ଭାଇରସ କବଳରେ ବିଗ୍ ବି: ଟ୍ୱିଟ୍ କରି ନିଜେ ଦେଲେ ସୂଚନା, ଦାୟିତ୍ୱବାନ ନାଗରିକତାର ଦେଲେ ପ୍ରମାଣ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ମହାମାରୀ କରୋନା ଭାଇରସ କବଳରେ ବଲିଉଡ୍ ର ମେଗାଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।ବିଗ୍ ବି କରୋନା ପିଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସଂଧ୍ୟାରେ ବିଗ୍ ବି ଙ୍କ ନମୁନା ପଜିଟିଭ୍ ଆସିଥିବା ନେଇ ଜଣାପଡ଼ିଥିଲା ଏହା ପରେ ହିଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ଟ୍ୱିଟରରେ ଅମିତାଭ୍ ବଚ୍ଚନ ପୋଷ୍ଟ କରି ଆହୁରି କହିଛନ୍ତି ଯେ, ଘରେ ଅନ୍ୟ ସମସ୍ତ ସଦସ୍ୟଙ୍କ ନମୁନା ପରୀକ୍ଷା କରାଯାଇଛି । ଖୁବ୍ ଶୀଘ୍ର ସେମାନଙ୍କ ରେଜଲ୍ଟ ଆସିଯିବ ।

ସବୁଠାରୁ ବଡ଼ କଥା ହେଲା ନିଜେ ଅମିତାଭ୍ ବଚ୍ଚନ ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ଗତ 10 ଦିନ ମଧ୍ୟରେ ଯେଉଁମାନେ ମୋ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର ଟେଷ୍ଟ କରାଇ ନିଅନ୍ତୁ । ଏଭଳି ଏକ କଠିନ ସମୟରେ ଅମିତାଭ ବଚ୍ଚନ ନିଜ ସାମାଜିକ ଦାୟିତ୍ୱ, କର୍ତ୍ତବ୍ୟକୁ ବେଶ୍ ପ୍ରଂଶସା କରାଯାଉଛି ।

କିଛି ଦିନ ତଳେ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଯେଉଁଥିରେ କରୋନା ଭଳି କଠିନ ସମୟ ଖୁବଶୀଘ୍ର ଚାଲିଯିବ ଏବଂ ସମସ୍ତେ ପୁଣି ଖୁସିରେ ଜୀବନ ବିତାଇବେ ବୋଲି ଉଲ୍ଲେଖ କରିଥିଲେ । ଆଜି କିନ୍ତୁ ନିଜେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ନିଜେ ସୋସିଆଲ ମିଡିଆରେ ଟ୍ୱିଟ୍ କରି ସମାଜକୁ ଯେଉଁ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ତାହା ବେଶ୍ ପ୍ରଶଂସନୀୟ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା । ଆମେ ଏତିକି କାମନା କରୁଛି ଖୁବ ଶୀଘ୍ର ସେ ଆରୋଗ୍ୟଲାଭ କରନ୍ତୁ ।

Leave a Reply

Your email address will not be published. Required fields are marked *