ବଦଳିଲା ସ୍କୁଲ ଯିବାର ତାରିଖ, କେବେଠୁ ଯିବେ ଜାଣନ୍ତୁ

ବଦଳିଲା ସ୍କୁଲ ଯିବାର ତାରିଖ, କେବେଠୁ ଯିବେ ଜାଣନ୍ତୁ

ପ୍ରିଜମ ନ୍ୟୁଜ ବ୍ୟୁରୋ : ଆସନ୍ତା ୧୪ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ୩ଦିନ ପରେ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ଥିବା ବେଳେ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ କ୍ଲାସ ବା ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ଏ ନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓସେପା, ଓଏଭିଏସ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ, ବିଏସ୍‌ଇ ସଭାପତି, ଏମ୍‌ଡିଏମ୍‌, ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଗତ ସପ୍ତାହରେ ଘୋଷଣା କରିଥିଲେ। କିନ୍ତୁ କରୋନା ଯୋଗୁ ଦୀର୍ଘ ଦିିନ ଧରି ହେବ ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ଏହାକୁ ସଫାସୁତୁରା କରିବା ପାଇଁ ସମୟ ଦରକାର। ସ୍କୁଲ ପରିସର ସ୍ବଚ୍ଛ ଓ ମରାମତି ପାଇଁ ଜିଲାପାଳମାନେ ସମୟ ମାଗିଛନ୍ତି। ଏଥି ସହିତ ଭୋଟ୍‌ ପାଇଁ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ନିର୍ବାଚନ ଡ୍ୟୁଟି ପଡ଼ିଛି। ସେମାନେ ପ୍ରଶିକ୍ଷଣ ନେବା ପାଇଁ ଯିବେ। ସେହିପରି ଅଧିକାଂଶ ସ୍କୁଲଗୁଡ଼ିକରେ ବୁଥ୍‌ ହେବାକୁ ଅଛି। ତେଣୁ ପିଲାଙ୍କର ଅଫ୍‌ଲାଇନ୍‌ କ୍ଲାସ୍‌ ଘୁଞ୍ଚାଇବାକୁ ଜିଲାପାଳମାନେ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢ଼ା ୨୮ରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି

0 Comments

Leave Your Comment

Your email address will not be published. Required fields are marked *

%d bloggers like this: