ଭାରତର ଗୀତ ଗାଁ, କଥାରେ ନୁହେଁ ଗୀତରେ ପରସ୍ପର ସହ ହୁଅନ୍ତି କଥାବାର୍ତ୍ତା

କୋଙ୍ଗଥୋଙ୍ଗ ଏକ ଲୋକପ୍ରିୟ ଗୀତ ଗାଁ ଭାବରେ ଜଣାଶୁଣା କାରଣ ଏଠାରେ “ଜିଙ୍ଗ୍ରୱାଇ ଆଇୱବାଇ” (Jingrwai iawbei) ନାମକ ଲୋରି ଦ୍ଵାରା ଲୋକମାନେ ପରସ୍ପରକୁ ଡାକନ୍ତି।

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭିନ୍ନତାରେ ଏକତାର ଦେଶ ହେଉଛି ଭାରତ। ଏଠାରେ ଦେଶ, ଅଞ୍ଚଳ ଭିତ୍ତିରେ ବିଭିନ୍ନ ପ୍ରକାରର ପରମ୍ପରା ଏବଂ ସଂସ୍କୃତି ଦେଖିବାକୁ ମିଳିଥାଏ। ମେଘାଳୟର କୋଙ୍ଗଥୋଙ୍ଗରେ ଗାଁରେ ଏପରି ଏକ ଅନନ୍ୟ ସଂସ୍କୃତି ଦେଖିବାକୁ ମିଳେ। ଏହି ଗାଁ ବିଷୟରେ ଏକ ମଜାଦାର କଥା ହେଉଛି ଯେ ଏଠାରେ ବସବାସ କରାଇଥିବା ଲୋକମାନେ ସାଧାରଣ କଥାରେ ନୁହେଁ ବରଂ ଗୀତ ଗାଇ ପରସ୍ପର ସହ କଥା ହୁଅନ୍ତି ଏବଂ ଏହି ଗାଁର ପ୍ରତ୍ୟେକ ବାସିନ୍ଦାଙ୍କ ନାମ ଗୋଟିଏ ଗୋଟିଏ ମେଲୋଡି ଅଟେ । କୋଙ୍ଗଥୋଙ୍ଗ ବିଶ୍ବରେ ହ୍ୱିଷ୍ଟଲିଂ ଗ୍ରାମ ଭାବରେ ଜଣାଶୁଣା। ଏଠାରେ ସୁନ୍ଦର ପର୍ବତ, ଜଳପ୍ରପାତ ଏବଂ ଘନ ବୃକ୍ଷ ଦ୍ୱାରା ଘେରି ରହିଥିବା ଉପତ୍ୟକାର ସୁନ୍ଦର ଦୃଶ୍ୟ  ବ୍ୟତୀତ, କୋଙ୍ଗଥୋଙ୍ଗକୁ ଲୋକଙ୍କୁ ଅଧିକ ଆକର୍ଷିତ କରୁଥିବା ବିଷୟ ହେଉଛି ଏହାର ନିଆରା ସଂସ୍କୃତି । କୁହାଯାଏ ଯେ ଯେତେବେଳେ ଏହି ଗାଁରେ ଏକ ଶିଶୁ ଜନ୍ମ ହୁଏ, ମା’ର ହୃଦୟରୁ ଯେଉଁ ଧୁନ ବାହାରିଥାଏ ତାହା ଶିଶୁର ନାମ ହୋଇଯାଏ ଏବଂ ଏହି ଅଭ୍ୟାସ ପ୍ରକୃତରେ ସ୍ପର୍ଶକାତର ଅଟେ। ଗାଁରେ କଥାବାର୍ତ୍ତା କମ ଅଧିକ ଧୁନ ଶୁଣିବାକୁ ମିଳେ। ଏଠାରେ ଲୋକମାନଙ୍କୁ ଡାକିବା ପାଇଁ ସ୍ୱରର ବ୍ୟବହାର କରାଯାଏ।

ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କୋଙ୍ଗଥୋଙ୍ଗ ଏକ ଲୋକପ୍ରିୟ ଗୀତ ଗାଁ ଭାବରେ ଜଣାଶୁଣା କାରଣ ଏଠାରେ “ଜିଙ୍ଗ୍ରୱାଇ ଆଇୱବାଇ” (Jingrwai iawbei) ନାମକ ଲୋରି ଦ୍ଵାରା ଲୋକମାନେ ପରସ୍ପରକୁ ଡାକନ୍ତି। ସୂଚନାନୁସାରେ, ପ୍ରାଚୀନ କାଳରୁ ଗାଁରେ ଏକ ବିଶ୍ୱାସ ରହିଛି ଯେ ଜଙ୍ଗଲକୁ ଯାଉଥିବା ଲୋକମାନେ ପରସ୍ପରକୁ ନାମ ଧରି ଡାକନ୍ତି, ତେବେ ସର୍ବନାଶକାରୀ ପ୍ରେତ ବା ଆତ୍ମା ​​ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ କ୍ଷତି ପହଞ୍ଚାନ୍ତି।  ହ୍ୱିଷ୍ଟଲିଂ ଭିଲେଜ(Whistling Village)ରେ ରହିବାକୁ ସର୍ବୋତ୍ତମ ସ୍ଥାନ ହେଉଛି କୋଙ୍ଗଥୋଙ୍ଗ ଟ୍ରାଭେଲର୍ ନେଷ୍ଟ, ଯାହା ଏକ ସୁନ୍ଦର ବାଉଁଶ କୁଡିଆ। ଏଠାକାର ଲୋକମାନେ ଅତ୍ୟନ୍ତ ସ୍ନେହୀ, ଏଠି ପାରମ୍ପରିକ ଖାଦ୍ୟ ଖାଇବାର ମଜା ମଧ୍ୟ ଉଠେଇ ପାରିବେ।

Leave a Reply

Your email address will not be published. Required fields are marked *