ଏହି ସ୍ଥାନକୁ ଛୁଇଁପାରିନି କରୋନା ଭାଇରସ

ଏହି ସ୍ଥାନକୁ ଛୁଇଁପାରିନି କରୋନା ଭାଇରସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କରୋନା ଭାଇରସ ଗତ ୨ ବର୍ଷ ହେଲା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି। କରୋନା ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ମହାମାରୀର ମୁକାବିଲା ପାଇଁ ଦୁନିଆର ଅନେକ ଦେଶରେ ମାସ ମାସ ଧରି ଲକ୍ ଡାଉନ୍ କରାଯାଇଥିଲା। ଯାହାଦ୍ଵାରା ନିଜ ଘରୁ ବାହାରକୁ ପାଦ କାଢିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହି ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ି ଥିବାବେଳେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। କିନ୍ତୁ ଦୁନିଆର ଏଭଳି ଏକ ସୁରକ୍ଷିତ ସ୍ଥାନ ଅଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ କରୋନା ମହାମାରୀ ପାଖ ମାଡି ନାହିଁ।
ଏହି ସ୍ଥାନର ନାମ ସେଣ୍ଟ ହେଲେନା ଦ୍ୱୀପ ଏବଂ ଗୋଟିଏ ବି କରୋନା ମାମଲା ଏଠାରେ ଦେଖିବାକୁ ମିଳି ନାହିଁ। କେବଳ ସେତିକି ନୁହେଁ ଗୋଟିଏ ରିପୋର୍ଟରେ ପ୍ରକାଶ ପାଇଛି ଯେ, ସବୁଠାରୁ ବଡ କଥା ହେଉଛି କରୋନା ନିୟମ ଏଠାରେ ପାଳନ କରାଯାଏ ନାହିଁ। ଏଠାରେ ଲୋକମାନେ ପୂର୍ବପରି ସାଧାରଣ ଜୀବନଯାପନ କରୁଛନ୍ତି। ଏହି ଦ୍ୱୀପରେ କେହି ମାସ୍କ ପିନ୍ଧନ୍ତି ନାହିଁ କି ସାମାଜିକ ଦୂରତା ମଧ୍ୟ ଅନୁସରଣ କରନ୍ତି ନାହିଁ।

ଜାଣନ୍ତୁ ଏହି ଦ୍ୱୀପ କାହିଁକି ପ୍ରସିଦ୍ଧ:

ଏଠାରେ ଲୋକମାନେ କେବଳ ହାତ ଧୋଇଥାନ୍ତି ଏବଂ ଯଦି କେହି କାଶନ୍ତି, ତେବେ ସେମାନେ ନିଜ କହୁଣିରେ ମୁହଁ ଘୋଡାଇ ଦିଅନ୍ତି। ଏହା ବ୍ୟତୀତ ଏଠାରେ କେହି ଅନ୍ୟ ସୁରକ୍ଷା ନିୟମ ଅନୁସରଣ କରନ୍ତି ନାହିଁ। କରୋନା କେସ ନଥିବା କାରଣରୁ ପର୍ଯ୍ୟଟକମାନେ ଏଠାକୁ ବହୁ ମାତ୍ରାରେ ଆସୁଛନ୍ତି। ଲୋକମାନେ ପୂର୍ବ ପରି ଏଠାରେ ନିଜ ଜୀବନ ବିତାଉଛନ୍ତି। ବ୍ରିଟେନରେ କରୋନା ମହାମାରୀ ଧ୍ୱଂସ ଲୀଳା ରଚିଛି, କିନ୍ତୁ ଏହି ଦ୍ୱୀପ ସତର୍କତାର ସହ ମହାମାରୀକୁ ବ୍ୟାପିବାକୁ ରୋକି ପାରିଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ୭୨ ଘଣ୍ଟା ପୂର୍ବରୁ କରୋନା ନେଗେଟିଭ ରିପୋର୍ଟ ଏବଂ ଯିବା ପୂର୍ବରୁ ନେଗେଟିଭ ରିପୋର୍ଟ ଦାଖଲ କରିବାକୁ ପଡ଼ିଥାଏ।
ଏହି ଦ୍ୱୀପଟି ମାତ୍ର ୧୨୦ ବର୍ଗ କିମି ସ୍ଥାନରେ ପରିବ୍ୟାପ୍ତ । ଏହି ଦ୍ୱୀପପୁଞ୍ଜର ଜନସଂଖ୍ୟା ପ୍ରାୟ ପାଞ୍ଚ ହଜାର। ନେପୋଲିଅନଙ୍କ ପାଇଁ ଏହି ଦ୍ୱୀପ ଅଧିକ ପ୍ରସିଦ୍ଧ। କୁହାଯାଏ ଯେ ନେପୋଲିଅନ୍ ୧୮୨୧ ମସିହାରେ ଏଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: