସ୍ତ୍ରଶସ୍ତ୍ର ଦେଉଛନ୍ତି ଏବଂ ସେମାନଙ୍କ ସହ ପ୍ରତାରଣା କରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: