ଗୃହବନ୍ଦୀରେ ରହିବେ ଏହି ନେତାମାନେ, କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗୃହବନ୍ଦୀରେ ରହିବେ ଏହି ନେତାମାନେ, କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲା। ଘଟଣାରେ ଏବେ ନାଟକୀୟ ମୋଡ଼ ଆସିଛି। ଜଷ୍ଟିସ ଅରିଜିତ ବାନାର୍ଜୀ ୪ ଟିଏମସି ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆଦେଶ ଦେଇଥିବା ବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ସେମାନଙ୍କୁ ଗୃହବନ୍ଦୀରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନେତାମାନେ ଏବେ ଗୃହବନ୍ଦୀରେ ରହିବେ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ। ଟିଏମସି ନେତା ମଦନ ମିତ୍ର, ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ସୋଭନ ଚାଟାର୍ଜୀଙ୍କ ଜାମିନ ପ୍ରଦାନ ଉପରେ କଲିକତା ହାଇକୋର୍ଟ, ସିବିଆଇ କୋର୍ଟର ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ। ତେବେ ଏହାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଦୁଇଜଣ ମନ୍ତ୍ରୀ ଫରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ଥିବା ବେଳେ ମଦନ ମିତ୍ର ଜଣେ ବିଧାୟକ ଏବଂ ସୋଭନ ଚାଟାର୍ଜୀ କଲିକତାର ପୂର୍ବତନ ମେୟରଙ୍କୁ ସିବିଆଇ ନାରଦା ମାମଲାରେ ଗିରଫ କରିଥିଲା। ଏହାପରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: