ସୁନାପଲ୍ଲୀ ପଞ୍ଚାୟତରେ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ

ସୁନାପଲ୍ଲୀ ପଞ୍ଚାୟତରେ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ

ପ୍ରିଜମ୍ ନ୍ୟୁଜ(କବିସୂର୍ଯ୍ୟନଗର/ସୁନାପଲ୍ଲୀ); କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସୁନାପଲ୍ଲୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା ଅନ୍ତର୍ଗତ ପଞ୍ଚାୟତ ସ୍ତରୀୟ ଚୟନ ଏବଂ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟ ନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବହୁ ଉଚ୍ଚାଧିକାରୀ ଉପସ୍ଥିତ ରହିଥିଲେ ।

ଗ୍ରାମ ପଞ୍ଚାୟତର ସରପଞ୍ଚ ବିପ୍ର ଚରଣ ଦାସ, ସମିତ ସଭ୍ୟ ବିବେକାନନ୍ଦ ପ୍ରଧାନ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଏଥିରେ ସହଯୋଗ କରିଥିଲେ ଯୁବ ବିଜେଡି ନେତା ରାଜେଶ ଦାସ, ଯୁବ ବିଜେଡି ନେତା ବାବୁନା ଦାସ ।

ସମାଜସେବୀ ଭଗବାନ ଭୋଳ, ବଳରାମ ସେଠୀ, ପ୍ରାଣବନ୍ଧୁ ବେହେରା, କାଳୁଚରଣ ଭୋଳ, ମାୟାଧର ବେହେରା ପ୍ରମୁଖ ଶିବିର ପରିଚାଳନାରେ ନିଜର ଯୋଗଦାନ ଦେଇଥିଲେ । ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ଏବଂ ଆଗଧାଡ଼ିର ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।


ଏହି ଶିବିରରେ ପଞ୍ଚାୟତର 150ରୁ ଉର୍ଦ୍ଧ୍ୱ ଶିକ୍ଷିତ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ଆଗକୁ ନିଯୁକ୍ତି କ୍ଷେତ୍ରରେ ସେମାନେ କିଭଳି ସଫଳତା ପାଇବେ ଏବଂ ରୋଜଜଗାରକ୍ଷମ ହେବେ ସେ ନେଇ ସଚେତନ ହୋଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: