ଟ୍ୟାପ୍ ଖୋଲା ରଖିଦେଲେ ଶିକ୍ଷକ, ସ୍କୁଲକୁ ଆସିଲା ୨୦ ଲକ୍ଷର ପାଣି ବିଲ୍

ଟ୍ୟାପ୍ ଖୋଲା ରଖିଦେଲେ ଶିକ୍ଷକ, ସ୍କୁଲକୁ ଆସିଲା ୨୦ ଲକ୍ଷର ପାଣି ବିଲ୍

ପ୍ରିଜମ ନ୍ୟୁଜ ବ୍ୟୁରୋ:ଅନୁଶାସନ ପ୍ରସଙ୍ଗରେ ଜାପାନର ଉଦାହରଣ ସାରା ବିଶ୍ୱରେ ଦିଆଯାଇଛି। ତଥାପି, ଅନେକ ଥର ଏପରି ଘଟଣା ଜାପାନରୁ ଆସିଥାଏ, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଜାପାନର ଏକ ବିଦ୍ୟାଳୟରୁ ଏପରି ଏକ ଘଟଣା ସମ୍ନାକୁ ଆସିଛି। ଯେଉଁଠାରେ ଜଣେ ଶିକ୍ଷକ ସ୍କୁଲର ପାଣି ଟ୍ୟାପ ମାସ ମାସ ଧରି ଖୋଲା ଛାଡ଼ିବା କାରଣରୁ ବିଦ୍ୟାଳୟକୁ ୨୦ ଲକ୍ଷ ଟଙ୍କା ପାଣି ବିଲ୍ ଆସିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ଅଦ୍ୟାବଧି ବିଦ୍ୟାଳୟର ସେହି ଶିକ୍ଷକଙ୍କ ବିଷୟରେ ଜଣା ପଡି ନାହିଁ, ଯିଏ ପାଣି ଟାଙ୍କିକୁ ମାସ ମାସ ଧରି ଖୋଲା ରଖିଥିଲେ। ​​କିନ୍ତୁ ଆସିଥିବା ବିଲ୍ ଅନୁଯାୟୀ ଟାଙ୍କିଟି ଜୁନ୍ ଶେଷରୁ ସେପ୍ଟେମ୍ବର ଆରମ୍ଭ ପର୍ଯ୍ୟନ୍ତ ଖୋଲା ଥିଲା ଏବଂ ଯେତେବେଳେ ବି ଜଳ ଯୋଗାଣ ହେଉଥିଲା, ସେତେବେଳେ ସେଥିରୁ ପାଣି ବୋହୁଥିଲା। AFP ରିପୋର୍ଟ ଅନୁଯାୟୀ, କର୍ମଚାରୀମାନେ ବହୁଥର ଟାଙ୍କି ବନ୍ଦ କରିଦେଇଥିଲେ, କିନ୍ତୁ ଅଭିଯୁକ୍ତ ଶିକ୍ଷକ ଏହାକୁ ପୁଣି ଖୋଲୁଥିଲେ।

ସୁଇମିଂ ପୁଲରେ ଭରି ହେଉଥିଲା ପାଣି:

ଖବର ଅନୁଯାୟୀ, ସୁଇମିଂ ପୁଲର ଜଳ କ୍ଲୋରାଇନ୍ ଏବଂ ଫିଲ୍ଟରିଂ ମେସିନ୍ ମାଧ୍ୟମରେ କ୍ରମାଗତ ଭାବରେ ସଫା କରାଯାଏ, କିନ୍ତୁ ଶିକ୍ଷକଙ୍କ ମନକୁ ଭୟଙ୍କର ଧାରଣା ଆସିଥିଲା ଯେ, ସୁଇମିଂ ପୁଲରେ ନୂତନ ଜଳ ଭରିବା କାରଣରୁ ଏଥିରେ କରୋନା ସଂକ୍ରମଣ ହେବ ନାହିଁ। ଏହା ସ୍ଥାନୀୟ ଶିକ୍ଷା ବୋର୍ଡର ଜଣେ ଅଧିକାରୀ ଆକିରା କୋଜିରୀ କହିଛନ୍ତି ଯେ ଅନେକ ଲୋକ ଏହି ଟାଙ୍କି ବନ୍ଦ କରିବାକୁ ବହୁଥର ଆସୁଥିଲେ, କିନ୍ତୁ ଖୁବ୍ ଶୀଘ୍ର ଅଭିଯୁକ୍ତ ଶିକ୍ଷକ ଏହାକୁ ଖୋଲି ଦେଉଥିଲେ। ୨ ମାସ ମଧ୍ୟରେ, ପ୍ରାୟ ୪୦୦୦ ଟନ୍ ପାଣି ଭର୍ତ୍ତି ହୋଇ ସୁଇମିଂ ପୁଲରେ ନିଷ୍କାସିତ ହୋଇଥିଲା। ଏକ ଆକଳନ ଅନୁଯାୟୀ, ସମୁଦାୟ ୧୧ ଟି ସୁଇମିଂ ପୁଲ୍ ଏହି ପାଣିରେ ଭରାଯାଇଥାନ୍ତା।

୨୦ ଲକ୍ଷର ବିଲ୍ ଦେଖି ବିଦ୍ୟାଳୟ ଅଧିକାରୀଙ୍କ ମୁଣ୍ଡ ଖରାପ:

ଜାପାନର ୟୋକୋସୁକା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ୩.୫ ମିଲିୟନ୍ ୟେନ୍ ବିଲ୍ ଦାବି କରାଯିବା ପରେ ଏହି ଜଳର ଅପଚୟ ସାମ୍ନାକୁ ଆସିଥିଲା, ଯାହାକୁ ଶିକ୍ଷକ ଏବଂ ୨ ସୁପରଭାଇଜର ଏକତ୍ର ଦେବାକୁ ପଡିବ। ଏହାପୂର୍ବରୁ ନ୍ୟୁ ଜର୍ସିରୁ ଏଭଳି ଏକ ମାମଲା ଆସିଥିଲା ଯେଉଁଠାରେ ଜଣେ ୨ ବର୍ଷର ବାଳକ ତାଙ୍କ ମା’ଙ୍କ ଫୋନରୁ ୧.୫ ଲକ୍ଷ ଟଙ୍କା କିଣିଥିଲା। ପିଲାଟି ମା’ର ସପିଂ କାର୍ଟରେ ଥିବା ସମସ୍ତ ଜିନିଷକୁ ଅର୍ଡର କରିଥିଲା, ଯାହା ପରେ ସେମାନେ ଘରେ ପହଂଚିଥିଲେ ଏବଂ ପିଲାଟି କରିଥିବା ଭୁଲ୍ ବୁଝିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: