‘ଫ୍ୟାଟ୍’ରୁ ଫିଟ୍ ହେଲେ ଟିଭିର ତୁଳସୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ ଏବେ ନିଜ ଫିଟନେସ୍ ପ୍ରତି ଅଧିକ ଯତ୍ନଶୀଳ ହୋଇ ଉଠିଛନ୍ତି। ସେଥିପାଇଁ ସେ ନିଜ ଶରୀରର ଓଜନ କମ୍ କରିବା ସହ ଫିଟ୍ ଦେଖାଯାଉଛନ୍ତି। ସୋସିଆଲ ମିଡିଆରେ ସ୍ମୃତିଙ୍କ ଏକ ଫଟୋ ଭାଇରାଲ ହୋଇଛି। ଟିଭି ଆକ୍ଟର ତଥା ହୋଷ୍ଟ ମନୀଷ ପଲଙ୍କ ସହ ସ୍ମୃତି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି।


ୟୁଜର୍ସ ବି ମାନିଲେ ଓଜନ କମ୍ ହୋଇଛି
ମନୀଷ ଫଟୋ ସେୟାର କରିବା ପରେ ୟୁଜର୍ସମାନେ ମଧ୍ୟ ସ୍ମୃତିଙ୍କ ଫିଟନେସ୍ ଦେଖି ଖୁସି ହୋଇ ଯାଇଛନ୍ତି। ଏହାସହ ତାଙ୍କ ଏହି ଫିଟ୍ ପାଇଁ ଅନେକ ୟୁଜର୍ସ ତାରିଫ ମଧ୍ୟ କରିଛନ୍ତି।


୨୪ ବର୍ଷ ବୟସରେ କରିଥିଲେ ଟିଭି ଶୋ’
୪୫ ବର୍ଷୀୟ ସ୍ମୃତି ଇରାନୀ ୨୪ ବର୍ଷ ବୟସରେ ଟିଭି ଶୋ’ କରିଥିଲେ। ତାଙ୍କ ଅଭିନୀତ ଟିଭି ସିରିୟଲ ‘କ୍ୟୁଁକି ଶାଶ୍ ଭି କଭି ବୋହୂ ଥି’ ଭାରତର ଅନ୍ୟତମ ଲୋକପ୍ରିୟ ଧାରାବାହିକ ଥିଲା।
ନିଜେ ଫଟୋ ସେୟାର କରି ମୋଟାପଣର ମଜାକ ଉଡ଼ାଇଥିଲେ
୨୦୧୯ ମସିହା ଜାନୁଆରୀ ମାସରେ ସ୍ମୃତି ଇରାନୀ ଟିଭିରେ ଅଭିନୟ କଲା ସମୟର ଏକ ଫଟୋ ସେୟାର କରିଥିଲେ। ନିଜ ବର୍ତ୍ତମାନ ସମୟର ଏକ ଫଟୋକୁ ତୁଳନା କରି ଅପଲୋଡ୍ କରିଥିଲେ।

Leave a Reply

Your email address will not be published. Required fields are marked *