୧୮ ବର୍ଷର ବରକୁ ୭୧ ବର୍ଷ କନ୍ୟା, ଦମ୍ପତି ଫଟୋ ଦେଖି ପାଗଳ ଯୁବପିଢ଼ି

୧୮ ବର୍ଷର ବରକୁ ୭୧ ବର୍ଷ କନ୍ୟା, ଦମ୍ପତି ଫଟୋ ଦେଖି ପାଗଳ ଯୁବପିଢ଼ି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ପ୍ରେମ ମାନେନା ବାଧା ବନ୍ଧନ । ପ୍ରେମ ଦେଖାନା ବୟସ । କାହାକୁ କେତେବେଳେ ପ୍ରେମ ହୋଇଯିବ, ତାହା କହିବା ମୁସ୍କିଲ । ଠିକ୍ ସେହିପରି କିଏ କାହା ଭାଗ୍ୟରେ ଅଛି, ତାର ନିଷ୍ପତ୍ତି ବି ଉପର ବାଲା କରିଥାନ୍ତି । ତେବେ ସେମିତି ଏକ ଯୋଡି ଉପର ବାଲା ତିଆରି କରିଛନ୍ତି । ଯେଉଁ ମାନଙ୍କ ମଧ୍ୟରେ ଅନେକ ବୟସ ପାର୍ଥକ୍ୟ ରହିଥିଲେ ମଧ୍ୟ ସେମାନେ ସୁଖୀ ଦମ୍ପତି ଭାବେ ଜୀବନ ଅତିବାହିତ କରୁଛନ୍ତି । ଏମିତି ଏକ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ୧୮ ବର୍ଷର ଯୁବକ ୭୧ ବର୍ଷିୟା ମହିଳାଙ୍କ ପ୍ରେମରେ ପଡି ବିବାହ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଛଅ ବର୍ଷ ପୂର୍ବେ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ୧୮ ବର୍ଷିୟ ଗ୍ୟାରି ହାର୍ଡୱିକ୍ ତାଙ୍କ ଖୁଡି ଲିଜାଙ୍କ ଅନ୍ତିମ ସଂସ୍କାରରେ ସେ ତାଙ୍କ ଭବିଷ୍ୟତର ପତ୍ନୀ ଆଲମେଡାଙ୍କୁ ଦେଖି ପ୍ରେମରେ ପଡିଯାଇଥିଲେ । ସେତେବେଳେ ଆଲାମେଡା ୭୧ ବର୍ଷର ହୋଇଥିଲେ ଏବଂ ତାଙ୍କ ପୁଅ ରବର୍ଟଙ୍କୁ ହରାଇ ଦୁଃଖୀ ହୋଇ ପଡ଼ିଥିଲେ।

 ଖବର ଅନୁଯାୟୀ, ୫୩ ବର୍ଷ ବୟସ ବ୍ୟବଧାନ ସତ୍ତ୍ଵେ ଏହି ଦମ୍ପତି ପ୍ରେମରେ ସଂପୂର୍ଣ୍ଣ ପାଗଳ ହୋଇଯାଇଥିଲେ। ଦେଖା ହେବାର ଦୁଇ ସପ୍ତାହ ପରେ ଦୁହେଁ ବିବାହ କରିବାକୁ ସ୍ଥିର କଲେ ଏବଂ ବିବାହ ମଧ୍ୟ କଲେ। ବିବାହ ପରେ ଆଲମାଇଡା ନାତିଙ୍କ ସହ ତାଙ୍କ ସ୍ବାମୀଙ୍କ ଘରକୁ ରହିବାକୁ ଆସିଥିଲେ। ତାଙ୍କ ନାତି ମଧ୍ୟ ତାଙ୍କ ସ୍ୱାମୀଙ୍କଠାରୁ ତିନି ବର୍ଷ ବଡ଼ । ତାଙ୍କ ବାହାଘରକୁ ୬ ବର୍ଷ ହୋଇଥିଲେ ହିଁ ସେମାନଙ୍କ ସମ୍ପର୍କ ଏବେ ମଧ୍ୟ ମଜବୁତ ହୋଇ ରହିଛି।

  କେବଳ ଏତିକି ନୁହେଁ, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକମାନେ ଏହି ଦମ୍ପତିଙ୍କୁ ବହୁତ ପସନ୍ଦ କରନ୍ତି। ଏହି ଦମ୍ପତିଙ୍କ ଫଟୋ ଏବଂ ଭିଡିଓ ବହୁ ସମୟ ଭାଇରାଲ୍ ହୋଇଥାଏ । ସପ୍ତାହ ପୂର୍ବରୁ, ଏହି ଦମ୍ପତି ହୃଦୟସ୍ପର୍ଶୀ ଫଟୋ ସେୟାର କରିଥିଲେ, ଯାହା ଏକ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଗ୍ୟାରି କହିଛନ୍ତି ଯେ, ମୋ ଜୀବନର ପ୍ରେମ ମୋତେ ୧୮ ବର୍ଷ ଏବଂ ତାଙ୍କୁ ୭୧ ବର୍ଷ ବୟସରେ ମିଳିଥିଲା ​​। ଏହା ପ୍ରାୟ ୬ ବର୍ଷ ହେବ ଏବଂ ପ୍ରତିଦିନ ପ୍ରେମ ବଢ଼ିଛି ସିନା କମିନି । ଗ୍ୟାରି ଏବଂ ଆଲମାଇଡାଙ୍କ ବିବାହ ଏବଂ ସେଲଫି ଚୁମ୍ବନ ଫଟୋ ଆଜି ବି ଭାଇରାଲ୍ ହେଉଛି । ଗ୍ୟାରି କହିଛନ୍ତି, ‘ଯେତେବେଳେ ବୟସ ପାର୍ଥକ୍ୟ କଥା ଆସେ, ମୁଁ ଭାବୁଛି ଏହା ବ୍ୟକ୍ତି ଉପରେ ନିର୍ଭର କରେ ସେ କିପରି ତାହାକୁ ହ୍ୟାଣ୍ଡେଲ କରୁଛନ୍ତି। ଏବଂ ଆମର କେମେଷ୍ଟ୍ରୀ ହେଉଛି ଏହାର ଉତ୍ତର। କେବଳ ବୟସ ବ୍ୟବଧାନକୁ ଦେଖିବା ଠିକ୍ ନୁହେଁ। ତେବେ ଏହି ଯୋଡ଼ିଙ୍କୁ ପ୍ରଶଂସା ସହ ସମାଲୋଚନା ବି ମିଳୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: