RIP ଟିକଟକ୍, ୱେଲକମ୍ ଚିଙ୍ଗାରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତ ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିବା ପରେ ଏବେ ଚିନ୍ତାରେ ପଡ଼ିଯାଇଛି ଚୀନ । ରୋକ୍ ଲାଗିଥିବା ୫୯ଟି ଚାଇନିଜ ଆପ୍ ମଧ୍ୟରେ ଟିକଟକ୍ ମଧ୍ୟ ରହିଛି। ଏହି ଆପ୍ ବନ୍ଦ ହେବାପରେ ଏବେ ସମ୍ପୂର୍ଣ୍ଣ ଦେଶୀ ଆପ୍ ‘ଚିଙ୍ଗାରୀ’ ଟିକଟକ୍ ର ସ୍ଥାନ ନେଇଛି। ଭାରତର ଯୁବପିଢ଼ି ଏବେ ଏହି ଆପ୍ ଜରିଆରେ ପୁଣିଥରେ ନିଜର ମନୋରଞ୍ଜନ ବାଟ ବାହାର କରିଛନ୍ତି।
ତେବେ ମାତ୍ର ୭୨ ଘଣ୍ଟା ମଧ୍ୟରେ ଏହି ଆପକୁ ୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଡାଉନଲୋଡ କରିଛନ୍ତି ବୋଲି ଏହାର ଡେଭଲପରମାନେ ମତ ଦେଇଛନ୍ତି । ତେବେ ଚିଙ୍ଗାରୀ ଆପ୍ ଆପଣ ବିଭିନ୍ନ ଭାଷାରେ ବ୍ୟବହାର କରିପାରିବେ ଏବଂ ଟିକଟକ ପରି ଏଥିରେ ମଧ୍ୟ ବ୍ୟବହାରକାରୀମାନେ ସେମାନଙ୍କ ଫଟୋ କିମ୍ବା ଭିଡ଼ିଓ ଅପଲୋଡ଼ କରିପାରିବେ ।

ଏହି ଆପ୍ ବ୍ୟବହାର କରୁଥିବା ଜଣେ ଛାତ୍ରୀ କହିଛନ୍ତି, ଟିକଟକ୍ ର ବିକଳ୍ପ ଭାବେ ଏବେ ଚିଙ୍ଗାରୀ ଆମ ସାମ୍ନାକୁ ଆସିଛି। ଚାଇନିଜ ଆପ୍ ଉପରେ ରୋକ୍ ଲଗାଇ ଭାରତ ସରକାର ଏକ ଉଚିତ୍ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ନିହାତି ଭାବେ ଚୀନ ଗାଲରେ ଏକ ଶକ୍ତ ଚାପୁଡ଼ା ସଦୃଶ ହେବ। ସେହିପରି ଛାତ୍ରୀ ଜଣକ ଟିକଟକ୍ କୁ RIP କହିବା ସହ ଚିଙ୍ଗାରୀକୁ ସ୍ୱାଗତ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: