ଗୋଟିଏ ସପ୍ତାହରେ ୩ ସ୍କୋୟାର ଫୁଟ କାନ୍ଥ ଖାଉଛନ୍ତି ମହିଳା

ଗୋଟିଏ ସପ୍ତାହରେ ୩ ସ୍କୋୟାର ଫୁଟ କାନ୍ଥ ଖାଉଛନ୍ତି ମହିଳା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଅଜବ ଅଭ୍ୟାସ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଆଜି ଆମେ ଆପଣଙ୍କୁ ସେମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ ଘରର କାନ୍ଥ ଖାଇ ଚର୍ଚ୍ଚାରେ ରହିଥାନ୍ତି। ଆପଣ ନିଶ୍ଚୟ ପିଲାମାନଙ୍କୁ ମାଟି ବା ଅନ୍ୟ କିଛି ଜିନିଷ ଖାଇବାର ଦେଖିଥିବେ, କିନ୍ତୁ ଜଣେ ମହିଳା ଏପରି କରିବାକୁ ଆପଣ ପକ୍ଷେ ବିଶ୍ୱାସ କରିବା କଷ୍ଟକର ନିଶ୍ଚୟ।
ଏହି ମହିଳା ଜଣକ ଆମେରିକାର ମିଚିଗାନରେ ରୁହନ୍ତି ଏବଂ ତାଙ୍କ ନାମ ନିକୋଲ। ମହିଳାଙ୍କର ପୂର୍ବରୁ ଚକ୍ ଖାଇବାର ଅଭ୍ୟାସ ରହିଥିଲା, କିନ୍ତୁ ସବୁଠାରୁ ବଡ ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ସେ ନିଜର ଇଚ୍ଛା ପୂରଣ କରିବା ପାଇଁ ଘରର କାନ୍ଥ ଖାଇବା ଆରମ୍ଭ କରିଥିଲେ। ମହିଳା ଜଣକ ଗୋଟିଏ ଟିଭି କାର୍ଯ୍ୟକ୍ରମରେ ତାଙ୍କର ସେହି ଅଦ୍ଭୁତ ନିଶା ବିଷୟରେ କହିଥିଲେ। ମହିଳାଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଟିଭି କାର୍ଯ୍ୟକ୍ରମରେ ନିକୋଲ ନିଜର ନିଶା ବିଷୟରେ ପ୍ରକାଶ କରି କହିଥିଲେ ଯେ ସେ ଘରର ଶୁଖିଲା କାନ୍ଥର ବାସ୍ନା କୁ ଭଲ ପାଆନ୍ତି। ଏବଂ ସେ ଗୋଟିଏ ସପ୍ତାହରେ ତିନି ବର୍ଗଫୁଟ କାନ୍ଥ ଖାଇ ଯାଉଛନ୍ତି।ମହିଳାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି।
ମହିଳାଙ୍କ ଚକ ଖାଇବା ଅଭ୍ୟାସ ପାଞ୍ଚ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ତାଙ୍କ ମା’ଙ୍କର ମୃତ୍ୟୁ ହେତୁ ସେ ଡିପ୍ରେସନରେ ଯାଇଥିଲେ। ସେବେଠାରୁ ସେ କାନ୍ଥ ଖାଇବାରେ ଅଭ୍ୟସ୍ତ ହୋଇଗଲେ। କିପରି ଏହି ଅଭ୍ୟାସରେ ପ୍ରବେଶ କଲେ ତାହା ସେ ନିଜେ ମଧ୍ୟ ଜାଣନ୍ତି ନାହିଁ। ତାଙ୍କର ଏହି ଅଭ୍ୟାସ ହେତୁ ଅନେକ ସ୍ଥାନରେ ତାଙ୍କୁ ଲଜ୍ଜିତ ହେବାକୁ ପଡିଥାଏ ବୋଲି ସେ କହିଛନ୍ତି।ନିକୋଲଙ୍କୁ ଅଲଗା ଅଲଗା କାନ୍ଥର ଟେଷ୍ଟ ଭଲ ଲାଗିଥାଏ ବୋଲି ମଧ୍ୟ ସେ କୁହନ୍ତି। ଡାକ୍ତରମାନେ ମହିଳାଙ୍କ ଏହି ଅଭ୍ୟାସ ବିଷୟରେ ଜାଣିବା ପରେ ତାଙ୍କର ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
ଡାକ୍ତରମାନେ ମହିଳାଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, କାନ୍ଥ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହୋଇପାରେ, କାରଣ କାନ୍ଥରେ ଥିବା ରଙ୍ଗରେ ରାସାୟନିକ ପଦାର୍ଥ ରହିଥାଏ। ନିକୋଲ କହିଛନ୍ତି ଯେ ସେ ତାଙ୍କର ଏହି ନିଶାରୁ ମୁକ୍ତି ପାଇବାରେ ବିଫଳ ହୋଇଛନ୍ତି। ବହୁତ ଚେଷ୍ଟା କରିବା ପରେ ମଧ୍ୟ ସେ ଏହାକୁ ଛାଡ଼ି ପରୁ ନାହାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: