୨୨ଟି ସନ୍ତାନର ଜନନୀଙ୍କ ଘର ଅବସ୍ଥା ଦେଖି ଲୋକ କାବା, କେମିତି ସମ୍ଭାଳିଛନ୍ତି ଏତେ ପିଲାଙ୍କୁ ଦେଖିଲେ ଉଡ଼ିଯିବ ହୋସ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରାୟ ସମସ୍ତେ ଭାବନ୍ତି ଗୃହିଣୀମାନଙ୍କ ଜୀବନ ଅତ୍ୟନ୍ତ ସୁଖମୟ । ରୋଷେଇ, ଘର ସୁଫାସୁତାରା ଛଡ଼ା ଆଉ କୌଣସି କଠୋର କାମ ନାହିଁ । କିନ୍ତୁ ବାସ୍ତବରେ ଗୃହିଣୀଙ୍କ ଜୀବନ କେତେ କଷ୍ଟକର, ଏକଥା ହୃଦୟଙ୍ଗମ କଲେ ହିଁ ଜଣେ ଜାଣିପାରିବ । ସାରା ଦିନ ଘର କାମ କରିବା ସମୟରେ ଗୃହିଣୀମାନେ ନିଜ ପାଇଁ ସମୟ ପାଆନ୍ତି ନାହିଁ । ଯଦି ଘରେ ଛୋଟ ପିଲା ଅଛନ୍ତି, ତେବେ ସେମାନଙ୍କ ଜୀବନ ଅଧିକ କଷ୍ଟସାଧ୍ୟ ହୋଇଯାଏ । ତେବେ ଏଭଳି ପରିସ୍ଥିତିରେ ୨୨ ଜଣ ପିଲା ଥିବା ମହିଳାଙ୍କ ସ୍ଥିତି ଆକଳନ କରିପାରୁଛନ୍ତି ତ ଆପଣ କଣ ହେଉଥିବ । ଆଜ୍ଞା ହିଁ, କଥା ଟିକେ ଅଜବ ଲାଗୁଥିଲେ ବି ସତ । ବ୍ରିଟେନର ପ୍ରସିଦ୍ଧ ରେଡଫୋର୍ଡ ପରିବାରର ମାଲିକାଣୀ ସୁଏ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ଯେ, ତାଙ୍କୁ ପୁରାଦିନ ରୋଷେଇ ଘର ଏବଂ ବାଥରୁମରେ ବିତାଇବାକୁ ପଡୁଛି। ସୁଏ ତାଙ୍କ ବାଥରୁମରେ ଗଦା ହୋଇଥିବା ପୋଷାକର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ପୋଷାକର ପରିମାଣ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବ୍ରିଟେନର ସବୁଠୁ ବଡ଼ ପରିବାରର ମା’ କେବଳ ସପ୍ତାହ ଶେଷରେ ପିଲାମାନଙ୍କ ପୋଷାକର ଭିଡିଓ ସେୟାର କରିଥିଲେ । ଶୁକ୍ରବାରରୁ ରବିବାର ଭିତରେ ସୁଏଙ୍କୁ ତାଙ୍କ ପିଲାମାନଙ୍କ ଏପରି ମଇଳା ସଫା କରିବାକୁ ପଡିଥାଏ । ଏହି ଭିଡିଓରେ ସୁଏ ମାଙ୍କଡ଼ର ଆଖି ବନ୍ଦ ଥିବା ଏକ ଇମୋଜି ବ୍ୟବହାର କରିଥିଲେ । ନିକଟରେ ସେ ତାଙ୍କ ପରିବାର ସହିତ ଛୁଟି କାଟିବାକୁ ବାହାରକୁ ଯାଉଥିଲେ, ସେଠାରୁ ଫେରିବା ପରେ ତାଙ୍କୁ ଏତେ ପରିମାଣର ପୋଷାକ ଧୋଇବାକୁ ପଡିଥିଲା । ପରିବାରରେ ୨୨ ଜଣ ପିଲା ରହିଥିବାରୁ ଅଧିକାଂଶ ସମୟ ତାଙ୍କୁ କାମ କରିବାକୁ ପଡ଼ିଥାଏ । ଯଦି ତାଙ୍କର ପ୍ରତ୍ୟେକ ଦିନର କାର୍ଯ୍ୟ ବିଷୟରେ କୁହାଯାଏ, ତେବେ ସୁଏ ଦିନକୁ ୬ ଥର ପୋଷାକ ଧୋଇଥାନ୍ତି। ସେ ସେୟାର କରିଥିବା ପୋଷ୍ଟରୁ ଜଣାପଡ଼ିଛି ଯେ, ତାଙ୍କ ୱାଶିଂ ମେସିନ୍ ଗୋଟିଏ ଥରରେ ୧୮ କିଲୋଗ୍ରାମ ଲଣ୍ଡ୍ରି ସଫା କରେ । ଏଭଳି ପରିସ୍ଥିତିରେ ତାଙ୍କୁ ପରିବାର ସମସ୍ତଙ୍କ ପୋଷାକ ଧୋଇବା ପାଇଁ ୬ ଥର ମେସିନ୍ ଲୋଡ୍ କରିବାକୁ ପଡିଥାଏ । ସୁଏ କେବଳ ଗୃହ କାର୍ଯ୍ୟ କରନ୍ତି ତାହା ନୁହେଁ ବରଂ ନିଜ ପାରିବାରିକ ବ୍ୟବସାୟ ମଧ୍ୟ ଚଳାଉଛନ୍ତି।

ବ୍ରିଟେନର ସବୁଠାରୁ ବଡ ପରିବାର ସେମାନଙ୍କ ବେକେରୀ ବ୍ୟବସାୟ ଦ୍ୱାରା ପରିଚାଳିତ ହୋଇଥାଏ। ସେମାନେ ସରକାରଙ୍କ ଠାରୁ କୌଣସି ସାହାଯ୍ୟ ନେଉନାହାନ୍ତି। ୨୨ ପିଲାଙ୍କ ପରେ ଆଉ ସନ୍ତାନ ନକରିବା ପାଇଁ ସୁଏ ନିଷ୍ପତ୍ତି ନେଇଛି। ଏହି ଦମ୍ପତିଙ୍କ ୧୭ ତମ ସନ୍ତାନ ମୃତ ଜନ୍ମ ହୋଇଥିବା ବେଳେ ଗତ ବର୍ଷ ଏପ୍ରିଲରେ ଲକଡାଉନ୍ ସମୟରେ ସୁଏ ତାଙ୍କର ୨୨ ତମ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ତାଙ୍କ ପରିବାର ଓ ବାଥରୁମର ଫଟୋ ଦେଖି ଲୋକ ମୁଣ୍ଡରେ ହାତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *