ଜନତା କି ମାଙ୍ଗ୍ #CBIforSushant

ସୁଶାନ୍ତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ଜୋର୍

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ପ୍ରକୃତ କଣ ତାହା ଜାଣିବାକୁ ଜିଦ୍ ଧରି ବସିଛନ୍ତି ଫ୍ୟାନ । ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ସ୍ୱର ତୀବ୍ର ହେବାରେ ଲାଗିଛି । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲର ତଦନ୍ତ ଭାର ନିଜେ ସିବିଆଇ ନେଉ ଏବଂ ପ୍ରକୃତ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡବିଧାନ କରାଯାଉ ବୋଲି ଦାବି ଉଠିଛି ।

 ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟରରେ ପ୍ରତିବାଦ ସବୁଠୁ ଅଧିକ । ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ ଏବେ ବି ବିଷାଦଗ୍ରସ୍ତ ରହିଥିବା ବେଳେ ତାଙ୍କ ଆତ୍ମହତ୍ୟାକୁ ସାଧାରଣ ଭାବେ ଗ୍ରହଣ କରିପାରୁନାହାନ୍ତି ।

ଅଭିନେତା ତଥା ସାଂସଦ ମନୋଜ ତିୱାରୀ ମଧ୍ୟ ଏହି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିବା ସହ ସେ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ।ବଲିଉଡର ଯୁବ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି। ଅନେକ ଏହାକୁ ଆତ୍ମହତ୍ୟା ବୋଲି ମାନିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି। ପୂର୍ବରୁ ବିଜେପି ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲି ମଧ୍ୟ ସିବିଆଇ ଦାବି କରିସାରିଛନ୍ତି । ସୁଶାନ୍ତ ଡିପ୍ରେସନ କାରଣରୁ ଆତ୍ମହତ୍ୟା କରିଛନ୍ତି। ତେଣୁ କେଉଁଭଳି ଡିପ୍ରେସନ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି, ସେଥିରୁ ପରଦା ଉଠିବା ଦରକାର ବୋଲି ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । କେବଳ ରୂପା ନୁହେଁ ବରିଷ୍ଠ ଅଭିନେତା ଶେଖର ସୁମନ ମଧ୍ୟ ଏଥିରେ ସାମିଲ ହେବାସହ ଉଲ୍ଲେଖ କରିଛନ୍ତି ଯେ, ସୁଶାନ୍ତ ଜଣେ ଦୃଢ ମନୋବଳ ଯୁକ୍ତ ଖୁସି ମିଜାଜ ଅଭିନେତା ଥିଲେ, ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସେନେଇ ସିବିଆଇ ତଦନ୍ତ ହେବା ଦରକାର।

Leave a Reply

Your email address will not be published. Required fields are marked *