୬୧% ଭାରତୀୟ କୋରୋନା ଯୋଗୁ ‘ଡିପ୍ରେସନ୍ ‘ର ଶିକାର

ପ୍ରିଜମ୍ ନ୍ୟୁଜ(ସ୍ୱତନ୍ତ୍ର): ସାରା ଦେଶ ବର୍ତ୍ତମାନ କୋରୋନାର କରାଳ ଆଁରେ କବଳିତ। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ଯେତିକି ଚିନ୍ତାଜନକ ବିଷୟ ପାଲଟିଛି, ତାହାଠାରୁ ଅଧିକ ମୃତ୍ୟୁ ଗ୍ରାଫ୍ ଚିନ୍ତାରେ ପକାଉଛି। ଏହାରି ଭିତରେ ଆଉ ଏକ ଖବର ପଦାକୁ ଆସିଛି। କୋରୋନାର ଦ୍ୱିତୀୟ ଲହର ଏବେ ଦେଶବାସୀଙ୍କୁ ବିଷାଦଗ୍ରସ୍ତ କରିଛି। ଏକ ସର୍ଭେରୁ ଜଣାପଡ଼ିଛି ଯେ, ୬୧ ପ୍ରତିଶତ ଭାରତୀୟଙ୍କ ବିଷାଦ ଯୋଗୁ କ୍ରୋଧ ମଧ୍ୟ ବଢିଛି। ଦେଶରେ କୋରୋନା ସଂକ୍ରମଣ, ଅକ୍ସିଜେନ୍ ଅଭାବ, ବେଡ୍ ସମସ୍ୟା ଆଦିକୁ ନେଇ ଲୋକମାନେ ଚିନ୍ତାଗ୍ରସ୍ତ ହେଉଛନ୍ତି। ଦ୍ୱିତୀୟ ଲହର ଆରମ୍ଭ ହେବାର ଦୁଇ ମାସ ପରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ୨୩ ପ୍ରତିଶତ ଲୋକଙ୍କ ଭାବାବେଗ ଅତ୍ୟନ୍ତ ବ୍ୟଗ୍ର। ସେହିପରି ୮ ପ୍ରତିଶତ ଅତ୍ୟନ୍ତ ବିଷାଦଗ୍ରସ୍ତ ହେବା ସହ ଭାଙ୍ଗି ପଡ଼ିଛନ୍ତି। ସିଟିଜେନ୍ ଏନଗେଜମେଣ୍ଟ ପ୍ଲାଟଫର୍ମ ଲୋକାଲ୍ ସର୍କଲ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ୨୦ ପ୍ରତିଶତ ଅଧିକ କ୍ରୋଧ ହେଉଛନ୍ତି। ସେହିପରି ୧୦ ପ୍ରତିଶତ ଅତ୍ୟଧିକ କ୍ରୋଧ ହେଉଛନ୍ତି। କେବଳ ୭ ପ୍ରତିଶତ ଧୀର, ଶାନ୍ତ ରହୁଛନ୍ତି। ୨୮ ପ୍ରତିଶତ ବ୍ୟକ୍ତି ଆଶାବାଦୀ ରହୁଛନ୍ତି।

ଦ୍ୱିତୀୟ ଲହରକୁ ନେଇ ଭାରତରେ ଫାଟ
ସେହିପରି କୋରୋନା ପରିଚାଳନାକୁ ନେଇ ଦେଶବାସୀଙ୍କ ମଧ୍ୟରେ ନାନା ଫାଟ ସୃଷ୍ଟି ହେଉଛି। ୪୧ ପ୍ରତିଶତ କୋରୋନା ପରିଚାଳନା ସରକାର ଠିକ୍ ଭାବେ କରୁଥିବା କହିଥିବାବେଳେ ୪୫ ପ୍ରତିଶତ ଭୁଲ କହିଛନ୍ତି। ସେହିପରି ୧୪ ପ୍ରତିଶତ ଲୋକ ନିଜର ମତ ରଖିନାହାନ୍ତି। ୮ ହଜାର ୩୬୭ ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ତେବେ ଯେଉଁମାନେ କୋରୋନା ପରିଚାଳନା ବିରୋଧରେ କହିଛନ୍ତି, ସେମାନେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାର ଅନେକ ଉଦାହରଣ ମଧ୍ୟ ଦେଇଛନ୍ତି।

ବିଶେଷଜ୍ଞ କେତେ ନିୟନ୍ତ୍ରଣ କରିପାରିଛନ୍ତି ?
ଏହି ସର୍ଭେରେ ଆଉ ଏକ ଦିଗ ପ୍ରତି ଦୃଷ୍ଟି ଦିଆଯାଇଛି। ୮ ହଜାର ୫୪୧ ଜଣଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ୧୮ ପ୍ରତିଶତ ଅଧିକ ସୁନିଶ୍ଚିତ ଥିବାବେଳେ ୨୫ ପ୍ରତିଶତ ବିଶେଷଜ୍ଞଙ୍କ ମତକୁ ନେଇ ମଧ୍ୟମ ଧରଣର ଆତ୍ମବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି। ସେହିପରି ୨୮ ପ୍ରତିଶତ ଲୋକ ଅଳ୍ପ ପରିମାଣରେ ନିଶ୍ଚିତ ଅଛନ୍ତି। ୨୩ ପ୍ରତିଶତ ଆଦୌ ନିଶ୍ଚିତ ନୁହନ୍ତି। ସମୁଦାୟ ଉପରେ ଦେଖିବାକୁ ଗଲେ ୫୧ ପ୍ରତିଶତ ଲୋକ ବିଶେଷଜ୍ଞଙ୍କୁ ଭରସା କରି ପାରୁନାହାନ୍ତି।
ସେହିପରି ଅଫିସ୍ ଅଫ୍ ନ୍ୟାସନାଲ ଷ୍ଟାଟିଷ୍ଟିକ୍ ଡାଟା ଅନୁସାରେ, ଅଧିକ ପରିମାଣରେ ମହିଳା ଓ ଯୁବପିଢ଼ି ବିଷାଦଗ୍ରସ୍ତ ହେଉଛନ୍ତି। ୧୬ରୁ ୨୯ ବର୍ଷ ମଧ୍ୟରେ ପ୍ରତି ଦଶ ଜଣ ମହିଳାରେ ୪ ଜଣ ମହିଳା ବିଷାଦ ରହୁଛନ୍ତି, ଯାହାକି ପୁରୁଷ ତୁଳନାରେ ୨୬ ପ୍ରତିଶତ। ୨୦୨୧ ଆରମ୍ଭରେ ପ୍ରତି ୫ ଜଣ କୈଶୋରରେ ଜଣ ଡିପ୍ରେସନର ଶିକାର ହେଉଥିଲେ।

Leave a Reply

Your email address will not be published. Required fields are marked *