ଯୁଦ୍ଧ ପାଇଁ ହାତରେ ବନ୍ଧୁକ ଧରିଲେ ରିଲ୍ ଲାଇଫର ହିରୋ, କିନ୍ତୁ ଚାଲିଗଲା…

ଯୁଦ୍ଧ ପାଇଁ ହାତରେ ବନ୍ଧୁକ ଧରିଲେ ରିଲ୍ ଲାଇଫର ହିରୋ, କିନ୍ତୁ ଚାଲିଗଲା…

ପ୍ରିଜମ ନ୍ୟୁଜ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ଯରେ ଯୁଦ୍ଧ ଅନେକ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ଆଣିଛି। କେତେଜଣଙ୍କର ଜୀବନ ଯାଇଛି ତ ଆଉ କେତେଜଣଙ୍କ ଗତିପଥ ବଦଳିଯାଇଛି। ତେବେ ରିଲ୍ ଲାଇଫର ହିରୋ ପାଲଟି ଯାଇଛନ୍ତି ରିୟଲ୍ ଲାଇଫ ହିରୋ। ଅଭିନେତାଙ୍କୁ ରିଲ୍ ଲାଇଫରେ ମିଛ ବନ୍ଧୁକ ଧରି ଶତ୍ରୁଙ୍କ ସହ ଲଢେଇ କରିବାକୁ ପଡିଥାଏ। କିନ୍ତୁ ସେ ସତରେ ବନ୍ଧୁକ ଧରି ଲଢୁଛନ୍ତି।ୟୁକ୍ରେନ୍ ର ୩୩ ବର୍ଷୀୟ ଅଭିନେତା ପାଶା ଲିଙ୍କୁ ଅଭିନୟର ମିଛ ବନ୍ଧୁକ ଛାଡି ଧରିବାକୁ ପଡିଛି ସତ ବନ୍ଧୁକ। ନିଜ ଦେଶ ପାଇଁ ସେ ଉଠାଇଛନ୍ତି ଅସ୍ତ୍ର । ଦୀର୍ଘ ୧୫ ଦିନ ଧରି ରୁଷିଅା ତାର ଉଗ୍ର ରୂପ ଦେଖାଇ ଅାସୁଛି। ଏହାସତ୍ତ୍ୱେ ମଧ୍ୟ ୟୁକ୍ରେନ୍ ମୁଣ୍ଡ ନ ନୁଅାଁଇ ବୀରତ୍ୱର ସହିତ ଯୁଦ୍ଧ କରିଚାଲିଛି। ୟୁକ୍ରେନ୍ ଟେରିଟୋରିଆଲ ଡିଫେନ୍ସ ଫୋର୍ସରେ ସାମିଲ ହୋଇଥିଲେ ପାଶା ନିଜ ଦେଶକୁ ବଞ୍ଚାଇବା ଓ ରୁଷିଅାକୁ ଜବାବ ଦେବାକୁ ସେ ପ୍ରାଣପ୍ରଣେ ଚେଷ୍ଟା କରି ପାଲଟିଛନ୍ତି ରିୟଲ ଲାଇଫ୍ ହିରୋ। କିନ୍ତୁ ସେ ଏହି ଯୁଦ୍ଧ ହାରିଯାଇଛନ୍ତି ତାଙ୍କ ଚେଷ୍ଟାରେ ସଫଳ ହେବା ପୂର୍ବରୁ ତାଙ୍କୁ ଜୀବନ ହାରିବାକୁ ପଡିଲା। ଇରପିନ୍ ସହରରେ ବୋମା ବିସ୍ଫୋରଣରେ ଲିଭିଗଲା ତାଙ୍କ ଜୀବନର ଶିଖା। ପାଶା ଅଭିନୟ କରିବା ସହ ଡବିଂ, ସିଙ୍ଗର ଏବଂ କମ୍ପୋଜିଂରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ସେ କୋଲେସୋ ଥିଏଟରରେ ମଧ୍ୟ ଭାଗ ନେବା ସହ ମଧ୍ୟ ଅନେକ ଫିଲ୍ମ ଏବଂ କମର୍ସିଆଲ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: