ଆରମ୍ଭ ହେଲା ୩୨ ତମ କୋଣାର୍କ ମହୋତ୍ସବ

ଆରମ୍ଭ ହେଲା ୩୨ ତମ କୋଣାର୍କ ମହୋତ୍ସବ

ପ୍ରିଜମ ନ୍ୟୁଜ ବ୍ୟୁରୋ: ୩୨ ତମ କୋଣାର୍କ ମହୋତ୍ସବ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟାରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ପ୍ରଦୀପ ଜ୍ଵଳନ କରିଥିଲେ । ଆଜି ପ୍ରଥମ ସନ୍ଧ୍ୟାରେ ଏହି ମଞ୍ଚରେ ମାଧବୀ ମୁଦ୍‌ଗଲ୍ଫଙ୍କ ଓ ତାଙ୍କ ସାଥିଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା । କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବରେ ୫୦୦ ରୁ ଅଧିକ ପର୍ଯ୍ୟଟକ ଯୋଗ ଦେଇଛନ୍ତି l ୫ ଦିନ ଧରି ଚାଲିବାକୁ ଥିବା ମହୋତ୍ସବରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଜରୁରୀ।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଥର କୋଣାର୍କ ଉତ୍ସବରେ ଦର୍ଶକ ଗ୍ୟାଲେରିରେ ୨ହଜାର ଦର୍ଶକ ବସିବାର ବ୍ୟବସ୍ଥା କରାଯାଉଥିବା ବ‌େଳେ ସିଟ୍‌ ମଧ୍ୟରେ ୩ ଫୁଟ ଦୂରତା ରକ୍ଷା କରି ବସିବା ବ୍ୟବସ୍ଥା କରାଯାଇଛି। ତେଣୁ ଚଳିତ ବର୍ଷ ଦର୍ଶକ ଗ୍ୟାଲେରିରେ ୫ଶହ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ହୋଇଛି। ତେଣୁ ଚଳିତ ବର୍ଷ ଟିକେଟ୍‌ ସଂଖ୍ୟା ଓ ପାସ୍‌ ସଂଖ୍ୟା ହ୍ରାସ କରାଯାଇଛି।ସଂଧ୍ୟାରେ ନୃତ୍ୟ ଉପଭୋଗ ସହ କୋଣାର୍କ ସୂର୍ଯ୍ୟମନ୍ଦିରରୁ ୩ କିଲୋମିଟର ଦୂରରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଦେଖିବାକୁ ମିଳିବ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୨୫ଟି ଷ୍ଟଲ୍‌ରେ ବାଲୁକା କଳା ଦେଖିବାକୁ ମିଳିବ। ଏଥିରେ ଓଡ଼ିଶା ସମେତ ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗରୁ ୭୦ ଜଣ ବାଲୁକା କଳା ଶିଳ୍ପୀ ଅଂଶଗ୍ରହଣ କରି କଳା ପ୍ରଦର୍ଶନ କରିବେ। ୨୦ଜଣ ମହିଳା ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ନିୟମାବଳୀକୁ କଡ଼ାକଡ଼ି ପାଳନ କରାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: