ଶତାଦ୍ଦୀର ଭୂତାଣୁ: ଯେବେ ଅଟକିଗଲା ବିଶ୍ୱ ଆଉ ତା’ ପରେ… (ଭାଗ-1)

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଶହେ ବର୍ଷ ପୂର୍ବରୁ ନା କିଏ ଭାବିଥିଲା ନା କେହି ଚିନ୍ତା କରିଥିଲେ । ଶହେ ବର୍ଷ ପରେ କିନ୍ତୁ ସେମିତି କିଛି ଘଟିଲା ଯାହାକୁ ଏବେ ବି ଲୋକେ ଏକ ଅଭିଶପ୍ତ ରାତ୍ରିର ଦୁଃସ୍ୱପ୍ନ ବୋଲି ଭାବୁଛନ୍ତି । ଏବେ ବି ଭୟରେ ଲୋକେ ନିଜ ନିଜ ଘରେ ଗାଁରେ ଓ ସହରରେ ବନ୍ଦୀ ଜୀବନ ବିତାଉଛନ୍ତି । କାହିଁକିନା ଶତାଦ୍ଦୀର ଭୂତାଣୁ ବିଶ୍ୱରେ ଏମିତି ଏକ ଭୟ ସୃଷ୍ଟି କରାଇଛି ଯାହା ଆଗାମୀ ଶରହେ ବର୍ଷା ପାଇଁ ଲୋକଙ୍କ ମନରୁ ଯିବନି । ଆଗାମୀ ପିଢ଼ୀଙ୍କୁ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଦୃଷ୍ଟି କୋଣରୁ ନିହାତି ପ୍ରଭାବିତ କରିବ ଏଥିରେ ଦ୍ୱିମତ ନାହିଁ । ତେବେ ଆସନ୍ତୁ ଜାଣିବା ବିଶ୍ୱକୁ ତିଳ ତିଳ କରି ମାରିଥିବା ସେହି ମାରାତ୍ମକ ଏବଂ ପ୍ରତି ସେକେଣ୍ଡରେ ଭୟର ସହ ବଞ୍ଚିବାକୁ ବାଧ୍ୟ କରିଥିବା ଭାଇରସ (କୋଭିଡ-19) ସମ୍ପର୍କରେ ଏହି ଆଲେଖ୍ୟର ପ୍ରଥମ ଭାଗରେ ଜାଣିବା ।….

କୋରୋନା ଭୂତାଣୁ

ଶତାଦ୍ଦୀର ଭାଇରସ (କୋଭିଡ-19 ବା କରୋନା)
ବର୍ଷ 2019ର ଶେଷ ଏବଂ 2020ର ଆରମ୍ଭ ବେଳକୁ ଏକ ଭାଇରସ ବିକଶିତ ହୁଏ ଏବଂ ସାରା ବିଶ୍ୱର କୋଣଅନୁକୋଣରେ ନିଜର କାୟା ବିସ୍ତାର କରିବାକୁ ଲାଗେ । ଚୀନ୍ ର ଉହାନ ପ୍ରାନ୍ତରୁ ସାରା ବିଶ୍ୱକୁ ବ୍ୟାପିଥିବା ଏହି ଭାଇରସ ପ୍ରାକୃତିକ ନା ଏହା ମନୁଷ୍ୟକୃତ ତାକୁ ନେଇ ବିବାଦ ହୁଏ । ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ଅନ୍ୟ ପ୍ରଭାବଶାଳୀ ରାଷ୍ଟ୍ର ଚୀନ୍ ର ଏକ ଲ୍ୟାବରେ ଏହାକୁ ବିକଶିତ କରାଯାଇଥିବା ଦାବି କରାଯାଏ କିନ୍ତୁ ବାରମ୍ବାର ବିଭିନ୍ନ ଫୋରମରେ ଏହାକୁ ପ୍ରତ୍ୟାଖାନ କରିବାକୁ ଲାଗେ ଚୀନ୍ । ଇଏତ ଗଲା ଉତ୍ପତ୍ତି ଓ ଏହାକୁ ନେଇ ବିବାଦର କଥା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ପ୍ରଭାବ, ପ୍ରକୋପ ଏବଂ ଭାଇରସକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭୟ । କାହିଁକିନା କେଇ ମାସ ମଧ୍ୟରେ ହିଁ ଏହା ବିଶ୍ୱର ଚିତ୍ର ବଦଳି ଯାଇଥିଲା । ପୋକମାଛି ପରି ଲୋକେ ମରିବା ଆରମ୍ଭ କରି ଦେଇଥିଲେ । ଏହି ଭାଇରସ ଯାହାର ଭୟବହତାକୁ ପରିଲିଖିତ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବୈଶ୍ୱିକ ମହାମାରୀ ବା ଗ୍ଲୋବାଲ ପେଣ୍ଡାମିକ୍ ବୋଲି ଘୋଷଣା କରନ୍ତି । ଏହା ପରେ ଜାରି ହୁଏ ଏଥିରୁ ବର୍ତ୍ତିବାର ଜୀବନ ରକ୍ଷାକାରୀ ଉପାଦେୟ କୌଶଳ ଏବଂ ଜାରି ହୁଏ କଟକଣା । 200ରୁ ଅଧିକ ଦେଶରେ ଜାରି ହୁଏ ଲକାଡାଉନ ଏହଂ ସଟଡାଉନ୍ । ସୋସିଆଲ ଡିଷ୍ଟାନ୍ସିଂ, ସେଲ୍ଫ ସାନିଟାଇଂଜିକୁ ଗୁରୁତ୍ୱ ଦିଆଗଲା କାହିଁକିନା ଭୂତାଣୁର ସଂକ୍ରମଣକୁ ରୋକିବାକୁ ଏହା ହିଁ ଥିଲା ଏକମାତ୍ର ବିକଳ୍ପ କାହିଁକିନା ପ୍ରତିଦିନ ବିଶ୍ୱରେ ହଜାର ହଜାର ଲୋକ ସଂକ୍ରମଣ ହେଉଥିଲା ଏହାର ପ୍ରତିଷେଧକ ବାହାରି ନ ଥିବାରୁ ଲୋକେ ପୋକମାଛି ପରି ମରିବାକୁ ପଡ଼ିଥିଲା ।

ଏସଂକ୍ରାନ୍ତରେ ଅଧିକ ଗବେଷଣା କରୁଥିବା ଏବଂ କୋଭିଡ୍ ସମ୍ପର୍କିତ ପ୍ରତିଟି ଅପଡେଟ ଉପରେ ନଜର ରଖି ବିଭିନ୍ନ ସମୟରେ ଆଲେଖ୍ୟ ପ୍ରସ୍ତୁତ କରୁଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଚର ପ୍ରଦୀପ ମହାପାତ୍ର ଲେଖନ୍ତି ‘ଚୀନର ମଧ୍ୟଭାଗରେ ଅବସ୍ଥିତ ହୁବେଲ ପ୍ରଦେଶର ଉହାନ ସହରରେ ୨୦୧୯ ଡ଼ିସେମ୍ୱର ଶେଷ ୨୦୨୦ ଜାନୁୟାରୀ ଆରମ୍ଭରୁ ମନୁଷ୍ୟ ଶରୀର ଶ୍ୱାସନଳୀରେ କରୋନା ଭୂତାଣୁ ସଂକ୍ରମଣ ମାର୍ଚ୍ଚ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ବିସ୍ତୃତ ଅଞ୍ଚଳକୁ ବ୍ୟାପିଛି । ସମତାଳରେ ସଂକ୍ରମଣକୁ ନେଇ ଗୁଜବ ପ୍ରସାର ରୋଗ ତୁଳନାରେ ଅଧିକ ସାମାଜିକ ବିଶୃଙ୍ଖଳାର କାରଣ ପାଲଟିଛି । ଜନସାଧାରଣଙ୍କ ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଅର୍ଥନୀତି, ପର୍ଯ୍ୟଟନ ଇତ୍ୟାଦି ଗୁଜବ ଦ୍ୱାରା ପ୍ରଭାବିତ ହେବାରେ ଲାଗିଛି ।’
ସେ ଆହୁରି ପରାମର୍ଶ ଦେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମର୍ଶକୁ ଦୋହରାଇ କୁହନ୍ତି ‘କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ବାରମ୍ୱାର ହାତ ଧୋଇବା, ପରିଷ୍କାର ପରିଚ୍ଛନ୍ନତାପ୍ରତି ଦୃଷ୍ଟି ଦେବା ଏବଂ ହାତ ମୁହଁରେ ନଲଗାଇବା ତଥା ଗହଳିଆ ସ୍ଥାନରେ ଚଳପ୍ରଚଳନ ଏଡ଼ାଇବା ନିମନ୍ତେ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ମୁହଁରେ ମୁଖ୍ୟତଃ ଆଖି, ନାକ ଓ ପାଟିରେ ବାରମ୍ୱାର ହାତ ମାରିବା ଆମ ଅଭ୍ୟାସ । ୨୦୧୫ରେ ଏକ ଚିକିତ୍ସା ବିଦ୍ୟାଳୟ ଶ୍ରେଣୀଗୃହରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆଚ଼ରଣ ଅନୁଧ୍ୟାନରୁ ଜଣାଯାଇଥିଲା ଯେ ହାରାହାରି ପ୍ରତ୍ୟେକ ବ୍ୟକ୍ତି ଘଣ୍ଟାରେ ୨୩ ଥର ମୁହଁରେ ହାତ ମାରିଥାନ୍ତି । ଏହି ଅଭ୍ୟାସ ଆମକୁ ବଦଳାଇବାକୁ ପଡ଼ିବ । କାରଣ କରୋନା ପରେ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ ପ୍ରତିରୋଧରେ ମଧ୍ୟ ତାହା ସହାୟକ ହେବ ।’
ଏସମ୍ପର୍କରେ ଅଧିକ ଆଲୋଚନା ଦ୍ୱିତୀୟ ଭାଗରେ କରିବା । ସେ ପର୍ଯ୍ୟନ୍ତ ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ଆଖପାଖର ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଅନ୍ତୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: