କରୋନା କଟକଣା; କେବେ ଖୋଲା, କେବେ ମେଲା କେବେ ପୁଣି ଏତେ ସବୁ ବାଡ଼ବତା

କରୋନା କଟକଣା; କେବେ ଖୋଲା, କେବେ ମେଲା କେବେ ପୁଣି ଏତେ ସବୁ ବାଡ଼ବତା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଦୁଇ ବର୍ଷ ହେଲା ଅଦୃଶ୍ୟ ଶତ୍ରୁ କରୋନା ମହାମାରୀର ଭୟ ନେଇ ବିଶ୍ୱବାସୀ ବଞ୍ଚୁଛନ୍ତି । ଆସିଛି ଯେ ଆସିଛି  କରୋନା ଯିବାର ନାଁ ଧରୁନାହିଁ । ଏପଟେ ପୁଣି ଲକଡାଉନ ଆଉ ସଟ ଡାଉନ୍ ।  କେବେ ଲକଡାଉନ୍ ୱାନ୍- ଟୁନ-ଥ୍ରୀ –ଫୋର୍ ପୁଣି କେବେ ଅନଲକ-1-2-3 କେତେ କଣ । ମଝିରେ ମଝିରେ ପୁଣି ସଟଡାଉନ୍ । କହିବାକୁ ଗଲେ କରୋନା ମହାମାରୀ ଓ କଟକଣା ପାଇଁ ଦୁର୍ବିସହ  ହୋଇଗଲାଣି ଜନଜୀବନ ।

ସେପଟେ ପ୍ରାୟ ଦେଢ଼ମାସର ସଂପୂର୍ଣ୍ଣ ଲକଡାଉନ୍ ପରେ ସାରା ରାଜ୍ୟରେ ଆଜିଠାରୁ ଆଂଶିକ ଲକଡାଉନ୍ ଲାଗୁ ହୋଇଛି  । ଏହା ଜୁଲାଇ ୧ ତାରିଖ ସକାଳ ଯାଏଁ ବଳବତ୍ତର ରହିବ । ତେବେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ କାଟାଗୋରୀ ଏ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ କାଟାଗୋରୀ ବି’ରେ ରଖାଯାଇଛି ।  ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ଦୋକାନ ଆଜିଠାରୁ  ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏଁ ଖୋଲା ରହିବ  ।

ସଂକ୍ରମଣ ସ୍ଥିତିରେ ଉନ୍ନତି ଆସିଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ କାଟାଗୋରୀ-ଏ ରେ ରଖାଯାଇ ସେସବୁ ଜିଲ୍ଲା ପାଇଁ କଟକଣା ଅଧିକ କୋହଳ ହୋଇଛି । ଏସବୁ ଜିଲ୍ଲା କାଟାଗୋରୀ-ଏରେ ଆସୁଛି,  ସେହିପରି ଏହି ୧୭ ଜିଲ୍ଲାରେ ଉଠାଦୋକାନୀଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯ।ଇଛି।  ତେବେ ଗ୍ରାହକମାନେ ଖାଦ୍ୟପୁଡିଆକେବଳ ପାର୍ସଲ ଭାବେ ନେଇପାରିବେ ।

ଅନ୍ୟପଟେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବଳକା ୧୩ ଜିଲ୍ଲାକୁ କାଟାଗୋରୀ ବି’ରେ ରଖାଯାଇଛି  . କାଟାଗୋରୀ-ବି ରେ ଆସୁଥିବା ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ ।

ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦୁଗ୍ଧ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଠା ଦୋକାନଗୁଡିକ ଖୋଲିବାକୁ ଅନୁମତି ମିଳିଛି । ସେହିପରି ସକାଳ ୬ଟାରୁ ୯ଟା ମଧ୍ୟରେ ଲୋକମାନେ ମର୍ଣ୍ଣିଂ ଓ୍ୱାକ୍, ଜଗିଂ ଓ ସାଇକଲିଂକୁ ଅନୁମତି ଦିଆଯାଇଛି ।

ଅନ୍ୟପକ୍ଷରେ ସାରା ରାଜ୍ୟରେ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଆଂଶିକ ଲକଡାଉନରେ କିନ୍ତୁ ପୂର୍ବଭଳି ବସ୍ ସେବା ବନ୍ଦ ରହିବ ।

ସେହିପରି ସମସ୍ତ ଶିକ୍ଷାନୁଷ୍ଠାନ, ମଲ୍, ଜିମ୍, ସାଲୁନ୍, ପାର୍ଲର, ସୁଇମିଂପୁଲ୍ , ସିନେମା ହଲ୍ , ପାର୍କ ଏବେ ଖୋଲିବ ନାହିଁ ।

ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ କିନ୍ତୁ ନୀତିକାନ୍ତି ଚାଲିବ ଯାତ୍ରା, ଅପେରା, ଆଉଟ ଡୋର୍ ଏବଂ ଇନ୍ଡୋର୍ ସୁଟିଂ ପୂର୍ବଭଳି ବନ୍ଦ ରହିବ ।

ତେବେ ପୂର୍ବଭଳି ନିର୍ମାଣ କାର୍ଯ୍ୟ, ଶିଳ୍ପ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ କଟକଣା କୋହଳ ରହିବ ।

ଟିକାକରଣ, ଟେଷ୍ଟିଂ, ସ୍ବାସ୍ଥ୍ୟ, ବ୍ୟାଙ୍କିଂ, କୃଷି, ମତ୍ସ୍ୟ ଓ ପଶୁପାଳନ ପାଇଁ କୌଣସି କଟକଣା ରହିବ ନାହିଁ ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ପୂର୍ବର ସବୁ କଟକଣା ବଳବତ୍ତର ରହିଛି  ।

ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତଶିଗଡରେ କୋଭିଡ୍ ସଂକ୍ରମଣ କମିଥିବାରୁ ଉଭୟ ରାଜ୍ୟର ସୀମାରେ ଥିବା ସବୁ ଚେକ୍ ପୋଷ୍ଟ ଆଜିଠାରୁ ଖୋଲି  ଦିଆଯିବ ।

ତେବେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା ଚେକ୍ ପୋଷ୍ଟ  ଗୁଡ଼ିକ ଏବେ ଖୋଲାଯିବ ନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: