ସାମାଜିକ ଦୂରତା ଉଲ୍ଲଂଘନ କଲେ ଲାଗିବ କରେଣ୍ଟ, ନିଆରା ବ୍ରେସଲେଟ୍ ତିଆରି କଲେ ଇଞ୍ଜିନିୟରିଂ ଛାତ୍ର

ସାମାଜିକ ଦୂରତା ଉଲ୍ଲଂଘନ କଲେ ଲାଗିବ କରେଣ୍ଟ, ନିଆରା ବ୍ରେସଲେଟ୍ ତିଆରି କଲେ ଇଞ୍ଜିନିୟରିଂ ଛାତ୍ର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନାକୁ ପରାସ୍ତ କରିବାକୁ ହେଲେ ଆମକୁ ସାମାଜିକ ଦୂରତା ଓ ମୁହଁରେ ମାସ୍କ ବ୍ୟବହାର କରିବା ଜରୁରୀ ଅଟେ । କିନ୍ତୁ ଏବେ ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶର ମୀରଠର ଜଣେ ଇଞ୍ଜିନିୟରିଂ ଛାତ୍ର ଏକ ବ୍ରେସଲେଟ୍ ଆକାରର ଏକ ଡିଭାଇସ୍ ଡିଜାଇନ୍ କରିଛନ୍ତି। ଏହାକୁ ପିନ୍ଧିବା ପରେ ଜଣେ ବ୍ୟକ୍ତି ଚାହିଁଲେ ମଧ୍ୟ ସାମାଜିକ ଦୂରତାକୁ ଉଲ୍ଲଂଘନ କରିପାରିବ ନାହିଁ। ବ୍ରେସଲେଟ୍ ପିନ୍ଧିଥିବା ବ୍ୟକ୍ତି ସାମାଜିକ ଦୂରତା ଭାଙ୍ଗିବା ମାତ୍ରେ, ବ୍ରେସଲେଟ୍ ଏପରି କରେଣ୍ଟ ମାରିବ ଯେ, ଯାହା ଦ୍ଵାରା ବ୍ୟକ୍ତିର ଇନ୍ଦ୍ରିୟଗୁଡିକ ଚିହିଁକି ଉଠିବ । ଯାହା ଦ୍ବାରା ଆପଣଙ୍କର ସାମାଜିକ ଦୂରତା ଅନୁସରଣ କରିବା ଆରମ୍ଭ କରିବେ।
ଏହି ବ୍ରେସଲେଟ୍ ପିନ୍ଧି ଯେ କେହି ବି ନିଜକୁ ନିଜେ ସାମାଜିକ ଦୂରତା ଅନୁସରଣ କରିବା ଆରମ୍ଭ କରିପାରିବେ । ବ୍ରେସଲେଟ୍ ପିନ୍ଧିବା ପରେ, ଯେଉଁମାନେ ସାମାଜିକ ଦୂରତାକୁ ଭାଙ୍ଗନ୍ତି, ସେମାନେ ଏତେ ଶକ୍ତିଶାଳୀ କରେଣ୍ଟ ଖାଇବେ ଯାହାର ଝଟକା କେବେ ବି ଭୁଲିବା ସମ୍ଭବ ନୁହେଁ। ମୀରଠର ଇଞ୍ଜିନିୟରିଂ ଛାତ୍ର ପୁନିତ୍ ଉପାଧ୍ୟାୟ ଏହି ବ୍ରେସଲେଟ୍ ତିଆରି କରିଥିବା ବେଳେ ତାହାକୁ ନିଜ ବନ୍ଧୁଙ୍କ ଉପରେ ପ୍ରୟୋଗ କରିବା ସମୟରୁ ହିଁ ସାମାଜିକ ଦୂରତା ରକ୍ଷା ନେଇ ଶପଥ କରିଥିଲେ ବୋଲି କୁହନ୍ତି। ସେ କହିଛନ୍ତି ଯେ କରେଣ୍ଟ ଏତେ ଶକ୍ତିଶାଳୀ ଥିଲା ଯେ ବର୍ତ୍ତମାନ ସେ କେବେ ବି ସାମାଜିକ ଦୂରତାକୁ ଉଲ୍ଲଂଘନ କରିବେ ନାହିଁ। ଯେତେବେଳେ ଦୁଇଜଣ ଲୋକ ଏହି ବ୍ରେସଲେଟ୍ ପିନ୍ଧି ଏହାକୁ ଡେମୋ କଲେ, ସେମାନେ ତିନି ମିଟରରୁ ଅଧିକ ଦୂର ଯାଇ ପାରିଲେ ନାହିଁ । ସେମାନେ ସାମାଜିକ ଦୂରତାକୁ ଉଲ୍ଲଂଘନ କରିବା ମାତ୍ରେ ତାଙ୍କୁ ଏମିତି କରେଣ୍ଟ ଲାଗିଲା ଯେ, ଯେପରି କେହି ସେମାନଙ୍କୁ ବାଡ଼ିରେ ଜୋରେ ମାଡ଼ ପିଟୁଛନ୍ତି।
ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ ଇଞ୍ଜିନିୟରିଂର ଶେଷବର୍ଷର ଛାତ୍ର ପୁନିତ୍ ମଧ୍ୟ ଏହାକୁ ପେଟେଣ୍ଟ କରିବାକୁ ଚିନ୍ତା କରୁଛନ୍ତି। ଛାତ୍ର ପୁନିତ୍ ଉପାଧ୍ୟାୟ କହିଛନ୍ତି ଯେ, ଯିଏ ଏହି ବ୍ରେସଲେଟ୍ ପିନ୍ଧନ୍ତି ସେ ଅନ୍ୟ କିଛି ଭୁଲ କରିପାରନ୍ତି । ହେଲେ ସାମାଜିକ ଦୂରତାକୁ ଉଲ୍ଲଂଘନ କରିବେ ନାହିଁ। ସରକାରଙ୍କ ଲକ୍ଷେ ବାରଣ ସତ୍ବେ ଲୋକମାନେ ସାମାଜିକ ଦୂରତା ଅନୁସରଣ କରୁନାହାନ୍ତି। ଏଭଳି ପରିସ୍ଥିତିରେ ଏହି ବ୍ରେସଲେଟ୍ ସାମାଜିକ ଦୂରତା ପାଇଁ ଏକ ବରଦାନ ଭଳି କାମ କରିପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ପୋଲିସ ସହିତ ଏହି ବ୍ରେସଲେଟ୍ ସାମାଜିକ ଦୂରତା ରକ୍ଷା କରାଇବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: