ପୋଷା ବିଲେଇକୁ ବିବାହ କଲେ ମହିଳା

ପୋଷା ବିଲେଇକୁ ବିବାହ କଲେ ମହିଳା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଅଧିକାଂଶ ଲୋକଙ୍କର ପୋଷା ଜନ୍ତୁଙ୍କ ପ୍ରତି ଏକ ବିଶେଷ ଆକର୍ଷଣ ରହିବା ସହ ସେମାନଙ୍କଠାରୁ ଅଲଗା ହେବା କଷ୍ଟକର ହୋଇଥାଏ। କିଛି ଲୋକ ମଧ୍ୟ ଏପରି ଅଛିନ୍ତି ଯେ ସେମାନେ ପୋଷା ପଶୁକୁ ନିଜ ପାଖରେ ରଖିବା ପାଇଁ କିଛିବି କରିପାରନ୍ତି। କିନ୍ତୁ ଜଣେ ମହିଳା ପୋଷା ବିଲେଇଠାରୁ ଦୂରହେବା ଭୟରେ ଯାହା କରିଛନ୍ତି ଆପଣ ଶୁଣିଲେ ଚକିତ ହେବେ। ଡେବୋରାହ ହୋଡ୍ଜ୍ ନାମକ ଜଣେ ମହିଳା ନିଜର ପୋଷା ବିଲେଇକୁ ବିବାହ କରିଛନ୍ତି।୪୯ ବର୍ଷର ଡେବୋରାହ ହୋଡ୍ଜ୍ ଗୋଟିଏ ପାର୍କରେ ସମାରୋହର ଆୟୋଜନ କରି ଇଣ୍ଡିଆ ନାମକ ତାଙ୍କ ପୋଷା ବିଲେଇକୁ ବିବାହ କରିଛନ୍ତି। ମହିଳାଙ୍କ ସମସ୍ୟା ହେଉଛି ଯେ, ତାଙ୍କୁ ଘରରମାଲିକ ନିଜ ସହ ପଶୁମାନଙ୍କୁ ନରଖିବା ପାଇଁ ବାରମ୍ବାର ତାଗିଦ କରୁଥିଲେ, ମାଲିକଙ୍କଠୁ ଏଭଳି କଥା ଶୁଣି ତାଙ୍କ ପୋଷ ବିଲେଇକୁ ହରେଇବାର ଭୟ ମନକୁ ଆସିଥିଲା। ଏହାର ସମାଧାନ ଭାବରେ ମହିଳା ଜଣକ ତାଙ୍କ ପୋଷା ବିଲେଇଙ୍କୁ ବିବାହ କରିଥିଲେ।

ସ୍ୱାମୀ – ସ୍ତ୍ରୀକୁ କିଏ ବା ଅଲଗା କରିବ?

ସିଙ୍ଗଲ ମଦର୍ ଡେବୋରାହ ଗୋଟିଏ ପାର୍କରେ ତାଙ୍କ ବିବାହ ଉତ୍ସବ ଆୟୋଜନ କରିଥିଲେ। ସେ ନିଜେ ଏକ ଟକ୍ସେଡୋ ସୁଟ୍ ପିନ୍ଧିଥିବାର ନଜରକୁ ଆସିଥିଲା ସେ ଛୋଟା ବିଲେଇ ସହିତ ବଞ୍ଚିବା ଏବଂ ମରିବାର ଶପଥ ନେଇଥିଲେ। ଦି ସନ୍ ରିପୋର୍ଟ ଅନୁଯାୟୀ, ଡେବୋରାହ ହୋଡ୍ଜ୍ ଦାବି କରିଛନ୍ତି ଯେ ଗତ କିଛି ବର୍ଷ ଧରି ତାଙ୍କ ଘର ମାଲିକମାନେ ୨ କୁକୁର ଏବଂ ବିଲେଇ କାରଣରୁ ତାଙ୍କୁ ଘରେ ରହିବାକୁ ଦେଇନଥିଲେ। ତାଙ୍କୁ ବାରମ୍ବାର ଘର ବଦଳାଇବାକୁ ପଡୁଥିଲା। ଡେବୋରାହ କହିଛନ୍ତି ଯେ, ସେ ତାଙ୍କ କ୍ୟାଟ୍ ଇଣ୍ଡିଆ ବିନା ବଞ୍ଚିପାରିବେ ନାହିଁ। ସେ ନିଜ ପିଲାମାନଙ୍କ ପରେ କ୍ୟାଟକୁ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଭାବରେ ବିବେଚନା କରନ୍ତି। ବୃତ୍ତି ଅନୁଯାୟୀ ଡେବୋରାହ ହୋଡ୍ଜ୍ ଜଣେ ପ୍ରଶିକ୍ଷକ। ତେବେ ତାଙ୍କୁ ବିଲେଇ ଠାରୁ ଦୂରରେ ରହିବାର ଭୟ ସବୁବେଳେ ଲାଗି ରହୁଥିଲା। ତେଣୁ ସେ ତା ସହ ବିବାହ କରି ସ୍ୱାମୀ-ସ୍ତ୍ରୀ ଭାବେ ରହିବାକୁ ସ୍ଥିର କରିଥିଲେ।

ବିଲେଇକୁ ବିବାହ କରିବା ପରେ ଏକାଠି ରହିବେ:

ଡେବୋରାହ ଏକ ନାଗରିକ ସମାରୋହରେ ବିବାହ କରିଥିଲେ, ଯେଉଁଥିରେ ତାଙ୍କ ସାଙ୍ଗମାନେ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ଏହି ଅଜବ ବାହାଘରକୁ ଦେଖି ଚକିତ ହୋଇଥିଲେ କିନ୍ତୁ ସମସ୍ତେ ଏହାକୁ ବେଶ ଉପଭୋଗ କଲେ। ଯଦିଓ ତାଙ୍କ ପିଲାମାନେ ଏହି ଉତ୍ସବରେ ଅଂଶଗ୍ରହଣ କରିନଥିଲେ କାରଣ ସେମାନେ ଏହାକୁ ଉଚିତ୍ ଭାବି ନଥିଲେ। ବିଲେଇଟି ୨୦୧୭ ମସିହାରୁ ଡେବୋରାହଙ୍କ ସହ ରହି ଆସୁଛି। ୨୦୨୦ ମସିହାରେ, ସେ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଥିଲା। ମାଲିକାଣୀ ଏବଂ ବିଲେଇର ସମ୍ପର୍କ ଏପରି ଯେ ସେ କିଛି କ୍ଷଣ ପାଇଁ ମଧ୍ୟ ତାଙ୍କୁ ଛାଡିବାକୁ ଚାହାଁନ୍ତି ନାହିଁ। ସେ ଏହି ବିଶେଷ ବନ୍ଧନକୁ ଏକ ବିବାହ ବନ୍ଧନରେ ପରିଣତ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: