ହଜାର ହଜାର ଟଙ୍କା ପାଇବା ପରେ, ଅନ୍ୟ କର୍ମଚାରୀଙ୍କ ସହ ମିଶି କିଛି ଏଭଳି କଲେ ସଫେଇ କର୍ମଚାରୀ

ହଜାର ହଜାର ଟଙ୍କା ପାଇବା ପରେ, ଅନ୍ୟ କର୍ମଚାରୀଙ୍କ ସହ ମିଶି କିଛି ଏଭଳି କଲେ ସଫେଇ କର୍ମଚାରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ହଜାର ହଜାର ଟଙ୍କା ମିଳିବା ପରେ ମଧ୍ୟ ଜଣେ ସଫେଇ କର୍ମଚାରୀ ଯେଉଁ ବଦାନୀୟତା ଦେଖିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଗୁଜୁରାଟର ଅହମ୍ମଦାବାଦର ସର୍ଦ୍ଦାର ଭାଲାଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ସୁଇପରଙ୍କୁ ୭୫୦ ଡଲାର ଭର୍ତି ଥିବା ଏକ ବ୍ୟାଗ ମିଳିଥିଲା। ହେଲେ ସେ କୌଣସି ପ୍ରକାର ଲୋଭ ନଦେଖେଇ ସେହି ଟଙ୍କାକୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସହାୟତାରେ ଟଙ୍କାକୁ ଅସଲି ମାଲିକ ପାଖରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। ଘଟଣା ବିଷୟରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ବିମାନବନ୍ଦର ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ବିମାନବନ୍ଦରରେ କାର୍ଯ୍ୟ କରୁଥିବା ଜେ.କେ ଚାଭଡାଙ୍କୁ ସୁରକ୍ଷା ଯାଞ୍ଚ କେନ୍ଦ୍ରରେ ବ୍ୟବହୃତ ‘ଟ୍ରେ’ ସଫା କରିବାର ଦାୟିତ୍ଵ ଦିଆଯାଇଛି। ଏହି ସମୟରେ, ବୁଧବାର ସନ୍ଧ୍ୟାରେ ଜେ.କେ ଏକ ପ୍ଲାଷ୍ଟିକ ବ୍ୟାଗରେ ୭୫୦ ଡଲାର ଭର୍ତି ପାଇଥିଲେ।
ଏହାପରେ ଚାଭଡା ଭାବିଥିଲେ ଯେ ହୁଏତ ସୁରକ୍ଷା ଯାଞ୍ଚ ଔପଚାରିକତା ପୂରଣ କରିବା ପରେ ଜଣେ ଯାତ୍ରୀ ଏହି ବ୍ୟାଗ ନେବାକୁ ଭୁଲି ଯାଇଥିବେ। ଏହା ପରେ ସେ ତୁରନ୍ତ ଏହାକୁ ଜଣେ ସିଏସ୍ଏଫ୍ ଅଧିକାରୀଙ୍କୁ ଦେଇଥିଲେ। ଏହି ଫୋର୍ସ ଉକ୍ତ ଯାତ୍ରୀଙ୍କୁ ସିସିଟିଭି ଫୁଟେଜ ମାଧ୍ୟମରେ ଚିହ୍ନଟ କରିଥିବାର ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି। ଯିଏ କି ଏହି ପ୍ୟାକେଟ୍ ନେବାକୁ ଭୁଲିଯାଉଥିଲି। ତେବେ ବ୍ୟାଗରେ ଥିବା ଡଲାରର ମୂଲ୍ୟ ୫୦,୦୦୦ ଟଙ୍କାରୁ ଅଧିକ ଥିଲା। ଘଟଣାଟି ଜଣା ପଡ଼ିବା ପରେ ଲୋକମାନେ ସଫେଇ କର୍ମଚାରୀ ଓ ବିମାନବନ୍ଦରର ଅନ୍ୟ କର୍ମଚାରୀଙ୍କୁ ବେଶ ପ୍ରଶଂସା କରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: