କେଟାଗୋରୀ ବି ରେ ଥିବା ୧୩ ଜିଲ୍ଲା ଉପରେ ଗୁରୁତ୍ୱ; ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଦକ୍ଷତା ଥାଆନ୍ତୁ ନ ଥାଆନ୍ତୁ ଡାକ୍ତରମାନେ ଜୀବନ ବାଜି ଲଗାଇ ଭଲ ଭାବେ ପରିଚାଳନା କରୁଛନ୍ତି। ୱର୍କ ହିଁ କଥା କହୁଛି। ଯେଉଁଥିଲାଗି ଅଧିକ ସଂକ୍ରମଣ ଥିଲେ ବି ମୃତ୍ୟୁ କମ ରହିଛି।

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସ। କେଟାଗୋରୀ ବି ରେ ଥିବା 13 ଜିଲା ଉପରେ ଗୁରୁତ୍ୱ ଦିଆଯାଉଛି । ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଡୋର ଟୁ ଡୋର ସର୍ଭେ ବ୍ୟାପକ କରାଯିବ।

ଅଫିସର,ଜିଲ୍ଲାପାଳ, ସଜାଗ ଅଛନ୍ତି।ଅଧିକ ଫୋକସ କରାଯାଉଛି। ପର୍ଯ୍ୟାୟ କ୍ରମେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇ ଉପକୂଲକୁ ଆସିଥିଲା ସଂକ୍ରମଣ।ଧୀରେ ଧୀରେ ହ୍ରାସ ପାଇବ  ସ୍ୱାଭାବିକ ପ୍ରକ୍ରିୟା।

ଆଜି ୧୮ ଜିଲ୍ଲାରେ ଦୁଇ ଅଙ୍କକୁ  ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା। ବାକି ଯେଉଁ ଜିଲ୍ଲାରେ ଅଧିକ । ସରକାର ଯେଭଳି ପଦକ୍ଷେପ ନେଉଛନ୍ତି ଆଗକୁ  କମିବ । ହାରାହାରି ୬ ପ୍ରତିଶତ ରହୁଛି ସଂକ୍ରମଣ ହାର। ଯେଉଁ ଜିଲ୍ଲାରେ  ଅଧିକ ରହୁଛି ଆଶ କରାଯାଉଛି ଏହି ମାସ ସେଶ ସୁଦ୍ଧା ବହୁତ କମିବ।

ଆଇସିୟୁ ପରିଚାଳନା ନେଇ ଆଜି ମିଡିଆକୁ ପ୍ରତିକ୍ରିୟା ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଆଇସିୟୁ ମ୍ୟାନେଜମେଣ୍ଟ ସଠିକ ଭାବେ କରାଯାଉଛି। ପରିଚାଳନା ସଠିକ ନଥିଲେ ବହୁତ ମୃତ୍ୟୁ  ହୋଇଥାନ୍ତା। ଡାକ୍ତରମାନେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି।

ଦକ୍ଷତା ଥାଆନ୍ତୁ ନ ଥାଆନ୍ତୁ ଡାକ୍ତରମାନେ ଜୀବନ ବାଜି ଲଗାଇ  ଭଲ ଭାବେ ପରିଚାଳନା କରୁଛନ୍ତି। ୱର୍କ ହିଁ କଥା କହୁଛି। ଯେଉଁଥିଲାଗି ଅଧିକ ସଂକ୍ରମଣ ଥିଲେ ବି ମୃତ୍ୟୁ କମ ରହିଛି।

ସେପଟେ ଆଜି ରାଜ୍ୟରେ ୩୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି  ଏହାକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୫୫୪କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼, ପୁରୀ, ଝାରସୁଗୁଡ଼ା ଓ କଟକ ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ, ଜଗତସିଂହପୁର ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ବୌଦ୍ଧ ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବରଗଡ଼, ଢେଙ୍କାନାଳ, ନବରଂଗପୁର, ନୂଆପଡ଼ା ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୬୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *