ପୁଟିନ୍ ରାଜି ନ ହେଲେ ହେବ ତୃତୀୟ ବିଶ୍ୱଯୁଦ୍ଧ – ଜେଲେନସ୍କି

ପୁଟିନ୍ ରାଜି ନ ହେଲେ ହେବ ତୃତୀୟ ବିଶ୍ୱଯୁଦ୍ଧ – ଜେଲେନସ୍କି

ପ୍ରିଜମ ନ୍ୟୁଜ ବ୍ୟୁରୋ: ୨୭ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ୍ ଯୁଦ୍ଧ । ମିସାଇଲ୍, ରକେଟ୍ ଓ ଟ୍ୟାଙ୍କ ମାଡ଼ରେ ୟୁକ୍ରେନର ଅନେକ ସହର ଛାରଖାର ହୋଇ ଗଲାଣି । ବହୁ ଜୀବନ ବି ଗଲାଣି । ଯୁଦ୍ଧ ଲମ୍ବୁଥିବା ବେଳେ ଭୟାବହ ସ୍ଥିତି ବି ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ବଡ଼ ବୟାନ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ।ଜେଲେନସ୍କି କହିଛନ୍ତି, ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ପାଇଁ ସେ ପ୍ରସ୍ତୁତ । ଯଦି ସେ ରାଜି ନହୁଅନ୍ତି ତା ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ହେବ । ୨୬ ଦିନ ଯୁଦ୍ଧରେ ବହୁ କ୍ଷୟକ୍ଷତି ହେଲାଣି । କଥାବାର୍ତ୍ତା ପାଇଁ ଉଦ୍ୟମ ବିଫଳ ହେଲେ ଏହା ନୂଆ ବିଶ୍ୱଯୁଦ୍ଧ ସୃଷ୍ଟି କରିବ ବୋଲି ଚେତେଇ ଦେଇଛନ୍ତି ଜେଲେନସ୍କି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: