ବସ୍ତିରେ ଅପରାଧ ରୋକିବା ପାଇଁ ଆରମ୍ଭ ହେବ ପୋଲିସ ମିତ୍ର ଅଭିଯାନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବସ୍ତିରେ ଅପରାଧ ରୋକିବ ପୋଲିସ ମିତ୍ର । ଭୁବନେଶ୍ବର ଓ କଟକରେ ଆରମ୍ଭ ହେବ ପୋଲିସ ମିତ୍ର ଅଭିଯାନ। ଆପରାଧିକ ପୃଷ୍ଠଭୂମି ନଥିବା ଯୁବକଙ୍କୁ କରାଯିବ ପୋଲିସ ମିତ୍ର, ଏହାଦ୍ବାରା ବସ୍ତିରେ ଅପରାଧ ଓ ଡ୍ରଗ୍ସ କାରବାର ରୋକିବା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତି ବସ୍ତି ପାଇଁ ୨ ଜଣ ପୋଲିସ ଅଧିକାରୀଙ୍କୁ ବସ୍ତି ମିତ୍ର ଭାବେ ନିଯୁକ୍ତ କରାଯାଇଛି । ପୋଲିସ-ଜନସାଧାରଣ ସମ୍ପର୍କ ମଜଭୁତ କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ପୋଲିସ ମିତ୍ର ଚୟନ କରାଯିବ। ଏହାସହ ୩୦ଟି ବସ୍ତିରୁ ୧ ହଜାର ପୋଲିସ ମିତ୍ରଙ୍କୁ କମିସନରେଟ ପୋଲିସ ବଛିବ ବୋଲି ସୂଚନା ମିଳିଛି। ପୋଲିସ ମିତ୍ରମାନେ ସ୍ବେଚ୍ଛାସେବୀଭାବେ କାମ କରିବେ ବୋଲି ପୋଲିସ କମିସନର କହିଛନ୍ତି।ଏମାନଙ୍କ ଜରିଆରେ ବସ୍ତିରେ ଘଟୁଥିବା ଅପରାଧ ସହଜରେ ରୋକା ଯାଇ ପାରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି ।

Leave a Reply

Your email address will not be published. Required fields are marked *