ମିଳିଲା ୧୬୦ ବର୍ଷ ପୁରୁଣା ଜଳ, ଏହାର ସ୍ୱାଦ କିପରି ଜାଣନ୍ତି କି?

ମିଳିଲା ୧୬୦ ବର୍ଷ ପୁରୁଣା ଜଳ, ଏହାର ସ୍ୱାଦ କିପରି ଜାଣନ୍ତି କି?

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ନୂଆ ପୁରୁଣାର ଆମ ଏ ସଂସାର। ଆଜି ଯାହା ନୂଆ କାଲି ତାହା ପୁରୁଣା। ତେବେ ପୃଥିବୀ ପୃଷ୍ଠରୁ ଯେତେବେଳେ କୌଣସି ପୁରୁଣା ଜିନିଷ ଆବିଷ୍କାର ହୋଇଥାଏ, ତାହା ଅନେକ ରହସ୍ୟର ଉନ୍ମୋଚନ କରେ। ସେମିତି ଏକ ରହସ୍ୟମୟ ସତ୍ୟ ଏବେ ଜଣା ପଡିଛି। ଦୁନିଆର ସବୁଠାରୁ ପୁରୁଣା ଜଳ ଆବିଷ୍କାର ହୋଇଛି। ନିକଟରେ ଦୁନିଆର ସର୍ବ ପୁରାତନ ଜଳ ଆବିଷ୍କୃତ ହୋଇଛି। କୁହାଯାଉଛି ଯେ, ଏହି ଜଳ ୧୬୦ ନିୟୁତ ବର୍ଷ ପୁରୁଣା। ଟୋରଁଟୋ ବିଶ୍ୱବିଦ୍ୟାଳୟର ଆଇସୋଟୋପ୍ ଜିଓକେମିଷ୍ଟ୍ରିର ଜଣେ ଭୂ-ରସାୟନବିତ୍ ଙ୍କ ଦ୍ବାରା ଆବିଷ୍କୃତ ହୋଇଛି । ଏବଂ ଏହି ଜଳକୁ କାନାଡ଼ା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂଗ୍ରହାଳୟରେ ରଖାଯାଇଛି।

ଏହା ପୃଥିବୀର ସର୍ବ ପୁରାତନ ଜଳ ବୋଲି କୁହାଯାଇଛି । ବାରବରା ଶୋରିଉଡ ତାଙ୍କ ଦଳର ଦୁଇଜଣ ସଦସ୍ୟଙ୍କ ମାଧ୍ୟମରେ କାନାଡାର ଏକ ଖଣିରୁ ଏହି ଜଳ ସଂଗ୍ରହ କରିଥିଲେ। ଏହା ପରେ ତାହାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ପରୀକ୍ଷଣ ପାଇଁ ପଠାଯାଇଥିଲା। ଏହି ଜଳର ନମୁନା କାନାଡାର ଅନଟାରିଓସର ଉତ୍ତରରେ ଥିବା ଟିମିନ ନାମକ ସ୍ଥାନର ଏକ ଖଣିରୁ ମିଳିଛି। ଜଳର ଏହି ନମୁନାରୁ ତାହା ୧୬୦ କୋଟି ବର୍ଷ ପୁରୁଣା ବୋଲି ଜଣା ପଡ଼ିବା ସହ ଏହା ପୃଥିବୀର ସର୍ବ ପୁରାତନ ଜଳ ଭାବେ ପରିଚିତ ହୋଇଛି। ବାରବରା ଏହା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ସେ ପୃଥିବୀର ସର୍ବ ପୁରାତନ ଜଳ ଆବିଷ୍କାର କରିଛନ୍ତି। ବାରବରା କହିଛନ୍ତି ଯେ ଏହି ଜଳ ସାହାଯ୍ୟରେ ସୌର ମଣ୍ଡଳର ଅନ୍ୟ ଗ୍ରହମାନଙ୍କରେ କେବେ ଜୀବନ ଥିଲା କି ନାହିଁ ତାହା ଜଣା ପଡିପାରେ। ଏହାସହ ସେ କହିଛନ୍ତି ଯେ ଏହି ଜଳର ଦୁର୍ଗନ୍ଧ ହେଉଛି। ଏହି ଗନ୍ଧ ହେତୁ, ଆମେ ଜାଣିଲୁ ଯେ ତାହା ପଥରଗୁଡିକ ମଧ୍ୟରେ ଥିବା ଖାଲରୁ ନିର୍ଗତ ହେଉଛି। ଏହି ଜଳର ସ୍ୱାଦ ଅତ୍ୟଧିକ ଲୁଣିଆ। ଏହା ସମୁଦ୍ର ଜଳ ଅପେକ୍ଷା ୧୦ ଗୁଣ ଅଧିକ ଲୁଣିଆ ଲାଗିଥାଏ। ବାରବରା କହିଛନ୍ତି ଯେ ସେ ପ୍ରଥମେ ୧୯୯୨ ମସିହାରେ ଟିମିନ ପରିଦର୍ଶନ କରିଥିଲେ। ତା’ପରେ ସେ କିଡ୍ କ୍ରିକ୍ ଖଣି ଭିତରକୁ ଯାଇଥିଲେ।
ବାରବରା ଏବଂ ତାଙ୍କ ଦଳ ୧୯୯୨ର ୧୭ ବର୍ଷ ପରେ ୨.୪ କିଲୋମିଟର ପର୍ଯ୍ୟନ୍ତ ଖଣି ଭିତରକୁ ଯାଇଥିଲେ। ଏବଂ ସେଠାରୁ ଚାରି ବର୍ଷ ପର୍ଯ୍ୟନ୍ତ ନମୁନା ସଂଗ୍ରହ କରିଥିଲେ। ବାରବରା କହିଛନ୍ତି ଯେ ଆମେ କେବଳ ଜଳକୁ H2O ଭାବରେ ଜାଣିଛୁ କିନ୍ତୁ ଏଥିରେ ଆଉ କ’ଣ ମିଶିଛି ତାହା କେବେ ଭାବୁ ନାହାନ୍ତି। ୧୬୦ କୋଟି ବର୍ଷ ପୁରୁଣା ଏହି ପାଣିରେ ହିଲିୟମ୍ ଏବଂ ଜେନନ୍ ପରି ରେଡିଓଜେନିକ୍ ନୋବଲ୍ ଗ୍ୟାସ୍ ରହିଛି। ଏହି ପୁରୁଣା ଜଳରେ ମଧ୍ୟ ଏଙ୍ଗିନିୟମ୍ ନାମକ ଏକ ଉପାଦାନ ରହିଛି। ଏହା ବ୍ୟତୀତ କୋମୋଲି ଥୋଟ୍ରୋଫିକ୍ ମାଇକ୍ରୋବସ୍ ମଧ୍ୟ ଅଛି, ଯେଉଁଥିପାଇଁ ଜଳ ରଙ୍ଗ ସାମାନ୍ୟ ହଳଦିଆ ଦେଖାଯାଉଛି।ହାଇଡ୍ରୋଜେନ୍ ଏବଂ ସଲଫେଟ୍ ଖାଇ ଏହା ଜୀବିତ ରହିଛି। ସମ୍ପ୍ରତି ଜଳର ଏହି ନମୁନାକୁ କାନାଡାର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂଗ୍ରହାଳୟରେ ରଖାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: