ପୁଣି ଆରମ୍ଭ ହେବ ମଧ୍ଯାହ୍ନ ଭୋଜନ

ପୁଣି ଆରମ୍ଭ ହେବ ମଧ୍ଯାହ୍ନ ଭୋଜନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍‌। ଯାହା ଫଳରେ ମଧ୍ୟାହ୍ନ ଭୋଜନ ସେବା ମଧ୍ୟ ବନ୍ଦ ରହିଥିଲା। ଏପ୍ରିଲ୍‌ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଚିଠି ।ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ ଏମଡିଏମ ୟୁନିଟ୍ ନୋଡାଲ ଅଫିସର । କୋଭିଡ ଗାଇଡ୍ ଲାଇନ୍ ସହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ଭୟରେ ସରକାର ଗତ ମାର୍ଚ୍ଚ ୨୦୨୦ରୁ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ବନ୍ଦ ରଖିଥିଲେ । ତେବେ ରାଜ୍ୟରେ ଏବେ କରୋନାର ପ୍ରାଦୁର୍ଭାବ କମିବା ପରେ ପିଲାଙ୍କ ପାଇଁ ପୁଣି ସ୍କୁଲରେ ମଧ୍ୟାନ୍ନ ଭୋଜନ୍ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ସ୍କୁଲଗୁଡ଼ିକରେ ଥିବା ରୋଷଶାଳା, ବାସନକୁସନ, ଅନ୍ୟା ସମଗ୍ରୀର ପରିସ୍କାର ପରିଚ୍ଛନ୍ନତାକୁ ଯାଞ୍ଚ୍ କରିବାକୁ ନେଇ ବିଭାଗ ନିର୍ଦ୍ଦେଶ ଦେଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: