ଲକ୍ ଅପରେ କଙ୍ଗନା

ଲକ୍ ଅପରେ କଙ୍ଗନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଲକ ଅପରେ କଙ୍ଗନା ରାଣାୱତ। ତେବେ ଜେଲ ଲକ ଅପ ନୁହେଁ, ଏକତା କାପୁରଙ୍କ ଫିୟରଲେସ ରିୟାଲିଟି ଶୋ’ ଲକ୍ ଅପ୍- ବ୍ୟାଡ୍ ଆସ ଜେଲ ଅତ୍ୟାଚାରୀ ଖେଳରେ ଦେଖିବାକୁ ମିଳିବେ କଙ୍ଗନା। ଏବେ ଏହା ସୋସିଆଲ ସାଇଟରେ ଟ୍ରେଣ୍ଡ କରିବାରେ ଲାଗିଛି । ଅଲଟ ବାଲାଜୀ, ଏମଏକ୍ସ ପ୍ଲେୟାର ଏହାକୁ ପ୍ରଡ୍ୟୁସ କରିଛନ୍ତି । କଙ୍ଗନା ଏଥିରେ ଏକ କଠୋର ଜେଲର ଭୂମିକା କରିବେ । ଏହି ଅବସରରେ ଗୁରୁବାର ଏହାର ଫାଷ୍ଟ ଲୁକ ଜାରୀ କରାଯାଇଛି । କଙ୍ଗନା ଏକ ନିଆରା ଷ୍ଟାଇଲରେ ପୋଜ ଦେଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଏହାର ଟିଜର ପ୍ରକାଶ ପାଇବ । ଶୋ’ ର ପ୍ରିମିୟର ଫେବୃୟାରୀ ୨୭ରେ ଆୟୋଜିତ ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: