ଦେଶର ପ୍ରଥମ ଜ୍ୟୋତିଷ ଚିକିତ୍ସା କେନ୍ଦ୍ରରେ ବଢୁଛି ଭିଡ଼

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିହାର ଦରଭଙ୍ଗାରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଜ୍ୟୋତିଷ ଚିକିତ୍ସା କେନ୍ଦ୍ର ସେବା। ଏଠାରେ ଔଷଧ ନୁହେଁ ଜାତକ ଦେଖି ଚିକିତ୍ସା ହେଉଛି। ଲୋକେ ନିଜନିଜ ଜାତକ ଧରି ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ବୈଦ୍ୟ ସେମାନଙ୍କ ଜାତକ, ହସ୍ତରେଖା ଓ ରାଶି ଦେଖି ଚିକିତ୍ସା ପରାମର୍ଶ ଦେଉଛନ୍ତି। ରୋଗୀଙ୍କ ଗ୍ରହନକ୍ଷତ୍ର ଓ ସେମାନଙ୍କ ସ୍ଥିତିକୁ ଅତ୍ୟନ୍ତ ଗହନ ଅନୁଧ୍ୟାନ କରି ବିଶେଷଜ୍ଞ ରୋଗ ନିରୁପଣ କରୁଛନ୍ତି।ଦରଭଙ୍ଗା ଆୟୁର୍ବେଦ ମହାବିଦ୍ୟାଳୟରେ ଏହି ଚିକିତ୍ସାକେନ୍ଦ୍ର ଗତ ନଭେମ୍ବର ୨୮ ତାରିଖରେ ଉଦଘାଟିତ ହୋଇଥିଲା। ଏହା କେବଳ ଭାରତ ନୁହେଁ ବିଶ୍ୱର ପ୍ରଥମ ସରକାରୀ ସ୍ୱୀକୃତ ପ୍ରାପ୍ତ ଜ୍ୟୋତିଷ ଚିକିତ୍ସା କେନ୍ଦ୍ର ବୋଲି କୁହାଯାଉଛି। ଚିକିତ୍ସା କେନ୍ଦ୍ର ଖୋଲିବା ପରଠାରୁ ଏଠାକୁ ଅନେକ ଅସାଧ୍ୟ ରୋଗୀ ଆସୁଥିବାର ଦେଖିବାକୁ ମିଳିଛି। ଯେଉଁ ଲୋକଙ୍କ ପାଖରେ ଜାତକ ନାହିଁ ସେମାନଙ୍କ ଲୋକଙ୍କ ଜନ୍ମ ସମୟ ତାରିଖ ଓ ସ୍ଥାନକୁ ନେଇ କୁଣ୍ଡଳି ପ୍ରସ୍ତୁତ କରିବା ସହ ରୋଗ ନିରୂପଣ କରୁଛନ୍ତି ବିଶେଷଜ୍ଞମାନେ। ଏଠାରେ ଆବଶ୍ୟକତା ଅନୁଯାୟୀ ରୋଗୀଙ୍କୁ ଆୟୁର୍ବେଦୀୟ ଔଷଧ ମଧ୍ୟ ପ୍ରେସକ୍ୟୁସନ କରୁଛନ୍ତି ବିଶେଷଜ୍ଞ। ଅତୀତରେ ଭାରତୀୟ ଚିକିତ୍ସାରେ ଜ୍ୟୋତିଷୀଶାସ୍ତ୍ର ମଧ୍ୟ ସାମିଲ ଥିଲା ବୋଲି ପୁରାଣ ଏବଂ କିମ୍ୱଦନ୍ତୀରୁ ଜଣା ପଡ଼େ ।

Leave a Reply

Your email address will not be published. Required fields are marked *