ଟିଭି ଦେଖିଲା ବୋଲି ରାତିସାରା ୮ ବର୍ଷର ପୁଅକୁ ଦେଲେ ଅଜବ ଶାସ୍ତି

ଟିଭି ଦେଖିଲା ବୋଲି ରାତିସାରା ୮ ବର୍ଷର ପୁଅକୁ ଦେଲେ ଅଜବ ଶାସ୍ତି

ପ୍ରିଜମ ନ୍ୟୁଜ ବ୍ୟୁରୋ:ଟିଭି ମୋବାଇଲ ଦେଖିବା ଆଜିକା ସମୟରେ ପିଲାଙ୍କ ପାଇଁ ସାଧାରଣ କଥା ହୋଇଗଲାଣି। କହିବାକୁ ଗଲେ ଛୋଟ ଛୋଟ ପିଲାଙ୍କୁ ଏହାର ନିଶା ଲଗାଯାଇଥାଏ ଅନେକ ସମୟରେ। ତେବେ ଟିଭି ଦେଖିବାକୁ ପିଲାଙ୍କ ପାଇଁ ଖରାପ ହୋଇଥିବା ବେଳେ ମା ବାପା ସେଥିରୁ ପିଲାକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରନ୍ତି ଓ ଅନେକ ସମୟରେ ପିଲା ଅମାନିଆ ହେଲେ ଶାସ୍ତି ଦିଅନ୍ତି। କିନ୍ତୁ ଗୋଟେ ୮ ବର୍ଷର ଛୁଆ ଟିଭି ଦେଖିବାରୁ ତାକୁ ଯେଉଁ ଶାସ୍ତି ତାର ପିତାମାତା ଦେଇଛନ୍ତି ଜାଣିଲେ ଚକିତ ହେବେ।

ଏକ ୮ ବର୍ଷର ପିଲାକୁ ଛାଡ଼ି ତାର ପିତାମାତା ଘରୁ ବାହାରି ଯାଇଥିଲେ ଏବଂ ସେ ଶୀଘ୍ର ହୋମୱାର୍କ ଶେଷ କରି ଶୋଇବା ଉଚିତ୍ ବୋଲି କହିଥିଲେ। କିନ୍ତୁ ସେ ଫେରିବା ପରେ ପୁଅକୁ ଟିଭି ଦେଖୁଥିବାର ଦେଖିଥିଲେ। ପିଲାଟି ହୋମୱାର୍କ ମଧ୍ୟ ସଂପୂର୍ଣ୍ଣ କରିନଥିଲେ । ଏହାପରେ ଅଭିଭାବକମାନେ ଏତେ ରାଗିଗଲେ ଯେ ସେମାନେ ରାତିସାରା ଟିଭି ଦେଖିବା ପାଇଁ ପିଲାଟିକୁ ଦଣ୍ଡ ଦେଲେ । ସୋସିଆଲ ମିଡିଆରେ ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ଇଣ୍ଟରନେଟ ବ୍ୟବହାରକାରୀମାନେ ଏହି ଦମ୍ପତିଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ଏହା ସହିତ ପିତାମାତାଙ୍କୁ ନେଇ ଏକ ବିତର୍କ ଆରମ୍ଭ ହୋଇଥିଲା। ଲୋକମାନେ କହିଛନ୍ତି ଯେ ପିଲାଙ୍କ ପ୍ରତି ଏହା ଅତ୍ୟନ୍ତ ନିଷ୍ଠୁର ବ୍ୟବହାର ଥିଲା। ସେମାନଙ୍କୁ ବୁଝାଇବା ପାଇଁ ଆହୁରି ଅନେକ ଉପାୟ ଅଛି।

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଏହି ମାମଲା ଚୀନର ହୁନାନ ପ୍ରଦେଶରୁ ଆସିଛି। ଯେଉଁଠାରେ ଏକ ଦମ୍ପତି ନିରୀହ ପୁଅକୁ ରାତିସାରା ଟିଭି ଦେଖିବା ପାଇଁ ବାଧ୍ୟ କରିଥିଲେ । ପୁଅ ହୋମୱାର୍କ ଶେଷ କରିବା ପରିବର୍ତ୍ତେ ଟିଭି ଦେଖିବାରୀ ଦମ୍ପତ୍ତି ବିରକ୍ତ ହୋଇ ଏଭଳି ଶାସ୍ତି ଦେଇଥିଲେ। ଏପରିକି ସେମାନେ ଜାଗ୍ରତ ରହିବାକୁ ବାଧ୍ୟ କରିବା ପାଇଁ ପୁଅ ଉପରେ ମଧ୍ୟ ନଜର ରଖିଥିଲେ।ଖବର ଅନୁଯାୟୀ, ଦମ୍ପତି ପିଲାଟିକୁ ସକାଳ ୫ ଟା ପର୍ଯ୍ୟନ୍ତ ଶୋଇବାକୁ ଦେଇନଥିଲେ। ପିଲାଟି ପ୍ରଥମେ ଶାନ୍ତ ଥିଲା ଏବଂ ଥକିଯିବା ପୂର୍ବରୁ ଟିଭି ଦେଖିବା ସମୟରେ ସ୍ନାକ୍ସ ଖାଇଲା। ଯେତେବେଳେ ଅନିଦ୍ରା ତାକୁ କଷ୍ଟ ଦେବା ଆରମ୍ଭ କଲା, ସେ କାନ୍ଦିବାକୁ ଲାଗିଲି।

ଏହି ଘଟଣା ଚାଇନାର ସୋସିଆଲ୍ ନେଟୱାର୍କିଂ ସାଇଟରେ ବ୍ୟାପକ ସମାଲୋଚିତ ହୋଇଥିଲା। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଦଣ୍ଡ ଅତ୍ୟନ୍ତ କଠୋର ଥିଲା।’ କିନ୍ତୁ ଅନ୍ୟ ଜଣେ କୁହନ୍ତି, ‘ଯଦି ପିଲାଟି ଟିଭି ସାମ୍ନାରେ ଟିକିଏ ଅଧିକ ସମୟ କଟାଇଥାଏ। ତାଙ୍କୁ କଥାବାର୍ତ୍ତା କରି ବୁଝାଇ ଦିଆଯାଇଥାନ୍ତା।ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ପ୍ରକାରର ଅଭିଭାବକ ଶିକ୍ଷା ପ୍ରୋତ୍ସାହନ ଉପରେ ଏକ ଆଇନ ଆଣିବା ପାଇଁ ଚୀନର ସାଂସଦମାନଙ୍କୁ ପ୍ରେରଣା ଦେଇଥିଲେ। ଯାହା ଅଧୀନରେ ଯଦି କୌଣସି ପିତାମାତା କିମ୍ବା ଅଭିଭାବକ ପିଲାମାନଙ୍କ ସହିତ ଅସଦାଚରଣ କରନ୍ତି, ସେମାନଙ୍କୁ ଭର୍ତ୍ସନା କରାଯାଇପାରେ । ଏହା ବ୍ୟତୀତ, ସେମାନଙ୍କ ପିଲାମାନଙ୍କ ଉପରେ କିଛି ବାଧ୍ୟବାଧକଟା କରି ପାରିବେ ନାହିଁ ବୋଲି ଏହି ଆଇନ ସେମାନଙ୍କୁ ପ୍ରତିରୋଧ କରିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: