ବିବାଦରେ ‘ଅତରଙ୍ଗିରେ’, ବୟକଟ୍ ପାଇଁ ଉଠିଲା ଦାବି

ବିବାଦରେ ‘ଅତରଙ୍ଗିରେ’, ବୟକଟ୍ ପାଇଁ ଉଠିଲା ଦାବି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡର ଅଭିନେତା ଅକ୍ଷୟ କୁମାର, ସାଉଥ୍ ଷ୍ଟାର ଧନୁଷ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’ ବଡଦିନ ଅବସରରେ ରିଲିଜ୍ ହେବା ସହ ବେଶ ପ୍ରଶଂସା ସାଉଁଟୁଛି। କିନ୍ତୁ ଏବେ ‘ଅତରଙ୍ଗି ରେ’କୁ ନେଇ ବିବାଦ ମୁଣ୍ଡ ଟେକିଛି। ଫିଲ୍ମଟି OTT ପ୍ଲାଟଫର୍ମ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଗତ ସପ୍ତାହରେ ରିଲିଜ୍ ହୋଇଥିଲା।

କିନ୍ତୁ ବର୍ତ୍ତମାନଏହି ଫିଲ୍ମକୁ ବଏକଟ କରିବାକୁ ସୋସିଆଲ ମିଡିଆରେ ଦାବି କରାଯାଉଛି। ଟ୍ୱିଟରରେ #BoycottAtrangiRe ଟ୍ରେଣ୍ଡ କରୁଛି। ଫିଲ୍ମରେ ସାରା ଜଣେ ବିହାରର ଝିଅ ରିଙ୍କୁ ଭୂମିକାରେ ଅଭିନୟ କରିଛନ୍ତି। ଯାହାଙ୍କୁ ଜବରଦସ୍ତ ଜଣେ ତାମିଲ ପୁଅ ବିଶୁ ସହ ବିବାହ କରାଯାଇଛି। ଫିଲ୍ମରେ ଦର୍ଶାଯାଇଛି ଯେ ରିଙ୍କୁ ଜଣେ ଯାଦୁଗରଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ତାଙ୍କ ପାଇଁ ଛାଡିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଯାଦୁକରର ନାମ ସଜ୍ଜାଦ ଅଲି ଏବଂ ଏହି ଚରିତ୍ରରେ ଅକ୍ଷୟ କୁମାର ଅଭିନୟ କରୁଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ କିଛି ଲୋକ ଏହି ଫିଲ୍ମକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି। କିଛି ୟୁଜର୍ସ କହିଛନ୍ତି, ଏହି ଚଳଚ୍ଚିତ୍ରରେ ହିନ୍ଦୁମାନଙ୍କୁ ନିଷ୍ଠୁର ଦର୍ଶାଯାଇଛି।

ଯେଉଁମାନେ କି,ନିଜ ଝିଅମାନଙ୍କୁ ଜବରଦସ୍ତ ବିବାହ କରାଇଥାନ୍ତି। ଏଥିସହିତ ବିରୋଧ କରୁଥିବା କିଛି ଲୋକ ମତ ଦେଇଛନ୍ତି ଯେ, ଜଣେ ହିନ୍ଦୁ ଝିଅ ମୁସଲମାନ ପ୍ରେମରେ ପାଗଳ ହୋଇ ନିଜ ସ୍ୱାମୀଙ୍କୁ ଛାଡିବାକୁ ପ୍ରସ୍ତୁତ ଅଛି। ତେଣୁ ଏହି ଫିଲ୍ମ ‘ଲଭ୍ ଜିହାଦ୍’କୁ ପ୍ରୋତ୍ସାହିତ କରୁଛି।ଜଣେ ଉପଭୋକ୍ତା ଲେଖିଛନ୍ତି ବଲିଉଡ ସର୍ବଦା ହିନ୍ଦୁବାଦକୁ ଟାର୍ଗେଟ କରିଆସୁଛି ଏବଂ ଅନେକ ସମୟରେ ଏହାକୁ ବଦନାମ କରିଛି। କେବଳ ଯେହେତୁ ଆମେ ଏତେ ବର୍ଷ ଧରି ସହନଶୀଳ ଅଟୁ ସେମାନେ ଭାବିବାକୁ ଲାଗିଛନ୍ତି ଯେ ଆମେ ନମ୍ର ଏବଂ ଅସୁରକ୍ଷିତ ଏବଂ ସେମାନେ ଯାହା ବି କରନ୍ତି ସେଥିରୁ ଦୂରେଇ ଯାଇପାରନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: