ଛିଣ୍ଡା ଜ୍ୟାକେଟ ବିକ୍ରୀ କରୁଛି ଏହି ଦାମୀ ବ୍ରାଣ୍ଡ, ଦାମ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ

ଛିଣ୍ଡା ଜ୍ୟାକେଟ ବିକ୍ରୀ କରୁଛି ଏହି ଦାମୀ ବ୍ରାଣ୍ଡ, ଦାମ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଫ୍ୟାସନ ନାରେ ବେଳେବେଳେ ଏମିତି କିଛି ଜିନିଷ ବଜାରକୁ ଆସେ ଯାହା ଦେଖିବାକୁ ତ ଅଜବ ଲାଗିଥାଏ ତାସହ ଏଥି ପାଇଁ ନିର୍ମାତାଙ୍କୁ ହଟହଟା ହେବାକୁ ପଡିଥାଏ। ପ୍ୟାରିସର ବିଳାସପୂର୍ଣ୍ଣ ଫ୍ୟାଶନ୍ ହାଉସ୍ ବାଲେନସିଆଗା ଦ୍ୱାରା ନିର୍ମିତ ସାମଗ୍ରୀ ସାରା ବିଶ୍ୱରେ ପ୍ରସିଦ୍ଧ। ବଡ ବଡ ସେଲିବ୍ରିଟିମାନେ ଏହି ବ୍ରାଣ୍ଡର ପୋଷାକ ପିନ୍ଧିବାକୁ ବେଶ ପସନ୍ଦ କରନ୍ତି । ତେବେ ଏହି ବ୍ରାଣ୍ଡର ଏବେ ଗୋଟିଏ ଜ୍ୟାକେଟ୍ ବଜାରକୁ ଆସିଥିବା ବେଳେ ତାହା ଇଣ୍ଟରନେଟରେ ବେଶ ଭାଇରାଲ ହେବାରେ ଲାଗିଛି। ଏହାସହ ଲୋକମାନେ ଜ୍ୟାକେଟର ଡିଜାଇନ୍ ଦେଖି କମ୍ପାନୀକୁ ଖୁବ୍ ସମାଲୋଚନା କରୁଛନ୍ତି ।

ବାଲେନସିଆଗା ଏକ ବୁଣା ହୁଡି ଜ୍ୟାକେଟ୍ ବଜାରକୁ ଛାଡ଼ିଛି, ଯେଉଁଥିରେ ଅନେକ ବଡ ବଡ ଛିଦ୍ର ରହିଛି। ଏହି ହୁଡି ଜ୍ୟାକେଟ୍ ଦେଖିବାକୁ ବହୁତ ଅଦ୍ଭୁତ। ତେବେ ଏହି ଛିଡ଼ା ଜ୍ୟାକେଟର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ। ଏହାର ମୂଲ୍ୟ ୧,୩୫୦ ପାଉଣ୍ଡ ଅର୍ଥାତ୍ ୧,୩୯,୧୬୩ ଟଙ୍କା। ବର୍ତ୍ତମାନ, ବ୍ରାଣ୍ଡର ଏହି ଅଫର ସୋସିଆଲ ମିଡିଆରେ ବହୁ ସମାଲୋଚନାର ଶିକାର ହେଉଥିବା ବେଳେ ଯିଏ ଏହି ଜ୍ୟାକେଟ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି।

ଜ୍ୟାକେଟ୍ ୧୦୦% ପଲିଷ୍ଟରରେ ତିଆରି ହୋଇଥିବା ବେଳେ ଏହା ନୀଳ ଏବଂ ନାଲି ରଙ୍ଗରେ ଉପଲବ୍ଧ ହେଉଛି। ଏହି ଜ୍ୟାକେଟରେ ଛାତି, ବାହୁ, ପିଠି ଏବଂ ତଳ ଉପରେ ଛିଦ୍ର ତିଆରି କରାଯାଇଛି। ଏହି ଜ୍ୟାକେଟର ଫଟୋ ସେୟାର କରି ଜଣେ ଟ୍ୱିଟର ବ୍ୟବହାରକାରୀ କ୍ୟାପସନରେ ଲେଖିଛନ୍ତି, ‘ମାତ୍ର ୧ ଲକ୍ଷ ୩୯ ହଜାର ଟଙ୍କାରେ ଆପଣ ଏହା ଦେଖି ପାରନ୍ତି, ଯେପରି ପୋଷାକଟିକୁ କୁକୁର ଚୋବେଇ ଖାଇଛି।’

ଏହା ସହିତ, ଅନ୍ୟ ଜଣେ ଉପଭୋକ୍ତା ଏହି ଜ୍ୟାକେଟକୁ ଏକ ବିନ୍ ବ୍ୟାଗ୍ ସହିତ ତୁଳନା କରିଛନ୍ତି। ତେବେ କମ୍ପାନୀ ଏହି ଜ୍ୟାକେଟ୍ ସହିତ କ୍ୟାପସେନରେ ଲେଖିଛି, ବାଲେନସିଆଗା ପୋଷାକ ସହିତ ପରୀକ୍ଷଣ କରିବାକୁ ଭୟ କରେ ନାହିଁ। ଭିତରେ ପିନ୍ଧାଯାଇଥିବା ପୋଷାକ ଏହି ଜ୍ୟାକେଟରେ ହୋଇଥିବା ଛିଦ୍ର ଦ୍ଵାରା ସ୍ପଷ୍ଟ ଭାବରେ ଦେଖାଯିବ। ଜିନ୍ସ, ହେମ ସାର୍ଟ ଏବଂ ଫ୍ୟାଡ୍ କ୍ୟାପ୍ ରେ ବଡ ଛିଦ୍ର ଏହି ବ୍ରାଣ୍ଡର ହଲମାର୍କ ଅଟେ। ଗତବର୍ଷ କୁକୁରକୁ ଏକ ବଡ ହୁଡି ପିନ୍ଧାଇ ମଡେଲ କରିବା କାରଣରୁ ବ୍ରାଣ୍ଡ ସମଲୋଚନାର ଶିକାର ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: