ଜୁନିଅର ବଚ୍ଚନ ମଧ୍ୟ କୋରୋନା ପଜିଟିଭ

ଜୁନିଅର ବଚ୍ଚନ ମଧ୍ୟ କୋରୋନା ପଜିଟିଭ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଜୁନିଅର ବଚ୍ଚନଙ୍କୁ ମଧ୍ୟ କୋରୋନା । ଅମିତାଭ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ପୁଅ ଅଭିଷେକ ବଚଚ୍ନ । ତାଙ୍କ ରିପୋର୍ଟ ବି ପଜିଟିଭ୍ ବାହାରିଛି । ଅଭିଷେକ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଅଭିଷେକ ଲେଖିଛନ୍ତି, ‘ଆଜି ପ୍ରଥମେ ବାପାଙ୍କ ଏବଂ ପରେ ମୋର କୋଭିଡ୍ ରିପୋର୍ଟ ପଜିଟିଭ ବାହାରିଛି । ଆମର ସାମାନ୍ୟ ଲକ୍ଷଣ ରହିଛି ଓ ହସ୍ପିଟାଲରେ ଭର୍ତ୍ତି ହୋଇଛୁ । ଆମେ ଏନେଇ ସମସ୍ତଙ୍କୁ ଅବଗତ କରାଇଛୁ ଏବଂ ଆମ ପରିବାର ଓ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି’ । ପ୍ରଥମେ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଥିଲେ । ଏହାର କିଛି ସମୟ ପରେ ଅଭିଷେକ ନିଜ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ଦେଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: