ୟୁପିଆଇ ଟ୍ରାଞ୍ଜାକସନ୍ ସମୟରେ ଭୁଲରେ ଟଙ୍କା ପଳାଇଲେ କଣ କରିବେ?

ୟୁପିଆଇ ଟ୍ରାଞ୍ଜାକସନ୍ ସମୟରେ ଭୁଲରେ ଟଙ୍କା ପଳାଇଲେ କଣ କରିବେ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଜିନିଷ କିଣା ବିକାରୁ ଆରମ୍ଭ କରି ଦରମା ପର୍ଯ୍ୟନ୍ତ ଏବେ ୟୁପିଆଇ ପେମେଣ୍ଟ ସିଷ୍ଟମ୍ ଦ୍ଵାରା ହେଉଛି।ୟୁପିଆଇ ପେମେଣ୍ଟ ସିଷ୍ଟମ୍ ନେଣଦେଣ ପ୍ରକ୍ରିୟାକୁ ସହଜ କରି ପକେଇଛି । ପୁଳାପୁଳା ନଗଦ ଟଙ୍କା ଧରି ବୁଲିବାକୁ ପଡୁନି, ଗୋଟିଏ କ୍ଲିକ୍ ରେ ଟଙ୍କା ସିଧାସଳଖ ଯାଉଛି ଆକାଉଣ୍ଟକୁ। କିନ୍ତୁ ଏହା ସତ୍ୟ ଯେ, କୌଣସି ବି ଜିନିଷ ସମ୍ପୂର୍ଣ୍ଣ ପରେଫେକ୍ଟ ହୋଇନଥାଏ । ଠିକ୍ ସେହିଭଳି ୟୁପିଆଇ ପେମେଣ୍ଟ ସିଷ୍ଟମରେ ଅନେକ ଫାଇଦା ଥିବା ବେଳେ ଏଥିରେ କିଛି ରିସ୍କ ମଧ୍ୟ ରହିଛି ।ଅନେକ ସମୟରେ ଦେଖିବାକୁ ମିଳିଛି, ଲୋକେ ଭୁଲ ୟୁପିଆଇ ଆଡ୍ରେସକୁ ଟଙ୍କା ପଠାଇ ଦେଇଥାନ୍ତି । କିନ୍ତୁ ପଠାଇଥିବା ଟଙ୍କାକୁ ଆଉ ଫେରି ପାଇନଥାନ୍ତି । ତେବେ ଆପଣଙ୍କ ଦ୍ଵାରା ଯଦି ଏହିଭଳି ଭୁଲ କେବେ ହେଇ ଯାଉଛି ତେବେ କଣ କରିବେ? କେମିତି ଟଙ୍କା ଫେରିପାଇବେ? ଆସନ୍ତୁ ଜାଣିବା।

ଭିମ୍ ଆପର ଏକ ଏଫ.ଏ.କ୍ୟୁ ଜବାବରେ କୁହାଯାଇଛି କି, ଯଦି ଆପଣ କୌଣସି ୟୁପିଆ ଆଡ୍ରେସକୁ ଟଙ୍କା ପଠାଉଛନ୍ତି ତାକୁ ପୁଣିଥରେ ଫେରାଇ ଆଣିପାରିବେ ନାହିଁ । ଏପରି କୌଣସି ବିକଳ୍ପ ନାହିଁ ଯାହା ସାହାର୍ଯ୍ୟରେ ଭୁଲରେ ପଠାଇଥିବା ଟଙ୍କାକୁ ଆଉ ଫେରିପାଇବେ । ଏଭଳି ସ୍ଥିତିରେ କେବଳ ରିସିଭର ହିଁ ଚାହିଁଲେ ଆପଣଙ୍କ ଟଙ୍କାକୁ ଫେରାଇ ଦେଇପାରିବ । ଅର୍ଥାତ୍ ଯେଉଁ ବ୍ୟକ୍ତିଙ୍କ ୟୁପିଆଇକୁ ଆପଣ ଭୁଲରେ ଟଙ୍କା ପଠାଇଦେଇଥିବେ । ସେହି ବ୍ୟକ୍ତି ହିଁ ଚାହିଁଲେ ଆପଣଙ୍କ ଟଙ୍କାକୁ ଫେରାଇ ଦେଇପାରିବେ । ତେଣୁ ଟଙ୍କା ପଠାଇବା ପୁର୍ବରୁ ସଠିକ୍ ଯାଞ୍ଚ କରି ଟଙ୍କା ପଠାଇବା ଆବଶ୍ୟକ ରହିଛି । କିମ୍ବା ନମ୍ବର କନଫର୍ମ ପାଇଁ ଆଗ ଅଳ୍ପ ଟଙ୍କା ପଠାଇ ପଚାରି ନିଅନ୍ତୁ ତାହା ସଠିକ କି ନୁହେଁ।

କେଉଁଠି କରିବେ ଅଭିଯୋଗ?

ଭୁଲରେ ଅନ୍ୟ ନମ୍ବରକୁ ପଠେଇ ଥିବା ଟଙ୍କା ପେରିପାଇବା ରିସିଭର ଉପରେ ନିର୍ଭର କରୁଥିଲେ ବି ଆପଣ ଏହାର ଏକ ଅଭିଯୋଗ କରିପାରିବେ । ଏପରି ପରିସ୍ଥିତିରେ ଆପଣ ସର୍ବପ୍ରଥମେ ବ୍ୟବହାର କରୁଥିବା ଆପର ସପୋର୍ଟ ସେକ୍ସନକୁ ଯାଇ ସେଠାରେ ଅଭିଯୋଗ କରିପାରିବେ । ଏହାଛଡା ଆପଣ ଭିମ୍ ଆପର ଟୋଲ ଫ୍ରି ନମ୍ବରରେ କଲ କରି ଭୁଲ ଟ୍ରାଞ୍ଜାକସନର ଅଭିଯୋଗ କରିପାରିବେ ।

ବ୍ୟାଙ୍କ ସହ କରନ୍ତୁ ସମ୍ପର୍କ:ଯଦି ଆପଣ କେବେ ଭୁଲ ଆଡ୍ରେସରେ ଟଙ୍କା ପଠାଇଦେଉଛନ୍ତି ତାହେଲେ, ତୁରନ୍ତ ଟ୍ରାଞ୍ଜାକସନର ଏକ ସ୍କ୍ରିନସଟ୍ ନିଅନ୍ତୁ । ଏହାପରେ ତୁରନ୍ତ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ । ସମ୍ଭବ ହେଲେ ବ୍ରାଞ୍ଚ୍ ମ୍ୟାନେଜରଙ୍କ ସହ ଦେଖାକରି ସମସ୍ୟା ବାବଦରେ କଥା ହୁଅନ୍ତୁ । କାରଣ ଏହି ମାମଲାରେ କେବଳ ବ୍ୟାଙ୍କ ହିଁ ଆପଣଙ୍କ ସହାୟତା କରିପାରିବ ।

ବେଳେବେଳେ ଏପରି ମଧ୍ୟ ଘଟିଥାଏ, ୟୁପିଆଇ ଆଡ୍ରେସରେ ନଥିବା ନମ୍ବରକୁ ଭୁଲରେ ଟଙ୍କା ଟ୍ରାଞ୍ଜାକସନ୍ ହୋଇଯାଇଥାଏ । ଯଦି ଏପରି କେବେ ହୁଏ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏଭଳି ପରିସ୍ଥିତିରେ ଆପଣଙ୍କ ଟଙ୍କା ଆପେ ଆପେ ଆକାଉଣ୍ଟକୁ ଚାଲିଆସିଥାଏ । ଏହାସହ ଯଦି ୟୁପିଆଇ ପେମେଣ୍ଟ ସମୟରେ ଆପଣଙ୍କ ଟଙ୍କା ବ୍ଲକ ହୋଇ ଯାଉଛି ତେବେ ୨୪ ଘଣ୍ଟା ଅପେକ୍ଷା କରନ୍ତୁ ଯଦି ଟଙ୍କା ଫେରସ୍ତ ନଆସେ ତେବେ ନିଜ ବ୍ୟାଙ୍କରେ ଅଭିଯୋଗ କରନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: