ପୂର୍ବତଟ ରେଳପଥ ଦ୍ୱାରା ଭିଜିଲାନ୍ସ ସଚେତନତା ଅଭିଯାନ

ପୂର୍ବତଟ ରେଳପଥ ଦ୍ୱାରା ଭିଜିଲାନ୍ସ ସଚେତନତା ଅଭିଯାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:”ଦୁର୍ନୀତି ମୁକ୍ତ ଭାରତ – ଏକ ବିକଶିତ ଭାରତ” ବିଷୟ ବସ୍ତୁକୁନେଇ ଚଳିତ ବର୍ଷ ୩୧ ଅକ୍ଟୋବରରୁ ୬ ନଭେମ୍ବର ପର୍ଯ୍ୟନ୍ତ ସତର୍କତା (ଭିଜିଲାନ୍ସ) ସଚେତନତା ସପ୍ତାହ – ୨୦୨୨ ଅନୁଷ୍ଠିତ ହେବ। ଏହି ଅବସରରେ ରେଳବାଇ ସମେତ ସାଧାରଣ ଲୋକଙ୍କୁ ସଚେତନ କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ବିତର୍କ ପ୍ରତିଯୋଗିତା, ପ୍ରବନ୍ଧ ଓ ସ୍ଲୋଗାନ୍ ଲେଖା ଏବଂ ଚିତ୍ରକଳା ସହିତ ଅନ୍ୟାନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯିବ। ଯେଉଁଥିରେ ରେଳ କର୍ମଚାରୀ, ସେମାନଙ୍କର ପିଲାମାନେ ଏବଂ ସ୍କୁଲ ଓ କଲେଜ ଗୁଡିକର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ପୂର୍ବତଟ ରେଳପଥ ସତର୍କତା ବିଭାଗ ମଧ୍ୟ ଦୁର୍ନୀତିର କୁପ୍ରଭାବ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଖଣ୍ଡତା ଏବଂ ସଚ୍ଚୋଟତା ବୃଦ୍ଧି ପାଇଁ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପହଞ୍ଚି ଏହି ଅଭିଯାନରେ ସେମାନଙ୍କୁ ସାମିଲ କରାଯିବ । ସମାଜର ତୃଣମୂଳ ସ୍ତରରୁ ଦୁର୍ନୀତି ଏବଂ ଅସାଧୁତାକୁ ଦୂର କରିବା ପାଇଁ ଛାତ୍ରଛାତ୍ରୀମାନେ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ତେଣୁ, ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେଥିବା ଗୁରୁତ୍ୱପୂର୍ଣ୍ଣ ସହର ଗୁଡିକର ବିଭିନ୍ନ ସ୍କୁଲ ଓ କଲେଜରେ ଏହି ବିଷୟରେ ଵ୍ୟାଖ୍ୟାନ ତଥା ବକୃତା ପ୍ରତିଯୋଗିତା ଆୟୋଜନ କରିବାରେ ପଦକ୍ଷେପ ନେଇଛି।

ଚାକିରୀ କରାଇଦେବାକୁ କହି ନକଲି ରାକେଟ ଚଳାଉଥିବା ସଂସ୍ଥା ବିରୋଧରେ ରେଳବାଇର ନିରନ୍ତର ଉଦ୍ୟମ ଏବଂ ନିୟମିତ ସଚେତନତା ଅଭିଯାନ ବ୍ୟତୀତ କିଛି ଚାକିରି ଆଶାୟୀ ପ୍ରାର୍ଥୀ ମଧ୍ୟ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଉଥିବା ନକଲି ଲୋକଙ୍କ କବଳରେ ପଡ଼ୁଛନ୍ତି । ଏହିପରି କାର୍ଯ୍ୟକଳାପକୁ ଧ୍ୟାନରେ ରଖି ପୂର୍ବ ତଟ ରେଳପଥ କ୍ରମାଗତ ଭାବରେ ସାଧାରଣ ଲୋକଙ୍କୁ ସଚେତନତା କରାଇବା ପାଇଁ ବ୍ୟାପକ ଅଭିଯାନ କରୁଛି ଯାହା ଦ୍ୱାରା ନିରୀହ ବେକାର ଯୁବକମାନେ ଏହି ପ୍ରକାରର ରାକେଟର ଶିକାର ହେବେ ନାହିଁ । ଯଦି କେହି ଆପଣଙ୍କୁ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇ ଲାଞ୍ଚ ମାଗନ୍ତି କିମ୍ବା ଯଦି ଆପଣଙ୍କର ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ଅଛି କିମ୍ବା ଆପଣ ଉପରୋକ୍ତ ଶିକାର ହୋଇଛନ୍ତି, ଦୟାକରି ରେଳପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବରରେ ସୂଚନା ଦବକୁ କୁହାଯାଇଛି ।

ଯାତ୍ରୀମାନଙ୍କୁ ବିନା ଟିକେଟ୍ କିମ୍ବା ଅନିୟମିତ ଟିକେଟ୍ ସହିତ ଯାତ୍ରା ନକରିବାକୁ ସଚେତନ କରିବା ପାଇଁ ପୂର୍ବ ତଟ ରେଳପଥ ଦ୍ୱାରା ନିୟମିତ ବ୍ୟବଧାନରେ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ଚାଲୁ ରହିଛି। ଯାତ୍ରୀମାନଙ୍କୁ ଅନିୟମିତ ଯାତ୍ରା ବିଷୟରେ ସଜାଗ କରାଇବା ପାଇଁ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଟ୍ରେନରେ ବିନା ଟିକେଟ୍ ଯାତ୍ରା କିମ୍ବା ଅନୁପଯୁକ୍ତ ଟିକେଟ୍ ଯାତ୍ରା ଗୁଡିକୁ ଯାଞ୍ଚ କରିବା ପାଇଁ ଏବଂ ଷ୍ଟେସନ ପରିସରରେ ବିନା ଟିକେଟ ଯାତ୍ରୀ ଏବଂ ଅନଧିକୃତ ପରିଦର୍ଶକଙ୍କୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି।ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବହୁଳ ଭାବେ ସମ୍ପର୍କ କରାଯାଉଥିବା କ୍ଷେତ୍ର ଗୁଡିକରେ ଯାଞ୍ଚ କରିବା ପାଇଁ ପୂର୍ବତଟ ରେଳପଥ ଏହାର ବିଭିନ୍ନ ବିଭାଗ ଯଥା ବାଣିଜ୍ୟ, ସତର୍କତା ଓ ରେଳବାଇ ସୁରକ୍ଷା ବଳ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ମିଳିତ ଅଭିଯାନ ଏହା ପରିସୀମା ମଧ୍ୟରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ଗୁଡ଼ିକୁ ଏବଂ କାର୍ଯ୍ୟକ୍ଷେତ୍ର ଗୁଡିକୁ ଭଲ ଭାବରେ ଯାଞ୍ଚ କରିବେ।

ସମ୍ବେଦନଶୀଳ ଅଞ୍ଚଳରେ ଯଥା ବୁକିଂ ଅଫିସ୍, ପାର୍ସଲ୍ ଅଫିସ୍, ଟିକେଟ୍ କଲେକ୍ଟର ଅଫିସ୍ ଏବଂ କ୍ୟାଟରିଂ ଷ୍ଟଲ୍, ଯାତ୍ରୀ ସଂରକ୍ଷଣ କାଉଣ୍ଟର, ଅନ ଲାଇନ ଟିକେଟ୍ ବୁକିଂ ଭଳି କାର୍ଯ୍ୟକ୍ଷେତ୍ର ଗୁଡିକରେ ବ୍ୟାପକ ଭାବେ ଯାଞ୍ଚ କରିବେ। ପୂର୍ବତଟ ରେଳପଥରେ ସେବା ଗୁଣବତ୍ତା ବୃଦ୍ଧି କରାଇବା ସହିତ ଦୁର୍ନୀତି ସମ୍ବନ୍ଧରେ ଅଭିଯୋଗ ଗ୍ରହଣ କରିବା ପାଇଁ ଭିଜିଲାନ୍ସ ହେଲ୍ପଲାଇନ ନମ୍ବର 8455885031 ଏବଂ ଇ-ମେଲ୍ ID [email protected] ଉପଲବ୍ଧ କରାଯାଇଛି। ଯାତ୍ରୀମାନେ ଉପରୋକ୍ତ ନମ୍ବର ଡାଏଲ୍ କରି କିମ୍ବା ଇ-ମେଲ୍ ଆଇଡିରେ ଦୁର୍ନୀତି ସମ୍ବନ୍ଧରେ ସେମାନଙ୍କର ଅଭିଯୋଗ କରିପାରିବେ। ପୂର୍ବତଟ ରେଳପଥର ବିଭିନ୍ନ ସ୍ଥାନ, ଷ୍ଟେସନ ଏବଂ ଇଲେକ୍ଟ୍ରୋନିକ୍ ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଏବଂ ଖବରକାଗଜ ମାଧ୍ୟମରେ ଏହି ହେଲ୍ପଲାଇନ ନମ୍ବର ଏବଂ ଇ-ମେଲ୍ ID ମଧ୍ୟ ପ୍ରଦର୍ଶିତ ହେଉଅଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: