ଓସ୍କାରରୁ ୧୦ ବର୍ଷ ପାଇଁ ଦୂରେଇ ରହିବେ ୱିଲ ସ୍ମିଥ!

ଓସ୍କାରରୁ ୧୦ ବର୍ଷ ପାଇଁ ଦୂରେଇ ରହିବେ ୱିଲ ସ୍ମିଥ!

ପ୍ରିଜମ ନ୍ୟୁଜ ବ୍ୟୁରୋ:ହଲିଉଡ ସୁପରଷ୍ଟାର ୱିଲ ସ୍ମିଥଙ୍କୁ ଓସ୍କାରରୁ ୧୦ ବର୍ଷ ପାଇଁ ବ୍ୟାନ୍ କରାଯାଇଛି। ୯୪ ତମ ଏକାଡେମୀ ଆୱାର୍ଡ କାର୍ଯ୍ୟକ୍ରମରେ ୱିଲ୍, ହୋଷ୍ଟ କ୍ରିସ୍ ରକଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରିବା ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଦିନ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସର ଆୟୋଜକମାନେ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଏକାଡେମୀର ବୋର୍ଡ ଅଫ୍ ଗଭର୍ନର୍ସ ୱିଲ ସ୍ମିଥଙ୍କ ଦଣ୍ଡାଦେଶ ସମ୍ପର୍କରେ ଘଟଣା ଘୋଷଣା ହୋଇଛି। ଘଟଣା ପରେ ଏକ ବୈଠକ ବସିବା ସହ ସବିଶେଷ ଆଲୋଚନା ପରେ ତାଙ୍କୁ ୧୦ ବର୍ଷ ପାଇଁ ଓସ୍କାରରୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ ୱିଲ୍ ସ୍ମିଥ୍ ଓସ୍କାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେ କହିଛନ୍ତି ମୁଁ ଏକାଡେମୀର ଏହି ନିଷ୍ପତ୍ତିକୁ ଗ୍ରହଣ କରିବା ସହ ସମ୍ମାନ ଜଣାଉଛି।କଣ ହୋଇଥିଲା ସେଦିନ?ମାର୍ଚ୍ଚ ୨୮ ରେ, ଯେତେବେଳେ ସମଗ୍ର ବିଶ୍ୱର ନଜର ଓସ୍କାର ପୁରସ୍କାର ଉପରେ ରହିଥିଲା, ସେତେବେଳେ ମଞ୍ଚରେ ଏପରି କିଛି ଘଟିଗଲା ଯାହାକୁ କେହି କଳ୍ପନା କରିନଥିଲେ। ମଜାଳିଆ ଢଙ୍ଗରେ ହୋଷ୍ଟ କରୁଥିଲେ କ୍ରିସ୍ ରକ୍। ନିଜର କଥା କହିବା ଶୈଳୀରେ ସମସ୍ତଙ୍କୁ ହସାଉଥିଲେ। ତା’ପରେ ସେ ୱିଲ ସ୍ମିଥଙ୍କ ପତ୍ନୀ ଜାଡାଙ୍କ ‘ ଚାନ୍ଦାପଣ’ ରୋଗକୁ ନେଇ ଥଟ୍ଟା କରିଥିଲେ, ଯାହା ୱିଲଙ୍କୁ ପସନ୍ଦ ହୋଇ ନଥିଲା।ସେ ନିଜ ଚେୟାରରୁ ଉଠି ମଞ୍ଚକୁ ଯାଇ କ୍ରିସଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସାରା ବିଶ୍ବରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା।

ତେବେ ପରେ ସ୍ମିଥ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହ କହିଥିଲେ ୱିଲ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ପରିହାସ କରିବାରୁ, ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ତାଙ୍କୁ ଚାପୁଡା ମାରିଥିଲେ। ଏହି ଘଟଣା ପରେ ୱିଲ୍ ନିଜେ ମଧ୍ୟ ଏକାଡେମୀରୁ ଇସ୍ତଫା ଦେଇଥିଲେ, ଯାହାକୁ ପରେ ଗ୍ରହଣ କରାଯାଇଥିଲା। ଏହି ମାମଲାରେ କ୍ରିସ୍ ରକ୍ ମଧ୍ୟ ପୋଲିସ୍ ନିକଟରେ କୌଣସି ଅଭିଯୋଗ କରିନଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: