ବଚ୍ଚନ ପରିବାରରେ କରୋନା ଭାଇରସ: ବାପ-ପୁଅ ପଜିଟିଭ୍, ଶାଶୁ-ବୋହୂଙ୍କ ରିପୋର୍ଟ ନେଗେଟିଭ୍…

ବଚ୍ଚନ ପରିବାରରେ କରୋନା ଭାଇରସ: ବାପ-ପୁଅ ପଜିଟିଭ୍, ଶାଶୁ-ବୋହୂଙ୍କ ରିପୋର୍ଟ ନେଗେଟିଭ୍…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରଥମେ ବିଗ୍ ବି ଅମିତାଭ ବଚ୍ଚନ ଏବଂ ପରେ ପୁଅ ଅଭିଷେକ ବଚ୍ଚନ ମହାମାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ନେଇ ଖବର ଆସିଲା । ଏହା ପରେ ଆଶଙ୍କା କରାଯାଉଥିଲା ଯେ, ବଚ୍ଚନ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ କରୋନା ସଂକ୍ରମିତ କରିଥିବ, କିନ୍ତୁ ଶାଶୁ-ବୋହୁଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଶାଶୁ ଜୟା ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମେତ ଘରର ଅନ୍ୟ ସହଯୋଗୀ ଓ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ କରୋନା ନେଗେଟିଭ୍ ଆସିଥିବା ସ୍ପଷ୍ଟ ହୋଇଛି ।

ସୂଚନା ଥାଉ କି, ବଲିଉଡ ଅଭିନେତା ଅମିତାଭ୍ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହେବା ନେଇ ଟ୍ୱିଟରରେ ସୂଚନା ଦେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଅନେକ ଟ୍ୱିଟ୍ କରିଥିଲେ । ଏହା ପରେ ପରେ ଅଭିଷେକଙ୍କ କରୋନା ପଜିଟିଭ୍ ଖବର ମଧ୍ୟ ଆସିଥିଲା ।  

ବର୍ତ୍ତମାନ ଅମିତାଭ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇସାରିଛନ୍ତି , ଏବଂ ଗତ 10 ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି ଖୋଦ୍ ଅମିତାଭ୍ ।

ବଲିଉଡ୍ ବିଗ୍ ବି ସଂକ୍ରମିତ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଆଶୁ ଆରୋଗ୍ୟ କାମନା କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଟ୍ୱିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: