ଅଭୁତ ଚାକିରି! କୁକୁରକୁ ଖୁସି କଲେ ମାସକୁ ମିଳିବ ୨ ଲକ୍ଷ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଅନେକ ଚାକିରି ବିଷୟରେ ଶୁଣିଥିବେ, ଯେଉଁଥିରେ କାର୍ଯ୍ୟଟି ବିଶେଷ ଖାସ ନଥିଲେ ବି ମୋଟା ଅଙ୍କର ଟଙ୍କା ମିଳୁଥିବ। କିଛି କମ୍ପାନୀରେ ଶୋଇବାକୁ ଟଙ୍କା ମିଳୁଥିବା ବେଳେ ଆଉ କେଉଁଠି ମେକଅପ୍ ଉତ୍ପାଦ ଟ୍ରାଏ କରିବା ପାଇଁ ପୁଣି କେଉଁଠୁ କୁକୁର ସହିତ ଖେଳିବାକୁ ରମା ଦିଆଯାଇଥାଏ। ୯ ରୁ ୫ ସାଧାରଣ ଚାକିରି ବ୍ୟତୀତ, ଏହିପରି ଅଭୁତ ଚାକିରିଗୁଡ଼ିକ ମଧ୍ୟ ଆମ ସମାଜରେ ରହିଛି। ତେବେ ଏବେ ଗୋଟିଏ କମ୍ପାନୀ ସେଭଳି ଏକ ଅଜବଗଜବ ଚାକିରି ପାଇଁ ଲୋକଙ୍କୁ ନିଯୁକ୍ତ କରୁଛି।
ଟିମଡଗସ୍ ରିପୋର୍ଟ ଅନୁଯାୟୀ, କୁକୁରମାନଙ୍କୁ ଖାଇବାକୁ ଦେବା ସହ ଖୁସିରେ ରଖିବା ପାଇଁ ଏକ କମ୍ପାନୀ ଏହି ଚାକିରି ବାହାର କରିଛି ଏଥି ପାଇଁ କମ୍ପାନୀ ପ୍ରତି ମାସରେ ୨ ଲକ୍ଷ ଟଙ୍କା ଦେବ। ହୁଏତ ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ Yappy.com ନାମକ ଏକ ସାଇଟ୍ ଚିଫ୍ ପପି ଅଫିସର ଖୋଜୁଛି। ଏହାର Job Description ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଜାଣିଥିବା ସମସ୍ତ ଚାକିରିଠାରୁ ଭିନ୍ନ, କିନ୍ତୁ ସେସବୁ ଚାକିରିରେ ଏତେ ଟଙ୍କା ଉପଲବ୍ଧ ହୋଇନପାରେ।
ଏହି କାର୍ଯ୍ୟରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କେବଳ ସେହି ଲୋକମାନଙ୍କୁ ଚୟନ କରାଯିବ, ଯେଉଁମାନେ ୯ ରୁ ୫ ପର୍ଯ୍ୟନ୍ତ କୁକୁରମାନଙ୍କର ଯତ୍ନ ନେଇପାରିବେ। ଏହି ପଦବୀରେ ନିଯୁକ୍ତ ହେଉଥିବା ବ୍ୟକ୍ତିଙ୍କୁ କୁକୁରକୁ ୮ ଘଣ୍ଟା ପର୍ଯ୍ୟନ୍ତ ଖୁସି ରଖିବାକୁ ପଡିବ ଏବଂ ତାଙ୍କ ପସନ୍ଦର ଖେଳନା ଦେଇ ତାଙ୍କ ସହିତ ଖେଳିବାକୁ ପଡିବ। ଏହା ସହିତ ପପିଙ୍କ ଉପରେ ଗବେଷଣା ମଧ୍ୟ କରିବାକୁ ପଡିବ।
ମାସିକ ୨ ଲକ୍ଷ ଟଙ୍କା ଅର୍ଥାତ ବାର୍ଷିକ ୨୪ ଲକ୍ଷ ଟଙ୍କା ପ୍ୟାକେଜରେ ଏହି ଚାକିରି ମଞ୍ଚେଷ୍ଟରରେ ବାହାରିଛି। ଏହାକୁ ଯେ କୌଣସି ଦେଶର ନାଗରିକ ଆବେଦନ କରି ପାରିବେ କେବଳ ତାଙ୍କୁ କୁକୁରକୁ ଖୁସି କରିବା ଭଳି କଳା ଆସିଥିବା ଦରକାର।

Leave a Reply

Your email address will not be published. Required fields are marked *