ଏପ୍ରିଲରେ ବିବାହ କରିବେ ରଣବୀର ଓ ଆଲିଆ

ଏପ୍ରିଲରେ ବିବାହ କରିବେ ରଣବୀର ଓ ଆଲିଆ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବି-ଟାଉନ୍‌ର ସୁପରଷ୍ଟାର ରଣବୀର କପୁର ଏବଂ ଫିଲ୍ମ ଦୁନିଆର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟଙ୍କ ବାଜିବ ସାହାନାଇ। ହାତକୁ ଦି ହାତ ହେବେ ସିନେ ଜଗତର ଚର୍ଚ୍ଚିତ ଯୋଡି। ଏପ୍ରିଲରେ ପଡିବ ଦୁହିଁଙ୍କ ହାତଗଣ୍ଠି। ରାଜସ୍ଥାନରେ ଦୁହେଁ ସାତ ଫେରା ନେଇ ସାତ ଜନ୍ମ ପାଇଁ ହେବେ ସାଥୀ। ମିଡିଆ ରିପୋର୍ଟ ଅନୁଯାୟୀ, ଆଲିଆ ଏବଂ ରଣବୀରଙ୍କ ପରିବାରରେ ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ମୁତାବକ ଉଭୟଙ୍କ ପସନ୍ଦଯୋଗ୍ୟ ସ୍ଥାନ ରାଜସ୍ଥାନର ରନ୍ଥାମ୍ଭୋରରେ ବିବାହ ଅନୁଷ୍ଠିତ ହେବ। ତେବେ ୨୦୨୦ର ଏକ ସାକ୍ଷାତ୍‌କାରରେ ରଣବୀର ଦୁହିଁଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ। ୨୦୨୧ ଡିସେମ୍ବରରେ ଉଭୟଙ୍କ ବିବାହ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ପରେ କରୋନା ଏବଂ କିଛି ବ୍ୟକ୍ତିଗତ କାରଣ ପାଇଁ ବିବାହ ଘୁଞ୍ଚାଇବାକୁ ପଡିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: