କେବେ ରଙ୍କ ତ କେବେ ରାଜା, ଜୋତା ପଲିସ କରି ମାସକୁ ଆୟ ୧୮ ଲକ୍ଷରୁ ଅଧିକ

କେବେ ରଙ୍କ ତ କେବେ ରାଜା, ଜୋତା ପଲିସ କରି ମାସକୁ ଆୟ ୧୮ ଲକ୍ଷରୁ ଅଧିକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାଗ୍ୟ କାହାକୁ କେତେବେଳେ କେଉଁଠି ରଖେ କେହି ସେ ବିଷୟରେ ଟେର ପାଆନ୍ତି ନାହିଁ। ଭାଗ୍ୟର ଚକ୍ରରେ କେବେ କିଏ ରାଜା ତ ପୁଣି କେବେ ଭିକାରୀ। ତେବେ ଆଉ କେହି କେହି କୁହନ୍ତି ନିଜର ଖରାପ ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡିଥାଏ। ଏବେ ସେମିତି ଆମେରିକାର ଜଣେ ମୋଚିଙ୍କ ପରିବର୍ତ୍ତିତ ଭାଗ୍ୟର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିନେ ଯେଉଁ ବ୍ୟକ୍ତି ବେକାରୀ ସମସ୍ୟା ଏବଂ କମ୍ ବେତନ କାରଣରୁ ଖାଇବାକୁ ପାଉନଥିଲେ ଆଜି ସେ କୋଟିପତି। ନିଜ ପରିବର୍ତ୍ତିତ କାମ ସହ ତାଙ୍କ ଭାଗ୍ୟ ମଧ୍ୟ ବଦଳିଥିଲ, ଏବେ ପ୍ରତି ମାସରେ ୧୮ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ସାମାନ୍ୟ ଜୋତା ପଲିସ କରି।
ଆମେରିକାର ମ୍ୟାନହଟ୍ଟନରେ ରହୁଥିବା ଜଣେ ମୋଚୀଙ୍କ ଜୀବନର ଏହି କାହାଣୀ କୌଣସି ଫିଲ୍ମ ଷ୍ଟୋରିଠାରୁ କମ୍ ନୁହେଁ। ଡନ୍ ୱାର୍ଡ ନାମକ ଏହି ବ୍ୟକ୍ତି ଆମେରିକାର ମ୍ୟାନହାଟ୍ଟନରେ ରୁହନ୍ତି। ଏକଦା ଡନ୍ ୱାର୍ଡ ଗୋଟିଏ ଫଟୋ ଲ୍ୟାବରେ କାମ କରୁଥିଲା, ଯେଉଁଥିରୁ ମିଳୁଥିବା ଆୟାରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ଥିଲା। ଏହା ପରେ ବ୍ୟକ୍ତି ଜଣକ ମୋଚି ଭାବରେ କାମ କରିବା ଆରମ୍ଭ କରିଥିଲେ। ତେବେ ଏହି ଜୋତା ପଲିସ କାମ ତାଙ୍କ ଭାଗ୍ୟକୁ ଏପରି ବଦଳେଇ ଥିଲା ଯେ ସେ ଏବେ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଡନ୍ ୱାର୍ଡ କହିଛନ୍ତି ଯେ ଜୋତା ପଲିସି କରି ସେ ପ୍ରତି ମାସରେ ୧୮ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି। ତେବେ ତାଙ୍କର ଏଭଳି ଆୟ ପଛରେ ଏକ ରହସ୍ୟ ରହିଛି। ଯେଉଁଥି ପାଇଁ ଲୋକମାନେ ଜୋତା ପଲିସ୍ କରିବା ପାଇଁ ତାଙ୍କ ନିକଟକୁ ଦୌଡ଼ି ଆସନ୍ତି। ଡନ୍ ଲୋକମାନଙ୍କୁ ସେମାନଙ୍କର ମଇଳା ଜୋତାକୁ ନେଇ ଥଟାରେ ଥଟାରେ ଅପମାନିତ କରନ୍ତି। ଏହା ପରେ ସେ ସେମାନଙ୍କୁ ଏପରି ଥଟ୍ଟା କରି କୁହନ୍ତି ଯେ ଲୋକମାନେ ଜୋତା ପଲିସ୍ କରିବାକୁ ତାଙ୍କ ନିକଟକୁ ଚାଲିଆସନ୍ତି।
ଡନ୍ ୱାର୍ଡ କୁହନ୍ତି ଯେ ଯଦି ତୁମେ ମାଛ ଧରିବାକୁ ଚାହୁଁଛ, ତେବେ ତୁମକୁ ଦାନା ଦେବାକୁ ପଡିବ। ସେ ଏହିଭଳି କରନ୍ତି। ଡନ୍ ମଜାଳିଆ କଥା କହି ଲୋକଙ୍କୁ ହସାଇଥାନ୍ତି ଏବଂ ସେମାନଙ୍କୁ ପରିଷ୍କାର ଜୋତା ପିନ୍ଧିବାକୁ ଉତ୍ସାହିତ କରନ୍ତି। ତାଙ୍କର ମଜାଳିଆ କଥା ଶୁଣି ଲୋକମାନେ ତାଙ୍କ ଆଡକୁ ଆକର୍ଷିତ ହୁଅନ୍ତି।
ଡନ୍ ୱାର୍ଡ ଜୋତା ପଲିସ୍ କରି ଦିନରେ ୯୦୦ ଡଲାର ଅର୍ଥାତ୍ ୬୦ ହଜାର ଟଙ୍କା ରୋଜଗାର କରନ୍ତି। ଜୋତା ପଲିସ୍ କାମ କରିବା ପୂର୍ବରୁ ଡନ ୱାର୍ଡ ଏକ ଫଟୋ ଲ୍ୟାବରେ କାମ କରୁଥିଲେ, କିନ୍ତୁ ସେଠାରେ ତାଙ୍କୁ ବହୁତ କମ୍ ଟଙ୍କା ମିଳୁଥିଲା। ସେ ତାଙ୍କର ଜଣେ ବନ୍ଧୁଙ୍କୁ ଦେଖିଲେ ଯେ ସେ ଜୋତା ପଲିସ୍ କରି ତାଙ୍କ ଅପେକ୍ଷା ଭଲ ରୋଜଗାର କରୁଛନ୍ତି, ତା’ପରେ ସେ ଜୋତା ପଲିସିଂ କରିବା ଆରମ୍ଭ କରିଥିଲେ। ଏବେ ସେ ମାସକୁ ୧୮ ଲକ୍ଷରୁ ଅଧିକ ରୋଜଗାର କରନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: