କେବଳ ବ୍ରେଡ୍- ଦହି ଖାଇ ଜୀବିତ ଅଛନ୍ତି ୧୨ ବର୍ଷର ବାଳକ

କେବଳ ବ୍ରେଡ୍- ଦହି ଖାଇ ଜୀବିତ ଅଛନ୍ତି ୧୨ ବର୍ଷର ବାଳକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଧିକାଂଶ ପିତାମାତାଙ୍କ ଅଭିଯୋଗ ପିଲାମାନଙ୍କ ଖାଇବାକୁ ନେଇ ରହିଥାଏ। ୟୁକେର ଜଣେ ୧୨ ବର୍ଷର ବାଳକଙ୍କୁ ନେଇ ତାଙ୍କ ପିତାମାତାଙ୍କର ମଧ୍ୟ ସମାନ ଅଭିଯୋଗ ରହିଥିଲା। କିନ୍ତୁ କିଛି ଦିନପରେ ସେ ଜାଣିବାକୁ ପାଇଥିଲେ ଯେ ପୁଅର ଅଦ୍ଭୁତ ଖାଦ୍ୟ ଫୋବିୟା ରହିଛି, ଯେଉଁଥିପାଇଁ ସେ ଖାଦ୍ୟ ଆଡ଼େ ଦେଖିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ।
୧୨ ବର୍ଷର ଏଷ୍ଟନ୍ ଫିସର, ଖାଦ୍ୟ ନାମରେ କେବଳ ରୁଟି ଏବଂ ଦହି ଖାଆନ୍ତି। ବାକି ପିଲାମାନଙ୍କ ପରି, ବୟସ ବଢ଼ିବା ପରେ ମଧ୍ୟ ପୁଅର ମନୋନୀତ ଖାଦ୍ୟକୁ ନେଇ ବିରକ୍ତ ପ୍ରକାଶ କରିବା ସହ ତାଙ୍କୁ ଖାଦ୍ୟ ବିଶେଷଜ୍ଞଙ୍କ ନିକଟକୁ ନେଇଥିଲେ ପରିବାର ଲୋକେ। ଯେତେବେଳେ ଫୁଡ୍ ଏକ୍ସପର୍ଟ ପିଲାଟିର ଫୁସି ଇଟର ବିଷୟରେ ଶୁଣିଲେ, ସେ ତୁରନ୍ତ ତାଙ୍କ ସମସ୍ୟା ବିଷୟରେ ଜାଣି ପାରିଥିଲେ। ଏଷ୍ଟନଙ୍କୁ ଯଦି ତାଙ୍କ ମା’ ବାପା ବ୍ରେଡ୍ ଏବଂ ଦହି ବ୍ୟତୀତ ଅନ୍ୟ କିଛି ଖୁଆଇବାକୁ ଚେଷ୍ଟା କରୁଥିଲେ, ତେବେ ସେ କାନ୍ଦୁଥିଲେ ଏବଂ ଭୟଭୀତ ହୋଇପଡୁଥିଲେ। ତାଙ୍କର ଏଭଳି ଖାଦ୍ୟକୁ ଭୟ କରିବା ପଛର କାରଣ କେହି ବୁଝି ପାରିନଥିଲେ। ଏଷ୍ଟନଙ୍କ ମା’ କାରା ଭାବିଥିଲେ ଯେ ପିଲାଟି ନଖାଇବା ପାଇଁ ଏମିତି ବାହାନା କରୁଛି। ତାଙ୍କ ପରିବାର ଲୋକ ଚିନ୍ତିତ ଥିଲେ ଯେ ଯଦି ସେ ସଠିକ୍ ଖାଦ୍ୟ ନ ଖାଆନ୍ତି, ତେବେ ତାଙ୍କ ଶରୀରର ଆବଶ୍ୟକତା ପୂରଣ କରିବେ କିପରି ? ଯଦିଓ ତାଙ୍କୁ କେତେକ ପର୍ବରେ ଭଲ ଖାଦ୍ୟ ନିକଟକୁ ଅଣାଯାଇଥିଲା, ତଥାପି ସେ ଖାଦ୍ୟର ଗନ୍ଧକୁ ସହି ପାରୁନଥିଲେ। ଏଷ୍ଟନଙ୍କ ଅବସ୍ଥା ଦେଖି ତାଙ୍କ ପିତାମାତା ପ୍ରଥମେ ତାଙ୍କୁ ଡାଏଟିସିଆନଙ୍କୁ ଦେଖାଇଲେ। ତଥାପି, ଏଥିରୁ କୌଣସି ଲାଭ ମିଳିନଥିଲା, ଏଷ୍ଟନ୍ ପୂର୍ବ ଭଳି ଖାଇବାକୁ ଭୟ କରୁଥିଲେ। ଜୁଲାଇରେ ଯେତେବେଳେ ତାଙ୍କୁ ଏକ ଇଟିଙ୍ଗ୍ ଡିସଅର୍ଡର ବିଶେଷଜ୍ଞଙ୍କୁ ଦେଖାଗଲା, ସେତେବେଳେ ଜଣାପଡିଲା ଯେ ତାଙ୍କୁ ଖାଇବାକୁ ଖାଦ୍ୟକୁ ଭୟ ଲାଗୁଥିଲା। ତାଙ୍କର Avoidant Restrictive Food Intake Disorder (ARFID) ଅଛି, ଯେଉଁ କାରଣରୁ ଏଷ୍ଟନ୍ ଅଲଗା କିଛି ଖାଇବାକୁ ଭୟ କରନ୍ତି। ତଥାପି, ବର୍ତ୍ତମାନ ସେ କାଉନସେଲିଂ ଏବଂ ଅନ୍ୟାନ୍ୟ ପଦ୍ଧତି ମାଧ୍ୟମରେ କିଛି ଅଲଗା ଖାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ଏବେ ହୋମ ସାଣ୍ଡୱିଚ୍, ରୋଷ୍ଟ୍ ଡିନର, ପ୍ରିଙ୍ଗଲେସ୍ ଏବଂ ଚିକେନ୍ ନାଗେଟ ଭଳି ଅସ୍ୱାସ୍ଥ୍ୟକର ଜିନିଷ ଖାଇବାକୁ କୁହାଯାଉଛି ଏବଂ ସେ ଧୀରେ ଧୀରେ ଏହା ପାଇଁ ପ୍ରସ୍ତୁତ ହେଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: