ଆମୀର ଖାନଙ୍କ ନିଷ୍ପତ୍ତି, ଲଦାଖରେ ସୁଟିଂ ହେବ ‘ଲାଲ୍ ସିଂହ ଚଢା’

ଆମୀର ଖାନଙ୍କ ନିଷ୍ପତ୍ତି, ଲଦାଖରେ ସୁଟିଂ ହେବ ‘ଲାଲ୍ ସିଂହ ଚଢା’

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ଭାଇରସ୍ ର ଦ୍ବିତୀୟ ଲହର ଫିଲ୍ମ ସୁଟିଂ ଉପରେ ଗଭୀର ପ୍ରଭାବ ପକାଇଛି । କେତେବେଳେ ରାଜ୍ୟଗୁଡ଼ିକରେ ଲକ୍ଡାଇନ୍ ଲାଗୁ ହୋଇଥିବାରୁ ତ ଆଉ କେତେବେଳେ ଅଭିନେତା ସଂକ୍ରମିତ ହେବା କାରଣରୁ ଫିଲ୍ମ ଏବଂ ସିରିଏଲ୍ର ସୁଟିଂ ବନ୍ଦ କରିବାକୁ ପଡୁଛି । ଏଭଳି ପରିସ୍ଥିତିରେ ଆମୀର ଖାନ୍ ନିଷ୍ପତ୍ତି ନେଇଛନ୍ତି ଯେ, ସେ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଲାଲ୍ ସିଂହ ଚଢା'(Laal Singh Chaddha)ର ସୁଟିଂ ଲଦାଖରେ କରିବେ । ଆମୀର ଏଠାରେ ତାଙ୍କ ଫିଲ୍ମର ଆକ୍ସନ୍ ସିନ୍ର ସୁଟିଂ କରିବେ | କାର୍ଗିଲର କିଛି ସ୍ଥାନର ଆମୀର ଖାନଙ୍କ ଚିତ୍ର ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି।

ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ, ଏହା ପ୍ରାୟ ୪୫ ଦିନର ସୁଟିଂ କାର୍ଯ୍ୟସୂଚୀ ହେବ । ଲଦାଖ ଓ କାର୍ଗିଲ ଅଞ୍ଚଳରେ ଅନେକ ଆକ୍ସନ୍ ସିନ୍ ସୁଟିଂ କରାଯିବ । ଆମୀରଙ୍କ ଏହି ଚଳଚ୍ଚିତ୍ରରେ ଦକ୍ଷିଣ ସୁପରଷ୍ଟାର ବିଜୟ ସେତୁପତି ନଜର ଆସିଥାନ୍ତେ । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ଥାନରେ ନାଗା ଚୈତନ୍ୟ ନଜର ଆସିବେ ଏବଂ ସେ ଲଦାଖର ଫିଲ୍ମ ୟୁନିଟରେ ମଧ୍ୟ ଯୋଗ ଦେବେ ।        ଫିଲ୍ମ 'ଲାଲ୍ ସିଂହ ଚଢ଼ା' ୧୯୯୪ ଆମେରିକୀୟ ଚଳଚ୍ଚିତ୍ର 'ଫରେଷ୍ଟ ଗୁମ୍ପ'ର ରିମେକ୍ ଅଟେ । ଏହି ଚଳଚ୍ଚିତ୍ରଟି ଅପରେସନ୍ ବ୍ଲୁ ଷ୍ଟାର ଏବଂ ବାବ୍ରି ମସଜିଦ ଭାଙ୍ଗିବା ଉପରେ ମଧ୍ୟ ଆଧାରିତ ହେବ। ଫିଲ୍ମରେ ଶିଖ ଭୂମିକାରେ ଆମୀର ଖାନ୍ ଏବଂ କରୀନା କପୁର ତାଙ୍କର ବିପକ୍ଷରେ ମୁଖ୍ୟ ମହିଳା ଅଭିନେତ୍ରୀ ଭାବରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଅତୁଲ କୁଲକର୍ଣ୍ଣି ଲେଖିଛନ୍ତି ଏବଂ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଆଦବୈତ ଚନ୍ଦନ। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଆମୀର ଖାନ, କିରଣ ରାଓ ଏବଂ ରାଧିକା ଚୌଧୁରୀ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: