ଏ ଯୁଗର କୃଷ୍ଣ ସୁଦାମା, ୨୫ ବର୍ଷ ଧରି ଏକା ପୋଷାକ ପିନ୍ଧନ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତିବର୍ଷ ପିତୃ ଦିବସ, ମତୃଦିବସ ପରି ବନ୍ଧୁତ୍ୱ ଦିବସ ମଧ୍ୟ ପାଳନ କରାଯାଏ। ଏହି ଦିନଟି ବନ୍ଧୁମାନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହୋଇଥାଏ। ଏହିଦିନ ବନ୍ଧୁମାନେ ବୁଲାବୁଲି ସହ ଖିଆପିଆ, ଗିଫ୍ଟ ଦିଆନିଆ ହୁଅନ୍ତି। ଆପଣାତ ଅନେକ ପ୍ରକାର ବନ୍ଧୁତ୍ଵ ଦେଖିଥିବେ ହେଲେ ଆଜି ଆମେ ଆପଣଙ୍କୁ ଏପରି ଦୁଇଜଣ ବନ୍ଧୁଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବନ୍ଧୁତାର ଏକ ମିଶାଲ କହିଲେ ଚଳେ। କୃଷ୍ଣ ସୁଦାମାଙ୍କ ପରି ଏମାନଙ୍କ ବନ୍ଧୁତା ଅତ୍ୟନ୍ତ ଗାଢ଼। ଏହି ଦୁଇ ବନ୍ଧୁ ୨୫ ବର୍ଷହେବ ସମାନ ପୋଷାକ ପିନ୍ଧି ଆସୁଛନ୍ତି। ବାସ୍ତବରେ ଆମେ କେରଳର ଆଲାପୁଝା ଜିଲ୍ଲାର ରବିନ୍ଦ୍ରନ୍ ପିଲ୍ଲାଇ ଏବଂ ଉଦୟକୁମାରଙ୍କ ବନ୍ଧୁତା ବିଷୟରେ କହୁଛୁ। ଏହି ଦୁଇଜଣଙ୍କ ବନ୍ଧୁନ୍ତ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ଏହି ଦୁଇ ବନ୍ଧୁ କେବଳ ଏକା କପ୍‌ରେ ଚା ପିଅନ୍ତି ନାହାଁନ୍ତି, ବରଂ ସମାନ ସ୍ଥାନରୁ, ସମାନ ରଙ୍ଗର ପୋଷାକ ସିଲେଇ କରି ପିନ୍ଧନ୍ତି। ଦୁହେଁ ସମାନ ପ୍ରକାର ପୋଷାକ ପିନ୍ଧି ବାହାରକୁ ଆସିବା ମାତ୍ରେ ଆଖପାଖ ଲୋକ ଦୁହିଁଙ୍କୁ ଦେଖି ଖୁସି ହୁଅନ୍ତି।
ଏକ ରିପୋର୍ଟ ଅନୁଯାୟୀ, ରବିନ୍ଦ୍ରନଙ୍କ ବନ୍ଧୁ ତିଲକ ୧୯୮୨ ମସିହାରେ ଏହି ଦୁଇଜଣଙ୍କୁ ପରିଚିତ କରାଇଥିଲେ। ରବିନ୍ଦ୍ରନ୍ କୁହନ୍ତି, “ଆମେ କେବଳ ଗୋଟିଏ ରଙ୍ଗର ପୋଷାକ ପିନ୍ଧୁ ନାହୁଁ, ବରଂ ଆମର ସାର୍ଟ ଏବଂ ପ୍ୟାଣ୍ଟର ମ୍ୟାଟେରିୟାଲ ମଧ୍ୟ ସମାନ ଅଟେ। ଉଭୟ ୨୫ ବର୍ଷ ପୂର୍ବେ ସମାନ ପୋଷାକ ପିନ୍ଧିବାର ଏହି ଅଭ୍ୟାସ ଆରମ୍ଭ କରିଥିଲେ। ଏହା ବ୍ୟତୀତ ରବିନ୍ଦ୍ରନ୍ ଏହା ମଧ୍ୟ କହିଛନ୍ତି ଯେ, ୬ ବର୍ଷର ସାକ୍ଷାତ ପରେ, ୧୯୮୮ ମସିହାରେ ଆମେ ବ୍ୟବସାୟିକ ଭାଗିଦାରୀ ହୋଇଥିଲୁ। ଆମେ ଆମର ୟୁନିଟ୍ ଗୁଡିକୁ ମିଶାଇ ପି.କେ ନାମକ ଏକ ଟେଲର୍ ଦୋକାନ ଖୋଲିଲୁ। ଦୋକାନ ନାମରେ ବ୍ୟବହୃତ P ଓ K ର ପ୍ରକୃତ ନାମ ସହିତ କୌଣସି ସମ୍ପର୍କ ନାହିଁ। ବାସ୍ତବରେ, ସ୍ଥାନୀୟ ଲୋକମାନେ ଏହି ଯୋଡ଼ିର ନାମ ପାଚୁ ଏବଂ କୋଭାଲାନ୍ ଦେଇଥିଲେ। ଯାହାକି ସ୍ୱର୍ଗତ ପି.କେ. ମନ୍ଥିରଙ୍କ ଦୁଇଟି ଫେମସ କାର୍ଟୁନ୍ ଚରିତ୍ର।
ରବିନ୍ଦ୍ରନ୍ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ‘ଆମ ମଧ୍ୟରୁ ଜଣେ ଲମ୍ବା ଏବଂ ଆଉ ଜଣେ ଟିକିଏ ଛୋଟ। ତେଣୁ ଯେତେବେଳେ ବି ଆମେ ସମାନ ପୋଷାକ ପିନ୍ଧି ବାହାରକୁ ଆସୁଥିଲୁ, ଲୋକମାନେ ଥଟ୍ଟା କରି ଆମକୁ ପାଚୁ ଏବଂ କୋଭାଲାନ୍ ବୋଲି କହିବା ଆରମ୍ଭ କରିଥିଲେ। ଆମେ ସେହି ସବୁ କଥାକୁ ଖାତିର କରୁନଥିଲୁ, କିନ୍ତୁ ସେହି ନାମ ଆମକୁ ଏତେ ପସନ୍ଦ ଆସିଥିଲା ଯେ ଉଦୟକୁମାରଙ୍କ ପରାମର୍ଶରେ ଆମେ ଆମର ଦୋକାନର ନାମ ପି.କେ ରଖିଛୁ। ‘ ରବିନ୍ଦ୍ରନ୍ ଏବଂ ଉଦୟକୁମାର ପାଖାପାଖି ରୁହନ୍ତି। ସେମାନଙ୍କ ମଧ୍ୟରେ ଥିବା ଦୂରତାକୁ କମେଇବା ପାଇଁ ଦୁହେଁ ନିକଟସ୍ଥ ଏକ ପ୍ଲଟ୍ କିଣି ଘର ତିଆରି କରିଥିଲେ। କେବଳ ସେତିକି ନୁହେଁ ପୂର୍ବରୁ ଉଭୟଙ୍କ ପରିବାର ଅନ୍ୟ ଲୋକ ମଧ୍ୟ ସମାନ ପୋଷାକ ପିନ୍ଧୁଥିଲେ, କିନ୍ତୁ ପରେ ମହିଳାମାନଙ୍କ ପାଇଁ ସମାନ ପୋଷାକ ପାଇବା କଷ୍ଟକର ହେବା କାରଣରୁ, ଆଜି କେବଳ ରବିନ୍ଦ୍ରନ୍ ଏବଂ ଉଦୟକୁମାର ସମାନ ପୋଷାକ ପିନ୍ଧୁଛନ୍ତି।

Leave a Reply

Your email address will not be published. Required fields are marked *