ମହିଳା କ୍ରିକେଟକୁ ଗୁରୁତ୍ୱ ଦେଉନି ବିସିସିଆଇ !

ମହିଳା କ୍ରିକେଟକୁ ଗୁରୁତ୍ୱ ଦେଉନି ବିସିସିଆଇ !

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ମହିଳା କ୍ରିକେଟକୁ ଭଲ ଭାବେ ଗୁରୁତ୍ୱ ଦେଉନି ଭାରତୀୟ କ୍ରିକେଟ ବୋର୍ଡ। ଏଭଳି ଅଭିଯୋଗ ଆଣିଛନ୍ତି ବିସିସିଆଇ ଆପେକ୍ସ କାଉନସିଲର ସଦସ୍ୟା ତଥା ଭାରତର ପୂର୍ବତନ ମହିଳା ଦଳର ଚୟନକର୍ତ୍ତା ଲୋପାମୁଦ୍ରା ଭଟ୍ଟାଚାର୍ଯ୍ୟ। ସେକହିଛନ୍ତି, ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ବାତିଲ ହେବା ପରେ ବିସିସିଆଇ ଏବେ ଆଇପିଏଲ ପ୍ରସ୍ତୁତିରେ ଜୋରଦାର ଲାଗିଛି। ଏହି ପରିପ୍ରେକ୍ଷୀରେ ମହିଳା କ୍ରିକେଟକୁ କୌଣସି ପ୍ରକାର ଗୁରୁତ୍ୱ ଦେଉନି ବିସିସିଆଇ। ସେପ୍ଟେମ୍ବର ମାସରେ ଭାରତୀୟ ମହିଳା ଦଳ ଟ୍ରାଇ ସିରିଜ ଇଂଲଣ୍ଡରେ ଖେଳିବାକୁ ଥିଲା, ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଇଛି ବୋଲି ଲୋପାମୁଦ୍ରା କହିଛନ୍ତି। ଇସିବି ସୁରକ୍ଷିତ ଭାବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ପରିଚାଳନା କରୁଛି। ତେବେ ସୁରକ୍ଷା ଦୃଷ୍ଟିରୁ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଯାତ୍ରା କାହିଁକି ବନ୍ଦ କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ବିସିସିଆଇ ଆପେକ୍ସ କାଉନସିଲର ସଦସ୍ୟା ତଥା ଭାରତର ପୂର୍ବତନ ଅଧିନାୟକା ଶାନ୍ତି ରଙ୍ଗସ୍ୱାମୀ କହିଛନ୍ତି ଯେ, ଇଂଲଣ୍ଡ ଗସ୍ତ କରାଇବା ଦ୍ୱାରା ୨୦୨୧ରେ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ବିଶ୍ୱକପ ପ୍ରସ୍ତୁତି ଉପରେ ପ୍ରଭାବ ପକାଇବ। ଦୀର୍ଘ ଦିନ ପରେ ଧୀରେ ଧୀରେ ଖେଳାଳିମାନେ ପଡିଆକୁ ଫେରୁଥିବାରୁ ସେମାନଙ୍କୁ ତାଙ୍କ ଲୟରେ ପହଞ୍ଚିବାକୁ ଅତି କମରେ ଛଅ ସପ୍ତାହ ଦରକାର ବୋଲି ସେ କହିଛନ୍ତି। ଭାରତର ପୂର୍ବତନ ଅଧିନାୟକା ତଥା ସମୀକ୍ଷକ ଅଞ୍ଜୁମ ଚୋପ୍ରା ମଧ୍ୟ ଏନେଇ ମତ ରଖିଛନ୍ତି। ମହିଳା ଦଳର ଖେଳାଳିଙ୍କୁ ତାଙ୍କ ଲୟକୁ ଫେରାଇ ଆଣିବା ପାଇଁ ଏହି ଇଂଲଣ୍ଡ ଟୁର ହୋଇଥିଲେ ଏକ ଭଲ ସୁଯୋଗ ମିଳିଥାନ୍ତା ବୋଲି ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: