ପଦ ହରାଇଲେ ଇମ୍ରାନ ଖାନ୍

ପଦ ହରାଇଲେ ଇମ୍ରାନ ଖାନ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଧାନମନ୍ତ୍ରୀ ପଦ ହରାଇଲେ ଇମ୍ରାନ ଖାନ୍ । ଅନାସ୍ଥା ପ୍ରସ୍ତାବର ଭୋଟ ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନ ଖାଲି କରିଛନ୍ତି ଇମ୍ରାନ ଖାନ । ଏବେ ଇମ୍ରାନ ଖାନ୍ ଜେଲ ଯାଇପାରନ୍ତି ବୋଲି ସୂଚନା ରହିଛି। ଇମ୍ରାନଙ୍କ ବିରୋଧରେ ଦୂର୍ନୀତି ସହିତ ବିଭିନ୍ନ ଅଭିଯୋଗ ରହିଛି। ସେହିପରି ଇମ୍ରାନ ଖାନଙ୍କ ସଚିବ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ଏବେର ବିରୋଧୀ ଦଳର ନେତା ତଥା ପିଏମଏଲ-ଏନର ନେତା ଶାହବାଜ ସରିଫ ହୋଇପାରନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ସିରଫ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି।ତେବେ ଇମ୍ରାନ ଖାନ କ୍ଷମତାକୁ ଆସିବା ପରେ ଦେଶ ବାହାରକୁ ପଳାଇଥିବା ପିଏମଏଲ-ଏନର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଇସଲାମାବାଦ ଆସିବେ ବୋଲି ସୂଚନା ରହିଛି । ନଓ୍ୱାଜ ଏବେ ଲଣ୍ଡନରେ ଅଛନ୍ତି । ସେ ଏବେ ସାଉଦି ଆରବ ଯିବେ । ସେଠାରୁ ଇସଲାମାବାଦ ଫେରିବେ ବୋଲି ସୂଚନା ରହିଛି। ପାକିସ୍ତାନରେ ପହଂଚିବା ପରେ ଗୋଟିଏ ବଡ ରାଲିକୁ ସମ୍ଭୋଧନ କରିବେ ବୋଲି ସୂଚନା ରହିଛି। ନଓ୍ବାଜଙ୍କ ଭାଇ ହେଉଛନ୍ତି ଶାହବାଜ ।ଇସଲାମାବାଦ ହାଇକୋର୍ଟ ଏକ ରାୟ ଶୁଣାଣି କରି କହିଛନ୍ତି, ଇମ୍ରାନ ଖାନଙ୍କୁ ଇସିଏଲରେ ସାମିଲ କରିଛନ୍ତି । ଇସିଏଲର ଅର୍ଥ ଏକଜିଟ୍ କଂଟ୍ରୋଲ ଲିଷ୍ଟ । ଏହି ତାଲିକାରେ ଯିଏ ଆସିବେ ସିଏ ଦେଶ ବାହାରକୁ ଯାଇପାରିବେ ନାହିଁ । ଏହା ପୂର୍ବରୁ ନଓ୍ୱାଜ ସରିଫ କ୍ଷମତାଚ୍ୟୁତ ହେବା ପରେ ତାଙ୍କ ବିରୋଧରେ ଇସିଏଲ ଲାଗୁ ହୋଇଥିଲା। କିନ୍ତୁ ସ୍ୱାସ୍ୟଗତ କାରଣ ଦେଖାଇ ନିଜର ବିମାନରେ ଲଣ୍ଡନ ପଳାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: