ବିମାନ ଯାତ୍ରା ସମୟରେ ଫୋନ୍ ଫ୍ଲାଇଟ୍ ମୋଡ୍ ରେ କାହିଁକି ରଖାଯାଏ, ଜାଣନ୍ତି କି?

ବିମାନ ଯାତ୍ରା ସମୟରେ ଫୋନ୍ ଫ୍ଲାଇଟ୍ ମୋଡ୍ ରେ କାହିଁକି ରଖାଯାଏ, ଜାଣନ୍ତି କି?

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆପଣଙ୍କ ମଧ୍ୟରୁ ଅନେକ ବିମାନ ଯାତ୍ରା କରିଥିବେ କିମ୍ବା ଆପଣଙ୍କ ପରିଚିତ କେହି ବ୍ୟକ୍ତି ବିମାନ ଯାତ୍ରା କରିଥିବେ। ତେବେ ଯେତେବେଳେ ବି କେହି ବିମାନରେ ଯାତ୍ରା କରନ୍ତି ସେମାନଙ୍କୁ ବିମାନ କର୍ମଚାରୀଙ୍କ ଦ୍ଵାରା କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଥାଏ। ଏଥିରେ ମୋବାଇଲ୍ ଫୋନ୍ ବନ୍ଦ କରିବା କିମ୍ବା ଏହାକୁ ଫ୍ଲାଇଟ୍ ମୋଡ୍ ରେ ରଖିବା ନିର୍ଦ୍ଦେଶ ଗୁରୁତ୍ୱପୂର୍ଣ୍ଣ। ତେବେ ଏପରି କାହିଁକି କୁହାଯାଏ। ଫ୍ଲାଇଟ୍ ମୋଡ୍ ର ଅପସନ୍ ସମସ୍ତ ସ୍ମାର୍ଟ ଫୋନରେ ଦିଆଯାଇଥାଏ। ଫାଲାଇଟ୍ ମୋଡ୍ ଅନ୍ ହେବା ମାତ୍ରେ ଫୋନର ନେଟୱାର୍କ ବନ୍ଦ ହୋଇଯାଏ। ତେବେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ସମସ୍ତଙ୍କ ମନରେ ଆସିଥାଏ ଯେ, ବିମାନରେ ଫୋନ୍ ବନ୍ଦ କରିବାକୁ କାହିଁକି କୁହାଯାଏ? ଯଦି କେହି ଏହି ନିୟମ ନମାନନ୍ତି ତେବେ କଣ ହେବ? ଆଜି ଆମେ କହିବୁ ଯେ, ଫ୍ଲାଇଟ୍ ମୋଡ୍ କ’ଣ ଏବଂ ଯଦି ବିମାନରେ ଟର୍ନ୍ ଅନ୍ ନହୁଏ ତେବେ କଣ ହେବ।

ଫ୍ଲାଇଟ୍ ମୋଡ୍ କ’ଣ?’

ଫ୍ଲାଇଟ୍ ମୋଡ୍’ର ମୋବାଇଲ୍ ଫୋନରେ ଏକ ବିକଳ୍ପ ଅଛି । ଏହାକୁ ଅନ୍ କରିବା ଦ୍ୱାରା ଫୋନ୍ ନେଟୱର୍କ ବାହାରକୁ ଚାଲି ଯାଇଥାଏ ଏବଂ ଏପରି କରିବା ଦ୍ବାରା ଫୋନ୍ ବନ୍ଦ ହୋଇନଥାଏ। ଆପଣ ଫ୍ଲାଇଟ୍ ମୋଡ୍ ରେ ଫୋନ୍ ବ୍ୟବହାର କରିପାରିବେ କିନ୍ତୁ ନେଟୱର୍କ ସମ୍ବନ୍ଧୀୟ କାର୍ଯ୍ୟ ଯେପରିକି କଲିଂ ଏବଂ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ । ଅବଶ୍ୟ, ଫ୍ଲାଇଟ୍ ମୋଡ୍ ଟର୍ନ୍ ଅନ୍ କରିବା ପରେ ଜଣେ ଫିଲ୍ମ, ଭିଡିଓ ଦେଖିପାରିବେ, ଗୀତ ଶୁଣି ପାରିବେ ଏବଂ ଗେମ୍ ଖେଳିପାରିବେ । ଏହି ସମୟରେ, କିଛି ମୋବାଇଲ୍ ଫୋନରେ ୱାଇଫାଇ ଏବଂ ବ୍ଲୁଟୁଥ୍ ମଧ୍ୟ ବ୍ୟବହାର କରାଯାଇପାରିବ।

କାହିଁକି ବିମାନରେ ଫ୍ଲାଇଟ୍ ମୋଡ୍ ଟର୍ନ୍ ଅନ୍ କରିବାକୁ କୁହାଯାଏ?

ଯଦି ବିମାନରେ ଫ୍ଲାଇଟ୍ ମୋଡ୍ ଟର୍ନ୍ ଅନ୍ ହୋଇନଥାଏ, ତେବେ ମୋବାଇଲ୍ ଫୋନର ସଙ୍କେତ ବିମାନର ଯୋଗାଯୋଗ ବ୍ୟବସ୍ଥା ଉପରେ ପ୍ରଭାବ ପକାଇପାରେ। ଏହା ବିମାନ ଉଡାଉଥିବା ପାଇଲଟଙ୍କ ସହ ଯୋଗାଯୋଗ କରିବାରେ ସମସ୍ୟା ସୃଷ୍ଟି କରିପାରେ। ଯାହାଦ୍ଵାରା କି ବଡ ବିପଦ ଆଶଙ୍କାକୁ ଏଡାଇ ହେବନି। ଉଡ଼ାଣ ସମୟରେ ନିୟନ୍ତ୍ରଣ କକ୍ଷରେ ପାଇଲଟମାନେ ସର୍ବଦା ଯୋଗାଯୋଗରେ ଥାଆନ୍ତି। ଯଦି ଫୋନର ନେଟୱର୍କ ରହିଥାଏ, ତେବେ ପାଇଲଟ ସ୍ପଷ୍ଟ ଭାବରେ ସୂଚନା ପାଇପାରନ୍ତି ନାହାଁ । ରେଡିଓ ଫ୍ରିକ୍ୱେନ୍ସିରେ ବାଧକ ସଜିଥାଏ। ତେଣୁ, ବିମାନ ଯାତ୍ରା କରିବା ସମୟରେ ସର୍ବଦା ଫ୍ଲାଇଟ୍ ମୋଡ୍ ଫୋନ୍ ରଖିବାକୁ ନିର୍ଦ୍ଦେଶ ରହିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: