ବାଇକ-କାର୍ କିଣିବାକୁ ଇଚ୍ଛୁକ ବ୍ୟକ୍ତି ଧ୍ୟାନ ଦିଅନ୍ତୁ: ନୂଆ ଗାଡ଼ି ରେଜିଷ୍ଟ୍ରେସନକୁ ମିଳିଲା ଅନୁମତି

ବାଇକ-କାର୍ କିଣିବାକୁ ଇଚ୍ଛୁକ ବ୍ୟକ୍ତି ଧ୍ୟାନ ଦିଅନ୍ତୁ: ନୂଆ ଗାଡ଼ି ରେଜିଷ୍ଟ୍ରେସନକୁ ମିଳିଲା ଅନୁମତି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି କିଣିବାକୁ ଆଗ୍ରହୀ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଖୁସି ଖବର । ସେମାନେ ଏଣିକି ନୂଆ ଗାଡ଼ି ରେଜିଷ୍ଟ୍ରେସନ ସହ ଗାଡ଼ି କିଣିପାରିବେ । ଏଥିପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । (Unlocking Odisha: New Vehicle Registration To Begin From Today) ଏହା ଦ୍ୱାରା ଗାଡ଼ି ମାଲିକ ହେବାକୁ ଆଗ୍ରହ ରଖିଥିବା ବ୍ୟକ୍ତି ବିଶେଷ ଯେତିକି ଖୁସି ତାଠାରୁ ଡବଲ ଖୁସି ସୋ ରୁମ୍ ମାଲିକ । କାହିଁକିନା ସରକାର ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି (Automobile showrooms too will reopen from Today)।

ସରକାରୀ ନିର୍ଦ୍ଦେଶାନୁସାର, ଆଜିଠାରୁ ହୋଇପାରିବ ନୂଆ ଗାଡ଼ି ରେଜିଷ୍ଟ୍ରେସନ  । ରାଜ୍ୟରେ ଆଂଶିକ ଲକଡାଉନ ଲାଗୁ ହେଉଥିବା ବେଳେ ନିର୍ଦ୍ଧାରିତ ସମୟରେ ଗାଡ଼ି ସୋରୁମ୍ ଖୋଲିବା ସହ ଗାଡ଼ି ରେଜିଷ୍ଟ୍ରେସନ ମଧ୍ୟ ହୋଇପାରିବ । ଏ ନେଇ ଅନୁମତି ଦେବାକୁ ସବୁ RTOଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (State Transport Authority (STA) )। ଡିଲରମାନଙ୍କୁ ଏଥିଲାଗି ଅନୁମତି ଦେବା ପାଇଁ ସବୁ ଆରଟିଓଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି ।

ସୂଚନା ଥାଉ କି, କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ଜାରି ରହିଛି ଲକଡାଉନ୍ ଓ ସଟଡାଉନ ଭଳି କଟକଣା । ଏହାରି ମଧ୍ୟରେ ଆଜିଠାରୁ ରାଜ୍ୟ ସରକାର ଆଂଶିକ ଲକଡାଉନ ଲାଗୁ କରି କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ନବୀନ ସରକାର ଏହି ନୂଆ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମାସ ପହିଲ ଯାଏ ଏହି କଟକଣା ବା ସାମାନ୍ୟ କୋହଳ ଅନୁମତି ରହିବ । ଆଉ ଏହି ସମୟରେ ନୂଆ ଗାଡ଼ି ରେଜିଷ୍ଟ୍ରେସନକୁ ସରକାର ସ୍ୱିକୃତି ପ୍ରଦାନ କରିଛନ୍ତି (The partial lockdown will remain in force from 5 am of June 17 to 5 am of July 1.)।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: