ଦୁଇ ଶତ୍ରୁଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି ଭାରତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କଥାରେ ଅଛି, ଦୁଇ ଜଣଙ୍କ ଝଗଡ଼ା ଭିତରେ ଅନ୍ୟ ଜଣଙ୍କ ଫାଇଦା । ଏହା ଏବେ ପାକିସ୍ତାନ ଚାହୁଁଛି। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ବା LACରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାର ସୁଯୋଗ ନେବାକୁ ପାକିସ୍ତାନ ଚେଷ୍ଟା କରୁଛି। ଭାରତୀୟ ଗୁପ୍ତଚର ଏଜେନ୍ସି ରିପୋର୍ଟ ଅନୁସାରେ, ପାକିସ୍ତାନୀ ସେନା ଉତ୍ତର ଲଦାଖରେ ଏହାର ନିୟୋଜନ ବୃଦ୍ଧି କରିଛି । ଏହାରି ମଧ୍ୟରେ ଚୀନ ସେନା ଆତଙ୍କବାଦୀ ସଙ୍ଗଠନ ଅଲ ବଦରଙ୍କ ସହ କଥାବାର୍ତ୍ତା କରୁଛି ।

ଭାରତ-ଚୀନ ସୀମାରେ ଅଶାନ୍ତି

ଗୁପ୍ତଚର ଏଜେନ୍ସି ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳରେ ନିଜର ସୈନିକମାନଙ୍କ ଦୁଇଟି ବିଭାଗ ନିୟୋଜିତ କରିଛି । ଉତ୍ତର ଲଦାଖରେ ପାକିସ୍ତାନ ପକ୍ଷରୁ ପ୍ରାୟ ୨୦ ହଜାର ଅତିରିକ୍ତ ସୈନିକ ନିୟୋଜିତ ହୋଇଛନ୍ତି ।
ଚୀନ ସହ ଚାଲିଥିବା ଉତ୍ତେଜନା ପରିସ୍ଥିତିର ଫାଇଦା ଉଠେଇବା ପାଇଁ ପାକିସ୍ତାନ ପ୍ରୟାସ ଆରମ୍ଭ କରିଛି ।

ଏହାସହ ଚୀନ୍ ସେନା ଆତଙ୍କବାଦୀ ସଂଗଠନ ଅଲ ବଦରଙ୍କ ସହ ମିଶି ଜମ୍ମୁ କାଶ୍ମୀରରେ ହିଂସା ବିସ୍ତାର କରିବା ନେଇ ଯୋଜନା କରିଥିବା ଜଣାପଡିଛି । ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଚୀନ୍ ସହିତ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ଯୋଜନା କରୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: