ରେଖାଙ୍କ ସିକ୍ୟୁରିଟି ଗାର୍ଡଙ୍କୁ କୋରୋନା: ବଙ୍ଗଳା ସିଲ୍

ରେଖାଙ୍କ ସିକ୍ୟୁରିଟି ଗାର୍ଡଙ୍କୁ କୋରୋନା: ବଙ୍ଗଳା ସିଲ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ରେଖାଙ୍କ ସିକ୍ୟୁରିଟି ଗାର୍ଡ କରୋନା ସଂକ୍ରମିତ । ଫଳରେ ରେଖାଙ୍କ ବଙ୍ଗଳା ସିଲ୍ କରିଛି ବିଏମସି । ତାଙ୍କ ଘର ବାହାରେ ଏକ ନୋଟିସ୍ ଲାଗିଛି, ଯେଉଁଥିରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ମୁମ୍ୱାଇର ବାନ୍ଦ୍ରା ଅଞ୍ଚଳରେ ରେଖାଙ୍କ ବଙ୍ଗଳା, ଯାହାର ନାଁ ସି ସ୍ପ୍ରିଙ୍ଗସ । ବଙ୍ଗଳା ସୁରକ୍ଷା ଦାୟିତ୍ୱରେ ଦୁଇ ଜଣ ସୁରକ୍ଷାକର୍ମୀ ରହୁଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ସମଗ୍ର ଅଞ୍ଚଳକୁ ବିଏମସି ପକ୍ଷରୁ ସାନିଟାଇଜ୍ କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: