ଭ୍ୟାକ୍ସିନ କେତେ ପ୍ରତିଶତ କାମ କରୁଛି କହିପାରିବେନି ସରକାର, ଜାଣନ୍ତୁ କାହିଁକି

କେତେ ଲୋକ ଭ୍ୟାକ୍ସିନ୍ ନେଇ ମଧ୍ୟ ସଂକ୍ରମିତ ହେଉଛନ୍ତି, ତାଙ୍କ ଭିତରୁ କେତେ ଜଣ ସୁସ୍ଥ ହେଉଛନ୍ତି, କେତେ ଗୁରୁତର ହେଉଛନ୍ତି, କେତେ ଜଣଙ୍କର ମୃତ୍ୟୁ ହୋଇଛି, ଏ ସବୁକୁ ଅନୁଧ୍ୟାନ କରିବାକୁ ପଡ଼ିବ । ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା । ଆନାଲିସିସ ଆରମ୍ଭ ହେଲାଣି ।

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମହାମାରୀକୁ ମାତ୍ ଦେବାକୁ ରାଜ୍ୟରେ ଜାରି ରହିଛି କୋଭିଡ୍ ଟୀକାକରଣ ।  ତେବେ ଏହା କେତେ ପ୍ରତିଶତ କାମ କରୁଛି ଆଉ କରୁନି ସେ ନେଇ ବର୍ତ୍ତମାନ କୌଣସି ରିପୋର୍ଟ ଦିଆଯାଇପାରିବ ନାହିଁ । ଏନେଇ ବିସ୍ତ୍ରୁତ ତଥ୍ୟ ହସ୍ତଗତ  ହେଲେ ହିଁ ଟିକା ଫଳପ୍ରଦ ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚିହେବ । ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ସମ୍ପର୍କରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ବେଳେ ଶ୍ରୀଯୁକ୍ତ ମିଶ୍ର କହିଛନ୍ତି ଯେ, ଡିଟେଲ ଆନାଲିସିସ୍ ନସରିବା ଯାଏଁ ଭ୍ୟାକ୍ସିନ କେତେ ପ୍ରତିଶତ କାମ କରୁଛି କୁହାଯାଇପାରିବ ନାହିଁ । କେତେ ଲୋକ ଭ୍ୟାକ୍ସିନ୍ ନେଇ ମଧ୍ୟ ସଂକ୍ରମିତ ହେଉଛନ୍ତି, ତାଙ୍କ ଭିତରୁ କେତେ ଜଣ ସୁସ୍ଥ ହେଉଛନ୍ତି, କେତେ ଗୁରୁତର ହେଉଛନ୍ତି, କେତେ ଜଣଙ୍କର ମୃତ୍ୟୁ ହୋଇଛି ଏ ସବୁକୁ ଅନୁଧ୍ୟାନ କରିବାକୁ ପଡ଼ିବ । ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା । ଆନାଲିସିସ ଆରମ୍ଭ ହେଲାଣି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଭ୍ୟାକ୍ସିନ୍ ଆମକୁ 71ରୁ 91 ପ୍ରତିଶତ ସୁରକ୍ଷା ଦେଉଛି । ଆଣ୍ଟିବଡ଼ି ତିଆରି ହେଉଛି । ପାଟି ଓ ନାକ ଦେଇ କିନ୍ତୁ ଭାଇରସ ଶରୀର ଭିତରକୁ ଯାଇପାରିବ । ତେଣୁ ଆଣ୍ଟିବଡ଼ି ଭାଇରସ ସହ କେତେ ଲଢ଼ି ପାରୁଛି ତା ଉପରେ ଲକ୍ଷଣ ନିର୍ଭର କରେ ।

ଅଧିକ ସଂକ୍ରମଣ ଥିବା 13ଟି ଜିଲ୍ଲାରେ ବ୍ୟାପକ ସର୍ଭିଲାନ୍ସ କରାଯିବ । ସଂକ୍ରମିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସଂଗରୋଧରେ ରଖାଯିବ । ଟ୍ରିଟମେଣ୍ଟ ଓ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଯେଉଁ ଅଞ୍ଚଳରେ ଅଧିକ ଚିହ୍ନଟ ହେବେ ସେ ଯାଗାକୁ କଣ୍ଟେନମେଣ୍ଟ କରାଯିବ । ତେବେ ଏ ସବୁ ସତ୍ୱେ ସରକାରଙ୍କ ଉଦ୍ୟମ ଚଳାଇଥିବା ବେଳେ ଜନତାଙ୍କ ସହାୟତା ଦରକାର । ଖୋଲା ହେଲା ବୋଲି ଢିଲା ହୋଇଗଲେ ଚଳିବ ନାହିଁ । କୋଭିଡ ନିୟମ ସବୁ ମାନିବାକୁ ପଡ଼ିବ । ନଚେତ ସରକାର ଚେଷ୍ଟା କଲେ ମଧ୍ୟ ଫଳ ମିଳିନପାରେ ।

17ଟି ଜିଲ୍ଲାରେ ଜଲଦି ସଂକ୍ରମଣ ଆରମ୍ଭ ହୋଇଥିଲା ସେଥିପାଇଁ ଶୀଘ୍ର କମିଲା । ଆଜି ରାଜ୍ୟରେ ସଂକ୍ରମଣ ହାର 5.7 ଅଛି । ତେଣୁ ଏଭଳି ଭାବେ ଯଦି ଖସିବ । ତେବେ ଏହମାସ ଶେଷ ସୁଦ୍ଧା ସ୍ଥିତିରେ ବହୁତ ସୁଧାର ଆସିଯାଇଥିବ । ଏବେ ବି ଆଇସିୟୁରେ 54 ପ୍ରତିଶତ ରୋଗୀ ଓ ଭେଣ୍ଟିଲେଟରରେ 56 ପ୍ରତିଶତ ରୋଗୀ ଅଛନ୍ତି । ତେବେ ବର୍ତ୍ତମାନ ଆଇସିୟୁରେ ନୂଆ ରୋଗୀଙ୍କ ଆଡମିଶନ ସଂଖ୍ୟା କମ ରହିଛି ।

ରାଜ୍ୟ ସରକାର ଇକମୋ ମେସିନ ଆଣିବା ପାଇଁ ପ୍ରକ୍ରିୟା ଚଳାଇଛନ୍ତି । ତେବେ ଏମ୍ସକୁ ଏହି ମାସ ଶେଷ ସୁଦ୍ଧା ଗୋଟିଏ ଇକମୋ ମେସିନ ଆସିବ ।

ଜୁନ 21 ତାରିଖରୁ ବ୍ୟାପକ ଟୀକାକରଣ ପାଇଁ ରାଜ୍ୟରେ ଯଥେଷ୍ଟ ମାନବ ସମ୍ବଳ ଅଛନ୍ତି ବୋଲି ମିଡିଆକୁ ସୂଚନା ଦେଇ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Leave a Reply

Your email address will not be published. Required fields are marked *